Skip to content
କଟକ ଜିଲ୍ଲା ବାସୁଦେବପୁର ଗାଁ ର ସମୀରକୁମାର ନାୟକ ଦିଲ୍ଲୀରେ ଏକ ସଫ୍ଟୱେୟାର କମ୍ପାନୀରେ କାମ କରନ୍ତି । ବୟସ ୨୬ ବର୍ଷ, ୫ ବର୍ଷ ତଳୁ ବାପା ଚାଲି ଯାଇଥିଲେ, ଘରେ ମା ଓ ସାନ ଭଉଣୀ ରୂପା ରୁହନ୍ତି । ଏଇ ଏକ ବର୍ଷ ତଳେ ଚାକିରି ପାଇଥିଲେ, ଦରମା ସେତେ ଅଧିକ ନୁହେଁ ତେଣୁ ଦିଲ୍ଲୀ ଭଳି ସହରରେ ଚଳିବା ଭାରି କଷ୍ଟ ହୁଏ ତେଣୁ ମା ଓ ସାନ ଭଉଣୀଙ୍କୁ ଇଚ୍ଛା ଥିଲେ ବି ପାଖ ନେଇ ପାରନ୍ତି ନାହିଁ ।
ସମୀର କିନ୍ତୁ ନିଜ କର୍ତ୍ତବ୍ୟରେ ହେଲା କରନ୍ତି ନାହିଁ ପ୍ରତି ୩ମାସରେ ଘରକୁ ଆସନ୍ତି । ୨୦୨୩ ମସିହା ଜାନୁଆରୀ ମାସର କଥା ସମୀର ଗାଁ କୁ ଆସିଥିଲେ, ଆସିବା ପୂର୍ବରୁ ଭାବିଥିଲେ ସେ ଏଥର ମା ଓ ଭଉଣୀ ଙ୍କୁ ନେଇ ପୁରୀ ଯାଇ ଜାଗାକୁ ଦର୍ଶନ କରି ଆସିବେ । କିନ୍ତୁ ତାଙ୍କ ଦ୍ଵାରା ଏମିତି ଭୁଲ ହୋଇଗଲା ଯାହା ସେ କେବେ ଭାବି ନଥିଲେ, ସେ ଆଜି ବି ସେଇ ଘଟଣା କୁ ମନେ ରଖିଛନ୍ତି ଓ ପ୍ରଭୁ ଜଗନ୍ନାଥଙ୍କୁ ଆଜି ବି କୋଟି ମୁଣ୍ଡିଆ ମାରି ଧନ୍ୟବାଦ ଦିଅନ୍ତି ।
ନୂଆ ବର୍ଷ ଦିନ ନିଜ ପୂର୍ବ ଯୋଜନା ଅନୁଯାଇ ମା ଓ ଭଉଣୀଙ୍କୁ ଧରି ପୁରୀ ଚାଲି ଆସିଲେ, ନୂଆ ବର୍ଷ ଥିବା ରୁ ମନ୍ଦିର ଭାରି ଗହଳି, ଗହଳି ଭିତରେ ସେ ପ୍ରଭୁଙ୍କୁ ଦର୍ଶନ କରିଲେ । ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ମା ବହୁତ ଖୁସି ହେଉଥିଲେ । ବାପା ଯିବା ପର ଠାରୁ ଏମିତି ଖୁସି ମାଙ୍କ ମୁହଁରେ କେବେ ଦେଖି ନଥିଲେ ସମିର । ଜାଗାକୁ ଦର୍ଶନ କରି ଅବଢା ଟିକେ ଖାଇ ମା ଓ ଭଉଣୀଙ୍କୁ ନେଇ ସମୀର ବେଳା ଭୂମି ଆଡେ ବାହାରି ପଡିଲେ ।
