ମହାପ୍ରଭୁଙ୍କ ଅଲୌକିକ ଲୀଳା, ମନ୍ଦିରରୁ ବାହାରୁଛି କୂଢ କୂଢ ସୁନା

ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକର ଶିଖର କୁମାର ମିଶ୍ର , ବୟସ ୩୦ ବର୍ଷ, ଜାତିରେ ସେ ବ୍ରାହ୍ମଣ । ବାପା ଜେଜେ ବାପାଙ୍କ କାଳରୁ ଗାଁ ରେ ସମସ୍ତେ ପୁରୋହିତ କାମ କରନ୍ତି । ସେ ବି ତାଙ୍କ ବଂଶର କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି । ପୁରୋହିତ କାମ କରିବା ସହିତ ଗାଁ ପାଖ ବଜାରରେ ଏକ ରାସନ ଦୋକାନ ଟିଏ ଦେଇଛନ୍ତି । ଘରେ ବାପା ମା, ସାନ ଭାଇ ଓ ସାନ ଭଉଣୀ । ଦୁଖେ ସୁଖେ ତାଙ୍କର ପରିବାର ଚାଲିଯାଏଁ । ତାଙ୍କ ଘରକୁ ଲାଗି ଏକ ମନ୍ଦିର ରହିଛି ଯାହାକୁ ତାଙ୍କର ଜେଜେ ବାପା ତିଆରି କରିଥିଲେ । ସେଠି ମହାପ୍ରଭୁ ପୂଜା ପାଆନ୍ତି ।

ଜେଜେବାପା ତାଙ୍କୁ ପାଖକୁ ଡାକି ତାଙ୍କ ଶେଷ ସମୟରେ କହିଥିଲେ ମୁଁ ତୋ ପାଇଁ କିଛି କରି ପାରିଲି ନାହିଁ, ଏହି ମନ୍ଦିର ରେ ଥିବା କଳା ଠାକୁରଙ୍କୁ ପୂଜା କରୁଥିବୁ ସେ ଚାହିଁଲେ ତୋର କିଛି ଅସୁବିଧା ନାହିଁ । ଯେତେବେଳେ ତୁ ଭାଙ୍ଗି ପଡିଥିବୁ କେହି ତୋ ପାଖରେ ତୋତେ ସାହା ହେବା ପାଇଁ ନଥିବେ ସେତେବେଳେ ତୁ ଏହି କଳା ଠାକୁରକୁ ଡାକିବୁ ଓ ତାଙ୍କ ପାଖକୁ ଯାଇ ପୂଜା କରିବୁ ଦେଖିବୁ ସେ ତୋତେ ସବୁ ବିପଦରୁ ଉଦ୍ଧାର କରିଦେବେ ।

ଜେଜେବାପା ଚାଲି ଯିବାର ଅନେକ ଦିନ ହୋଇ ଯାଇଥିଲା ବି ସେ ଏହି କଥାର ମର୍ମକୁ ବୁଝି ପାରି ନଥିଲେ କିନ୍ତୁ ସବୁଦିନ ମନ୍ଦିର ଯାଇ ପୂଜା କରୁଥିଲେ । ମାତ୍ରା ତାଙ୍କ ସହ ଗତ ବର୍ଷ ଏମିତି ଘଟଣା ଘଟିଲା ସେ ବହୁତ ଭାଙ୍ଗି ଯାଇଥିଲେ ଏହି ସମୟରେ ତାଙ୍କର ଜେଜେ ବାପାଙ୍କ କଥା ମନେ ପଡିଲା ସେ ଧାଇଁ ଯାଇଥିଲେ ମନ୍ଦିରକୁ ଓ ସେ ପ୍ରଭୁଙ୍କ ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ, ସେଦିନ ସେ ଏକ ବଡ ବିପଦରୁ ବର୍ତ୍ତୀ ଯାଇଥିଲେ ।

ଗତ ବର୍ଷ ହଠାତ ବୋଝ ଉପରେ ଲଳିତା ବିଡା ପରି ତାଙ୍କ ଉପରେ ବିପଦ ପରେ ବିପଦ ମାଡି ଆସିଲା । ତାଙ୍କ ମାଉସୀ ପୁଅ ବାହାଘରରେ ଯୋଗ ଦେବା ପାଇଁ ପରିବାର ସମସ୍ତେ ବାହାରିଲେ କିନ୍ତୁ ସେଦିନ ଦୋକାନରେ ବହୁତ ଗହଳି ଥିଲା । ପରିବାର ଲୋକଙ୍କୁ ବସରେ ବସେଇ ଦେଇ ସେ ବାଇକରେ ପଛରେ ଯିବେ ବୋଲି କହିଲେ । ଯେଉଁ ବସରେ ତାଙ୍କ ପରିବାର ଲୋକେ ଯାଉଥିଲେ ଯିବା ବାଟରେ ସେହି ବସ ଟି ହଠାତ ଆକ୍ସିଡେଣ୍ଟ ହୋଇଗଲା । ଏହି ଆକ୍ସିଡେଣ୍ଟରେ ସମସ୍ତେ ଗୁରୁତ୍ଵର ହୋଇ କଟକ ବଡ ମେଡକିଆଲରେ ଆଡାମିଟ ହେଲେ ।

