ମଞ୍ଚ ରେ ଗାଇଲେ ମାନସ କୁମାର (Manas Kumar) କେତେ ଦୁଃଖ ଦେବୁ ଦେ ରେ କାଳିଆ ଗୀତ ରେ ହଜାର ହଜାର ଟଙ୍କା ରଖିବାକୁ ଜାଗା ପାଇଲେ ନାହିଁ ଶେଷ ରେ …. ଦେଖନ୍ତୁ ଭିଡିଓ

ଯାତ୍ରା ଆଜି ଓଡିଶାର କୋଣ ଅନୁକୋଣରେ ପହଞ୍ଚି ପାରିଛି । ଯାତ୍ରାକୁ ବି ଲୋକ ମାନେ ଅନେକ ଭଲ ପାଇବା ଦେଉଛନ୍ତି । ଦିନେ ଯେଉଁ ଯାତ୍ରା ଦେଖିବା ପାଇଁ ଲୋକ ମାନେ କୁଣ୍ଠା ବୋଧ କରୁଥିଲେ ଆଜି ସେହି ଯାତ୍ରା ଦେଖିବା ଲୋକଙ୍କର ଲାମ୍ବା ଧାଡି ଲାଗିଛି । ଯାତ୍ରା ତାରା ରୂପ ରେଖା ବଦଳାଇଛି । ଆଗ ପରି ଆଉ ସାଧାରଣ ମଞ୍ଚ ନାହିଁ ଏବେ ଯାତ୍ରା ପେଣ୍ଡାଲ ଦର୍ଶକଙ୍କ ମନ ମୋହୁଛି ।

ଯାତ୍ରାରେ ଏବେ ଲାଇଟ ସାଉଣ୍ଡ ଠାରୁ ଆରମ୍ଭ କରି ଗେଟ ପର୍ଯ୍ୟନ୍ତ ସବୁ କିଛିରେ ପରିବର୍ତ୍ତନ ଆସିଛି । ସେଥିପାଇଁ ତ ଯାତ୍ରା ଏବେ ଓଡିଆ ସିନେମାକୁ ପଛରେ ପକାଇ ସବୁଠାରୁ ଲୋକପ୍ରିୟ ମନୋରଞ୍ଜନର ମାଧ୍ୟମ ପାଲଟିଛି । ଯେଉଁଠି ଲୋକ ମାନେ ୧୦୦ ଟଙ୍କା ଖର୍ଚ୍ଚ କରି ସିନେମା ଦେଖିବା ପାଇଁ ଯାଉ ନାହାନ୍ତି କିନ୍ତୁ ଯାତ୍ରାରେ ଡବଲ ମୂଲ୍ୟର ଟିକେଟ କରି ଯାତ୍ରା ଦେଖିବା ପାଇଁ ପସନ୍ଦ କରୁଛନ୍ତି ।

ଏବେ କିଛି ସିନେମା ଓ ସିରିଏଲ କଳାକାର ମାନେ ମଧ୍ୟ ଯାତ୍ରାରେ ଅଭିନୟ କରିଲେଣି । ଯାତ୍ରାରେ ଏବେ ମେଲୋଡି ଧିରେ ଧିରେ ଉନ୍ନତ ହେଉଛି । ଯାତ୍ରାରେ ଏବେ ଅନେକ ସିଙ୍ଗର ଓ କଳାକାର ମାନେ ଲୋକପ୍ରିୟ ହେବା ରେ ଲାଗିଲେନି । ସେମିତି ଜଣେ ଯାତ୍ରା ସିଙ୍ଗର ହେଲେ ମାନସ କୁମାର । ମାନସ ଙ୍କ ଏ କେତେ ଦୁଖ ଦେବୁ ଦେ ରେ କାଳିଆ ଗୀତ ଟି ସାରା ଓଡିଶାରେ ଚହଳ ପକାଇଛି ।

ପୂର୍ବ ବର୍ଷ ମାନସ ଧଉଳି ଗଣନାଟ୍ୟରେ ଥିଲେ । ମାନସ ଧଉଳି ରେ ଥିବା ବେଳେ ମଧ୍ୟ ତାଙ୍କର ଅନେକ ଗୀତ ଲୋକପ୍ରିୟ ହୋଇଥିଲା । ଭାବିଲେ ଭାବୁଛି ତୋତେ ଗୀତ ଟି ମାନସଙ୍କର ବହୁତ ଲୋକପ୍ରିୟ ହୋଇ ପାରିଥିଲା । ଏହି ଗୀତ ଏବେ ସାରା ଓଡିଶା ରିଲ୍ସ ରେ ଟ୍ରେଣ୍ଡ ରେ ରହିଛି । ଏହି ବର୍ଷ ମାନସ ଯାତ୍ରା ସ୍ଵର୍ଣମହଲରେ ଅଛନ୍ତି ।

ଗତ କିଛି ଦିନ ତଳେ ମାନସ ବୌଦ୍ଧର ଜମଟାଙ୍ଗୀରେ ମଞ୍ଚରେ କେତେ ଦୁଖ ଦେବୁ ଦେ ରେ କାଳିଆ ଗୀତ ଟି ବୋଲି ଥିଲେ । ଏହି ଗୀତରେ ଦର୍ଶକ ମାନେ ଏତେ ଖୁସି ମାନସ ଙ୍କୁ ଏତେ ପଇସା ଦେଇଥିଲେ ତାଙ୍କ ପାଖରେ ଜାଗା ହୋଇ ନଥିଲେ । ଶେଷରେ ସେ ଦୁଇଟି ଜରି ରେ ପଇସା କୁ ରଖି ଥିଲେ । ମାନସ ଙ୍କୁ ସେହି ରାତିରେ ପ୍ରାୟ ୧୦୦୦୦ ଟଙ୍କା ରୁ ଅଧିକ ଟଙ୍କା ମିଳି ଥିଲା ।

କେତେ ଦୁଃଖ ଦେବୁ ଦେ ରେ କାଳିଆ ଗୀତ ଯେମିତି ହିଟ ସେମିତି ନାଟକ ବି ହିଟ, ନାଟକର ମୁଖ୍ୟ ଚରିତ୍ରରେ ସୁବାସ ବେହେରାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଛି ସେଥିରେ ଲୋକପ୍ରିୟ ହିରୋ ଅଜୁ ଥିବା ବେଳେ ନାୟିକା କାବେରୀ ଓ ଆପୂ ମଧ୍ୟ ଅଛନ୍ତି । ମାନସୀ ଓ ଅକ୍ଷୟଙ୍କ ଯୋଡି ବି ବେସ ଜମୁଛି । ନବ ଘୋଷଙ୍କ ସହିତ ଦୁର୍ଦାନ୍ତ ଖଳ ନାୟକ ଜ୍ଞାନଙ୍କ ଡାଇଲଗ ରେ ମଞ୍ଚ ଥରୁଛି ।

Leave a Comment