ସମୁଦ୍ର କୂଳରେ ସୁନ୍ଦରତାକୁ ବୁଲି ବୁଲି ଦେଖି ସାରିବା ପରେ ଭଉଣୀ ରୂପା କହିଲା କିଛି ଫଟୋ ଉଠାଇବା ପାଇଁ ସମୀର ବି ମା ଓ ଭଉଣୀଙ୍କର ଫଟୋ ଉଠାଇଲେ । ଯେତେବେଳେ ସମୀର ବାବୁ ମା ଓ ଭଉଣୀଙ୍କୁ ସମୁଦ୍ରର ଟିକେ ଭିତରେ ଠିଆ କରି ମା ଓ ଭଉଣୀଙ୍କର ଫଟୋ ଉଠାଉଥିଲେ ସେତେବେଳେ ଏକ ବଡ ଜୁଆର ଆସିଲା ଯେଉଁଥିରେ ମା ଙ୍କର ପାଦ ଖସି ଯାଇଥିଲା ଓ ସମୁଦ୍ର ମଧ୍ୟକୁ ମା ଚାଲିଗଲେ ।
କ୍ଷଣିକ ମଧ୍ୟରେ କଣ ହେଇଗଲା ବୋଲି ସମୀର ଜାଣି ପାରିଲେ ନାହିଁ, ସେପଟେ ମା ବିକଳ ହୋଇ ଡାକୁଥାନ୍ତି, କଣ କରିବେ ସମୀର ଜାଣି ପାରୁ ନଥିଲେ, ପହଁରା ଜାଣିନଥିଲେ ବି ସମୀର ସମୁଦ୍ରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ ରୂପା ହାତ ଭିଡି ଅଟକାଇ କହିଲା ଭାଇ ତୁ କୁଆଡେ ଯାଉଛୁ ତୁ ତ ପହଁରା ଜାଣି ନାହୁଁ, ରୂପା କହିଲା ମୁଁ ଯାଉଛି ମାକୁ ଆଣିବାକୁ କିନ୍ତୁ ରୂପା କୁ ଛାଡିଲେ ନାହିଁ ସମୀର ।
ସମୀର ଓ ରୂପା ପାଖରେ ଥିବା ଲୋକଙ୍କୁ ବିକଳ ହୋଇ ସାହାର୍ଯ୍ୟ ମାଗିଲେ । ମା ବହୁତ ଭିତରକୁ ଚାଲିଯାଇଥିଲେ ତେଣୁ ପାଖଲୋକ କେହି ଯିବାକୁ ସାହାସ କରି ପାରୁ ନଥାନ୍ତି, ଭାଇ ଓ ଭଉଣୀ ଦୁଇଜଣ ଶେଷରେ ବଡ ଠାକୁରଙ୍କୁ ଡାକି କହିଲେ ଆମ ଠୁ ତ ଆମ ବାପାଙ୍କୁ ନେଲ, ଆଉ କଣ ଆଜି ତୁମ ଆଖି ସାମ୍ନାରେ ଆମେ ଆମ ମାକୁ ବି ହେରେଇବୁ , ତୁମେ ଆଜି କଣ ଆମକୁ ଅନାଥ କରି ଦେବ ? ତୁମକୁ ଦର୍ଶନ କରି ଆଜି ମୋ ମା କେତେ ଖୁସି ଥିଲା? ଏମିତି କାନ୍ଦି କାନ୍ଦି କେତେ କଥା କହିଲେ ସମୀର ।
ଏଇ କାଳିଆ ଠାକୁର ପା ଭକ୍ତର ଗାଳି ତାକୁ ଭାଳଲାଗେ, ହଠାତ ସମୀର ଦେଖିବା ବେଳକୁ ଜଣେ ଶ୍ୟାମଳ ବର୍ଣ୍ଣର ଯୁବକ ତାଙ୍କ ମା ଙ୍କୁ ଦୁଇ ହାତରେ ଟେକି ଟେକି ତାଙ୍କ ମାଙ୍କୁ ଧରି ସମୁଦ୍ର ଭିତରୁ ଆସୁଛନ୍ତି । ଏମିତି ଲାଗୁଥିଲା ଯେମିତି ସେଇ କାଳିଆ ନିଜେ ଆସିଥିଲା । ସେ ଯୁବକ ଜଣଙ୍କ ମା ଙ୍କୁ ଉପରକୁ ଆଣି ତାଙ୍କ ପେଟରୁ ପାଣି କାଢିଲା ଓ ଚେତା ଆସିଲା ଶେଷରେ ଯୁବକ ଜଣଙ୍କ ସମୀରଙ୍କ ଉପରେ ବହୁତ ରାଗିଲେ ।