ମାଡି ଆସୁଛି ବଙ୍ଗୋପ ସାଗରର ସୃଷ୍ଟି ହୋଇଥିବା ବାତ୍ୟା ହାମୁନ । ଏହି ବାତ୍ୟା ଓଡିଶା ପାର୍ଶ୍ଵ ଦେଇ ଚାଲିଯିବ । ବାତ୍ୟାର ଓଡିଶାରେ ପ୍ରଭାବ ରହିବ ନାହିଁ । ଖାଲି କେତେକ ଜିଲ୍ଲାରେ ଏହାର ପ୍ରଭାବ ରହିବ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ସମୁଦ୍ର ଭୀତରେ ଏହା ଭୀଷଣ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ।
ବାତ୍ୟା ହାମୁନ ଏବେ ଉତ୍ତର, ଉତ୍ତର -ପୂର୍ବ ଦିଗ ଦେଇ ଗତି କରୁଛି । ଆସନ୍ତା କାଲି ବାତ୍ୟା ବାଙ୍ଗାଲାଦେଶର ଚିତାକଙ୍ଗରେ ଛୁଇଁବ। ସେତେବେଳକୁ ଏହା ଗଭୀର ଅବପାତରେ ପରିଣୀତ ହୋଇ ସାରି ଥିବ । ଉପକୂଳ ଓଡିଶାରେ କିଛି ସ୍ଥାନରେ ବର୍ଷା ଜାରି ରହିବ । ଆସନ୍ତା କାଲି ଏହା ବଙ୍ଗଲାଦେଶର ଉପକୂଳ ଛୁଇଁବ ।