ଦୁଇ ଦିନ ପରେ ତାଙ୍କ ମା ଙ୍କ ଅବସ୍ଥା ସୁଧୁରିଲା, ଡକ୍ଟର ବି କହିଲେ ତୁମ ମା ଆଉ ୫-୭ ଦିନ ମଧ୍ୟରେ ଭଲ ହୋଇଯିବେ । କିନ୍ତୁ ଅନ୍ୟ ମାନଙ୍କ ଅବସ୍ଥା ବହୁତ ଗୁରୁତ୍ଵର, ଆପଣ ଟଙ୍କା ଯୋଗାଡ କରନ୍ତୁ, ମା ସୁସ୍ଥ ଅଛନ୍ତି ବୋଲି ନିଜ ମନକୁ ଟିକେ ବୁଝାଇଲେ କିନ୍ତୁ ଏପଟେ ବାପା ଭାଇଙ୍କ ଅବସ୍ଥା ବହୁତ ଗୁରୁତ୍ଵର, ପାଖରେ ସାହା ଭରସା କେହି ନାହାନ୍ତି ଏତେ ଟଙ୍କା କେଉଁଠୁ ଆଣିବେ ?

ଚାରି ଆଡେ ଅନ୍ଧାର ଦେଖା ଯାଉଥିଲା, ଘର କୁ ଆସି ଯାହା ସଞ୍ଚୟ କରିଥିଲେ ତାହା ମାତ୍ରା ୮୦ ରୁ ୯୦ ହଜାର ହେଲା ସେହି ଟଙ୍କାରେ ବା କଣ ହେବ ? ଅନେକ ସାଙ୍ଗ ସାଥିକୁ ସାହାର୍ଯ୍ୟ ମାଗିଲେ ସମସ୍ତେ କହିଲେ ୫ ରୁ ୧୦ ହଜାର ହେଲେ ଆମେ ସାହାର୍ଯ୍ୟ କରି ଦେବୁ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା କେଉଁଠୁ ଆଣିବୁ । ଏହା ପରେ ଘର ପାଖେ ଥିବା ମନ୍ଦିର ରେ ଯାଇ ବସି ପଡିଲେ ଅଭିମାନ କରି କଳା ଠାକୁରଙ୍କୁ ଅନେକ ଗାଳି କରିଲେ ।

ଅନେକ କଥା ଗାଳି ଦେଇ ସେ ପ୍ରଭୁଙ୍କ ସିଂହାସନ ପାଖକୁ ଯାଇ ହଠାତ ପ୍ରଭୁଙ୍କ ମୂର୍ତ୍ତିକୁ ଉଠାଇ ଦେଲେ ଆଉ ମୂର୍ତ୍ତି ଉଠାଇବା ମାତ୍ରେ ତାଙ୍କୁ ଏକ ମୁନି ଦେଖା ଦେଲା । ଲାଲ ହଳଦୀ ରଙ୍ଗର ଏକ ମୁନି ବାହାରିଲା। ମୁନିକୁ ଦେଖି ଆଖି ରୁ ଲୁହ ବୋହି ଆସିଲା । ଆଜି ଜେଜେ କଥା ସତ ହୋଇଛି । ସେହି ମୁନି ରେ ଦୁଇଟି ସୁନା କଙ୍କଣ, ୪ଟି ସୁନା କାନ ଫୁଲ, ସୁନା ଚେନ ଓ ସୁନା ମୁଦି ସବୁ ସୁନାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ।

ସେ ସବୁ ଦେଖି ଶୁଭେନ୍ଦୁ ବାବୁ ଖୁସି ହୋଇଗଲେ, ଏହା ପରେ ପ୍ରଭୁଙ୍କୁ କ୍ଷମା ମାଗି ଠାକୁରଙ୍କ ତାଙ୍କ ସ୍ଥାନରେ ରଖି ମେଡିକାଲ ଚାଲି ଆସିଲେ । ସମସ୍ତେ ସୁସ୍ଥ ହେବା ପାଇଁ ସମୟ ଲାଗିଲା କିନ୍ତୁ ସମସ୍ତେ ସୁସ୍ଥ ହୋଇଗଲେ । ସେଦିନ ଠାରୁ ପ୍ରଭୁଙ୍କ ଉପରେ ଥିବା ବିଶ୍ଵାସ ବଢିଗଲା । ଜୟ ଜଗନ୍ନାଥ

Leave a Comment