ଅଭିନେତ୍ରୀ ସ୍ମରଣିକାଙ୍କ ସେ ତାଙ୍କ ଅଭିନୟର ଯାଦୁଗରୀ ରେ ସମସ୍ତଙ୍କୁ ବିମୋହିତ କରି ଦିଅନ୍ତି । ସେ ୨୦୧୫ ମସିହାରେ ରଜ କୁଇନର ବିଜେତା ହୋଇଥିଲେ । ଅଭିନେତ୍ରୀ ସ୍ମରଣିକା ଏବେ ସିରିଏଲ ଛାଡି ଫୁଲ ଟାଇମ ଯାତ୍ରା କରୁଛନ୍ତି । ସେ ଚଳିତ ବର୍ଷ ଓଡିଶା ଯାତ୍ରା ଜଗତର ସୁନାମଧନ୍ୟ ଯାତ୍ରା ପାର୍ଟି ଧଉଳି ଗଣନାଟ୍ୟରେ ଯୋଗ ଦେଇଛନ୍ତି ।
ସେ ଅନେକ ଗୁଡିଏ ସିରିଏଲରେ ଅଭିନୟ କରିଛନ୍ତି । ସେ ତୋ ପାଇଁ ମୁଁ ଓ ରକ୍ତ ସମ୍ପର୍କ ଧାରାବାହୀକରେ ଦର୍ଶକଙ୍କ ଠାରୁ ଅବେକ ଭଲପାଇବା ପାଇଥିଲେ ।ସେ ୨୦୧୭ ମସିହା ରେ ପ୍ରଥମ ଥର ପାଇଁ ଯାତ୍ରା ଗାଁ ମାଧ୍ୟମରେ ଯାତ୍ରା ଜଗତରେ ପାଦ ଦେଇଥିଲେ । ଏହା ପରେ ସେ ଯାତ୍ରା ଜଗତ ରୁ ଦୂରେଇ ଯାଇଥିଲେ । କରୋନା ପୂର୍ବରୁ ଓଡିଶା ଆଉ ଏକ ବଡ ଯାତ୍ରା ପାର୍ଟି ସ୍ଵର୍ଣମନ୍ଦିରରେ ଯୋଗ ଦେଲେ ।
କରୋନା ପାଇଁ ଯାତ୍ରା ପାର୍ଟି ବନ୍ଦ ହୋଇଯାଇଥିବା ରୁ ସେ ଯାତ୍ରା ରୁ ଦୂରେଇ ଫୁଣି ସିରିଏଲରେ ଯୋଗ ଦେଲେ । ୨୦୨୨-୨୦୨୩ ମସିହା ପାଇଁ ସେ ଯାତ୍ରା ଚକଲେଟ ରଙ୍ଗମଞ୍ଚରେ ଫୁଣି ଥରେ ଯୋଗ ଦେଲେ ଏହା ପରେ ଯାତ୍ରାକୁ ନିଜର ଫୁଲ ଟାଇମ କ୍ୟାରିଅର ଭାବେ ଆପଣେଇ ନେଲେ ।
ସେ ଏକ ସାକ୍ଷାତକାର ରେ କହିଥିଲେ ତାଙ୍କୁ ଏବେ ଯଦି ସିନେମାର ଅଫର ମିଳେ ସେ ଯିବେ ନାହିଁ କାରଣ ତାଙ୍କର ଏତେ ପଇସା ଦରକାର ନାହି । ସେ ସବୁବେଳେ ଟେନସନ ଫ୍ରି ହୋଇ କି କାମ କରିବାକୁ ପସନ୍ଦ କରନ୍ତି । ରାତିରେ ଯାତ୍ରା ସାରି ଦିନରେ ରେଷ୍ଟ ନେବା ଦରକାର ତେଣୁ ସେ ସିନେମା କରିବେ ନାହିଁ ବୋଲି ମନା କରି ଦେଇଥିଲେ ।
ସେ ଯାତ୍ରା ରେ ସମସ୍ତଙ୍କ ସହ କମଫର୍ଟ ହୋଇକି କାମ କରନ୍ତି । ପିଲା ଦିନରୁ ତାଙ୍କର ଆକ୍ଟିଙ୍ଗ କରିବାର ଇଚ୍ଛା ଥିଲା, ତାଙ୍କ ଘର ପାଖରେ ଅନେକ ସିନେମା ଓ ଆଲବମ ଶୁଟିଙ୍ଗ ହେଉଥିଲା ଏହା କୁ ଦେଖି ସେ ବହୁତ ଉତ୍ସାହିତ ହେଉଥିଲେ ଏବଂ ନିଜେ କିପରି ସେ ଟିଭିରେ ବାହାରିବେ ସେ ପିଲା ଦିନେ ସ୍ଵପ୍ନ ଦେଖୁଥିଲେ ଯାହା ଆଜି ତାଙ୍କ ପୂରଣ ହୋଇଛି ।
ସେ ଏବେ ବି କୁହନ୍ତି ଯାତ୍ରା ତାଙ୍କୁ ଆକଟିଂ ଶିଖେଇଛି । ତାଙ୍କୁ ଜୀବନ ସାଥୀ ଭାବେ ଯିଏ ତାଙ୍କୁ ଇଚ୍ଛା କୁ ସେ କହିବା ଆଗରୁ ବୁଝି ପାରୁଥିବ ସେ ପରିକା ଜୀବନ ସାଥୀ ଦରକାର । ସେ ପିଲା ଦିନେ ଓଡିଶାର ଭର୍ସାଟାଇଲ କଳାକାର ରାଇମୋନଙ୍କୁ ପ୍ରଥମ ଥର ପାଇଁ ଯାତ୍ରାରେ ଦେଖି ଥିଲେ ତାଙ୍କ ଅଭିନୟ ଦେଖି ସେ ବହୁତ ଡରି ଯାଇଥିଲେ । ତାଙ୍କୁ ଦେଖି ସେ ଡରି ପ୍ୟାଣ୍ଟରେ ଏକ କରି ଦେଇଥିଲେ ।