ବିବାହ ପରେ ହିରୋଇନ ରିୟା (Riya) ସ୍ଵାମୀଙ୍କ ସହ ପ୍ରଥମ ଥର ଜନ୍ମଦିନ ପାଳନ କରିଲେ – ଦେଖନ୍ତୁ ଭିଡିଓ

ହିରୋଇନ ରିୟା ଦେ ଙ୍କୁ ତ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ପ୍ରେମ ଅଢେଇ ଅକ୍ଷର ସିନେମା ମାଧ୍ୟମରେ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ରିୟାଙ୍କ ସହ ସେହି ସିନେମାରେ ନାୟକ ଥିଲେ ବାବୁସାନ । ସିନେମା ରେ ଉଭୟଙ୍କ ଯୋଡି ସୁପରହିଟ ସାବ୍ୟସ୍ତ ହୋଇଥିଲା ତାପରେ ରିୟା ବାବୁସାନଙ୍କ ସହ ଅନେକ ସିନେମାରେ ନଜର ଆସିଛନ୍ତି ବାବୁସାନଙ୍କ ସହ ତାଙ୍କ ଅଭିନୀତ ସବୁ ସିନେମା ଗୁଡିକ ସୁପରହିଟ ମଧ୍ୟ ହୋଇଛି ।

ପ୍ରେମ ଅଢେଇ ଅକ୍ଷର ରୁ ନିଜର ଅଭିନୟ ର ଯାତ୍ରା ଆରମ୍ଭ କରିଥିବା ରିୟା ଏହା ପରେ ଆଉ ପଛକୁ ଚାହିଁ ନଥିଲେ । ଏହା ପରେ ପରେ ସେ କ୍ରିମନାଲ, ଇଡିଏଟ, ଏମିତି ବି ପ୍ରେମ ହୁଏ, କଲ୍ଲକୀ, ତୁ ଯେ ସେଇ ପରି ସୁପର ହିଟ ସିନେମା ରେ ଅଭିନୟ କରି ଓଡିଶାର ଲୋକଙ୍କର ପ୍ରିୟ ହୋଇଥିଲେ ।

ରିୟା ଓଲିଉଡ଼ ର ଅନେକ ଆଗ ଧାଡ଼ିର କଳାକାର ମାନଙ୍କ ସହିତ ଅଭିନୟ କରିବା ର ସୁଯୋଗ ପାଇଥିଲେ। ଆଉ ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଥିଲେ । ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ପସନ୍ଦ କରିଥିଲେ। ରିୟା ସିନେମା ସହିତ ଅନେକ ରିଆଲିଟି ଶୋ ରେ ମଧ୍ୟ ଜଜ୍ ଭାବରେ କାମ କରିଛନ୍ତି । ତା ସହିତ ସେ ଯାତ୍ରା ଜଗତ ରେ ମଧ୍ୟ କାମ କରିଛନ୍ତି ।

ଗତ କିଛି ମାସ ତଳେ ହିରୋଇନ ରିୟା ସୁନୀଲଙ୍କୁ ବିବାହ କରିଥିଲେ । ରିୟା ତାଙ୍କ ଶାଶୂ ଘରେ ସ୍ଵାମୀ ଓ ପରିବାର ଲୋକଙ୍କ ସହ ବେଶ ଖୁସିରେ ଅଛନ୍ତି । ସବୁଠାରୁ ବଡ କଥା ହେଲା ରିୟା ବିବାହ ପରେ ବି ସିନେମାରେ ଅଭିନୟ କରିବା ଜାରି ରଖିଛନ୍ତି, ଅନେକ ହିରୋଇନ ମାନେ ବିବାହ ପରେ ଅଭିନୟ ଠାରୁ ଦୂରେଇ ଯାଇଥାନ୍ତି କିନ୍ତୁ ରିୟା ଅଭିନୟ କରି ତାଙ୍କ ଫ୍ୟାନ୍ସ ମାନଙ୍କୁ ଏବେ ବି ଖୁସି ଦେଇ ପାରୁଛନ୍ତି ।

ଗତକାଲି ରିୟାଙ୍କର ଜନ୍ମଦିନ ଥିଲା ଯାହାକୁ ସେ ତାଙ୍କ ସ୍ଵାମୀଙ୍କ ସହ ବଡ ଧୂମ ଧାମରେ ପାଳନ କରିଛନ୍ତି । ଏହା ରିୟାଙ୍କର ପ୍ରଥମ ଜନ୍ମଦିନ ଯାହାକୁ ସେ ବିବାହ ପରେ ପାଳନ କରୁଛନ୍ତି । ରିୟା କହିଛନ୍ତି ମୋତେ ପୂର୍ବରୁ ଆଗରୁ ଗୋଟିଏ ପରିବାର ସହ ଜନ୍ମଦିନ ପାଳନ ଅକରୁଥିଲେ ଏବେ ସେ ଦୁଇଟି ପରିବାର ସହ ଜନ୍ମଦିନ ପାଳନ କରି ସେ ବହୁତ ଖୁସି ହେଉଛନ୍ତି ।

ତେବେ ଏବେ ରିୟାଙ୍କର ଏକ ସିନେମା ଆସୁଛି କଟକ ଶେଷରୁ ଆରମ୍ଭ ଯେଉଁଥିରେ ରିୟା ଏକ ଆଇଟମ ସଙ୍ଗରେ ନଜର ଆସୁଛନ୍ତି, ଗୀତଟି ର ନାଁ ହେଲା ରଙ୍ଗଲତା । ଗୀତ ଟି ବହୁତ ଶ୍ରୁତିମଧୁର ହୋଇଥିବା ବେଳେ ଗୀତରେ ରିୟା ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । କଟକ ସିନେମାରେ ସିଦ୍ଧାନ୍ତ, ଅନୁ ଚୌଧୁରୀ ଙ୍କ ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳିବ । ରିୟା ଙ୍କ ଜନ୍ମଦିନରେ ତାଙ୍କ ଶାଶୁ ତାଙ୍କ ପାଇଁ କେକ ପଠାଇ ଥିଲେ ।

Leave a Comment