ମନୋଜ ମିଶ୍ର କହିଲେ ମୋତେ ବାବୁଶାନ ଭଲ ଲାଗିଲା ମୁଁ ତା ନାଁ କହିଲି

ଅନୁଭବ ,ଅରିନ୍ଦମ ଓ ବାବୁସାନ୍ ଓଡ଼ିଆ ସିନେମା ଜଗତର ତିନି ତାରକା । ଓଲିଉଡ଼ ର ଏହି ୩ କଳାକାରଙ୍କ ମଧ୍ୟରେ କୁଆଡେ ଜଣେ ଅଭିନେତା ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ହଁ ଆଜ୍ଞା ଏଭଳି ଅଭିଯୋଗ ଆଣିଛନ୍ତି ଅନୁଭବ ମହାନ୍ତି । ସେ ଏଭଳି ମନୋଜ ମିଶ୍ରଙ୍କୁ କହିଛନ୍ତି । ଅରିନ୍ଦମ ଙ୍କ ଚଳଚ୍ଚିତ୍ର ରାମ୍ ସମ୍ବଲପୁରରେ ରିଲିଜ୍ କରାଇ ନଦେବା କୁ ନେଇ ଯେଉଁ ବିବାଦ ହୋଇଥିଲା ଏହାକୁ ଦୃଷ୍ଟିରେ ରଖି ଏମିତି କହିଛନ୍ତି ଅନୁଭବ ।

ଅନୁଭବ ଙ୍କ କହିବା ହିସାବରେ କୁଆଡେ ମନୋଜ ମିଶ୍ର କୁଆଡେ ବହୁତ୍ ଚାଲାକ୍ ରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।
କିନ୍ତୁ ଏ ବିଷୟରେ ମନୋଜ କହିଛନ୍ତି ଯେ ତାଙ୍କୁ ପଚରା ଯାଇଥିଲା ଅନୁଭବ ନା ଅରିନ୍ଦମ ହେଲେ ସେ ଉତ୍ତର ଦେଲେ ବାବୁସାନ୍ । ବୋଧ ହୁଏ ସେଥି ପାଇଁ ତାଙ୍କ ବିଷୟରେ ଏମିତି କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ତାଙ୍କୁ ଜିଆ ପସନ୍ଦ ସେ ତାକୁ ହିଁ କହିବେ ।

Leave a Comment