ଗତ ୧୯ ତାରିଖ ଦିନ ବହୁ ପ୍ରତିଖିତ ସିନେମା ମାଲ୍ୟଗିରି ସିନେମା ରିଲିଜ ହୋଇଥିଲା, ଯାହା ଏବେ ହାଉସଫୁଲ ଭାବେ ଚାଲିଛି । ଏବେ ଦର୍ଶକଙ୍କ ମାନେ ଏହାକୁ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି, ପ୍ରତି ଟି ଶୋ ହାଉସଫୁଲ ଚାଲିଛି, ମାଲ୍ୟଗିରି ର କାହାଣୀ ଆମେ ଓଡିଶାର କାହାଣୀ ହୋଇଥିବା ବେଳେ ଏଥିରେ ଅନେକ ବଡ ବଡ ଅଭିନେତା ମାନେ କାମ କରିଛନ୍ତି ।
ଆଜି ଦର୍ଶକ ମାନେ ମାଲ୍ୟଗିରି ଫିଲ୍ମ ଦେଖି ମିହିରି ଦାସ ଙ୍କ କଥା ମାନେ ପକାଇଛନ୍ତି । ସେମାନଙ୍କ କହିବା ଅନୁସାରେ ଅମ୍ଳାନ ଙ୍କ ଭୂମିକା ଆଜି ସେମାନଙ୍କୁ ମିହିରୀ ଦାସ ଙ୍କ ଭୂମିକା ପରି ଲାଗିଲା । ଦୁର୍ଗା ପୂଜାରେ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ମଲ୍ୟଗି ରି ର ଲୋକ ଅନେକ ପ୍ରଶଂସା କରିଛନ୍ତି । ଲୋକଙ୍କ କହିବା ଅନୁସାରେ ଯଦି ଭଲ ଫିଲ୍ମ ଆସେ ତେବେ ନିଶ୍ଚୟ ଓଡ଼ିଆ ସିନେମା ଜଗତ ପୂର୍ବ ପରି ତାର ସ୍ଥାନ ଫେରି ପାଇବ ।
ଏବେ ଯେଭଳି ଭାବରେ ମାଲ୍ୟଗିରୀ ଫିଲ୍ମ ସେମାନଙ୍କୁ ଭଲ ଲାଗିଛି ସେଭଳି ଫିଲ୍ମ ଦିନେ ଅନ ଓଡ଼ିଆ ସିନେମା ଜଗତକୁ ଉଚ୍ଚ କୁ ନେଇଯିବ। ଫିଲ୍ମ ରେ ସେମାନେ ବାବୁ ଭାଇ ଅର୍ଥାତ୍ ବାବୁସାନ୍ ଓ ଅମ୍ଳାନ ଙ୍କ ଚରିତ୍ର କୁ ପ୍ରଶଂସା କରିଛନ୍ତି ।