ମା ହେବାକୁ ଯାଉଛନ୍ତି ହିରୋଇନ ତୁଳସୀ (Swetlana), ତାଙ୍କର ଯତ୍ନ ନେବା ପହଞ୍ଚିଲେ ସାଙ୍ଗ ଛନ୍ଦିତା (Chhandita) – ଦେଖନ୍ତୁ ଭିଡିଓ

ଶ୍ଵେତାଲୀନା ଭଟ୍ଟାଚର୍ଯ୍ୟ ଓରଫ ତୁଳସୀ, ଗତ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବେ ସେ ମା ହେବା ପାଇଁ ଯାଉଛନ୍ତି, ଆଉ ଅଳ୍ପ କିଛି ଦିନ ପରେ ଶ୍ଵେତଲାନା ଙ୍କ ଘରକୁ ଆସିବ ବସ ଖୁସିର ଖବର । ଆପଣ ମାନେ ଜାଣିଥିବେ ଶ୍ଵେତଲାନାଙ୍କର ବେଷ୍ଟ ଫ୍ରେଣ୍ଡ ହେଉଛନ୍ତି ଛନ୍ଦିତା ପାଢୀ । ସାଙ୍ଗ ମା ହେବା ଖବର ଶୁଣି ଖୁସିରେ ସାଙ୍ଗ ଓ ସାଙ୍ଗର ପିଲା ଯତ୍ନ ନେବା ଛନ୍ଦିତା ଶ୍ଵେତଲାନାଙ୍କ ପାଖକୁ ଚାଲି ଯାଇଛନ୍ତି ।

ପୂର୍ବରୁ ଶ୍ଵେତଲାନା ଓ ଛନ୍ଦିତା ଏକାଠି ତୁଲସୀ ସିରିଏଲରେ ଅଭିନୟ କରୁଥିଲେ । ଛନ୍ଦିତା ଲିସା ଭୂମିକାରେ ଅଭିନୟ କରୁଥିବା ବେଳେ ଶ୍ଵେତଲାନା ତୁଲସୀ ରୋଲରେ ଅଭିନୟ କରୁଥିଲେ । ଦୁହେଁ ସିରିଏଲରେ ପରସ୍ପରର ଶତ୍ରୁ ଥିଲେ କିନ୍ତୁ ବାସ୍ତବ ଜୀବନରେ ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି ।

ଶ୍ଵେତଲାନା ଗର୍ଭବତୀ ଥିବାରୁ ତାଙ୍କର ଯତ୍ନ ନେଉଛନ୍ତି ଲିସା ବା ଛନ୍ଦିତା । ଆପଣମାନେ ଜାଣିଥିବେ ଶ୍ଵେତଲାନା ଗତ ବର୍ଷ ଡିସେମ୍ବର ମାସରେ ଶିବ୍ ଙ୍କୁ ପ୍ରେମ ବିବାହ କରିଥିଲେ । ଶ୍ଵେତଲାନା ଜଣେ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି, ସେ ପୂର୍ବରୁ ଅନେକ ସିଋଏଲରେ ଅଭିନୟ କରି ଲୋକମାନଙ୍କର ଭଲପାଇବା ପାଇଛନ୍ତି ।

ଏବେ ତାଙ୍କର ଘରକୁ ଏକ ବଡ ଖୁସିର ଖବର ଆସିବା ପାଇଁ ଯାଉଛି, ଓଡିଶାର ଏହି ଜବରଦସ୍ତ ଅଭିନେତ୍ରୀ ଆଗାମୀ ଦିନରେ ମାଆ ହେବାକୁ ଯାଉଛନ୍ତି । ସେ ବିବାହ ପର ଠାରୁ ଆଉ କୌଣସି ସିରିଏଲରେ ଅଭିନୟ କରୁ ନାହାନ୍ତି, ବିବାହ ପରେ ସେ ପ୍ରାୟ ଅଭିନୟ ଠାରୁ ନିଜକୁ ଦୂର ରେ ରଖିଛନ୍ତି ।

ଶିବ୍ ସହିତ ପ୍ରେମ ବିବାହ କରିବା ପରେ ସେ ଶାଶୁ ଘରେ ବହୁତ ଖୁସିରେ ଥିଲେ । ଏବେ ସେ ମା ହେବାକୁ ଯାଉଛନ୍ତି , ତାଙ୍କର ଯତ୍ନ ନେବା ତାଙ୍କ ସାଙ୍ଗ ଛନ୍ଦିତା ତାଙ୍କ ପାଖରେ ପହଞ୍ଚିଛନ୍ତି ।

Leave a Comment