Skip to content
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଆସିଥିବା ପାକିସ୍ତାନର ଯୁବକ ଉତ୍ପାତ କରିଲେ, ମ୍ୟାଚ ସମୟରେ ଯୁବକ ଅଭଦ୍ରାମିର ସବୁ ସୀମା ଟପି ଗଲେ । ମହିଳା ପୋଲିସଙ୍କ ଦେହରେ ହାତ ଲଗାଇ ଦେଲେ। ଶନିବାର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ମ୍ୟାଚ ଖେଲା ଯାଇଥିଲା, ପ୍ରତିଥର ପରି ଏଥର ବି ଭାରତ ପାକିସ୍ତାନକୁ ଧୁଳି ଚଟାଇ ଦେଇଥିଲା । ଏଥର ଅତି ସହଜରେ ପାକିସ୍ତାନକୁ ହରାଇଥିଲା ରୋହିତଙ୍କ ସେନା ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯୧ ରନ କରି ଅଲଆଉଟ ହୋଇ ଯାଇଥିଲା ଏହା ପରେ ଭାରତ ୧୯ ଉଭର ୩ଟି ବଲ ଥାଇ ମ୍ୟାଚକୁ ଜିତି ଯାଇଥିଲା ଭାରତ । ଏହି ହାଇ ଭୋଳଟେଜ ମ୍ୟାଚ ଦେଖିବା ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖଚା ଖଚ ଭିଡ ହୋଇଥିଲା । ଭିସା ସମସ୍ୟା ପାଇଁ ଅଧିକ ପାକିସ୍ତାନୀ ଦର୍ଶକ ଆସି ପାରି ନଥିଲେ କିନ୍ତୁ କିଛି ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ ଦେଖୁଥିଲେ ।
ସବୁଥର ପରି ଏଥର ମଧ୍ୟ ପାକିସ୍ତାନୀ ଦର୍ଶକ ଷ୍ଟାଡିୟମରେ ବିଶ୍ରୁଙ୍ଖଳିତ ଆଚରଣ ଦେଖିବା ପାଇଁ ମିଳିଥିଲା । ଷ୍ଟାଡିୟମରେ ବସିଥିବା ବେଳେ ଜଣେ ପାକିସ୍ତାନୀ ମହିଳା ପୋଲିସଙ୍କୁ ଦୁର୍ବ୍ୟବହାର କରିଥିଲେ । ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଚ ଦେଖିବା ସମୟରେ ଜଣେ ଯୁବକ ଭାରତୀୟ ଖେଳାଳୀଙ୍କ ନାଁ ଧରି ଗାଳି କରୁଥିଲା ଓ ନିଜ ମୋବାଇଲରେ ଅଧିକ ସାଉଣ୍ଡ ଦେଇ ମୋବାଇଲ ଦେଖୁଥିଲା ।
ଏହା ପରେ କିଛି ଦର୍ଶକ ସେହି ଯୁବକକୁ ବିରୋଧ କରିଥିଲେ । ଏହା ପରେ ମହିଳା ପୋଲିସ ଅଧିକାରୀ ଜଣେ ପାକିସ୍ଥାନୀ ଯୁବକଙ୍କୁ କିଛି କହୁଥିଲେ କିନ୍ତୁ ଯୁବକ ଜଣଙ୍କ ତାଙ୍କ ସହ ଯୁକ୍ତି ତର୍କ କରି ତାଙ୍କୁ ଖରାପ ଇଙ୍ଗିତ କରୁଥିଲା । ଏଥିରେ ରାଗି ଯାଇ ଲେଡି ଅଫିସର ତାକୁ ଚାପୁଡା ମାରିବା ପରେ ସେ ମଧ୍ୟ ରାଗି ଯାଇ ଲେଡି ପୋଲିସ ଉପରକୁ ହାତ ଉଠାଇ ଥିଲା । ଏମିତି ଘଟଣା ପ୍ରଥମ ନଥିଲା ଏହା ପୂର୍ବରୁ ଅନେକ ପାକିସ୍ତାନୀ ଦର୍ଶକ ମ୍ୟାଚ ବେଳେ ବିଶ୍ରୁଙ୍ଖଳା ଆଚରଣ କରିଥିଲେ ।