Breaking News

ବାହା ବେଦି ରୁ ଉଠି ପଳାଈଲେ ବର ପ୍ରେମିକା ପାଖକୁ . . .

ଆଜ୍ଞା ହଁ, ଘଟଣା ଟି ଦେଖିବାକୁ ମିଳିଛି କର୍ଣ୍ଣାଟକର ଚିକ୍କାମାଙ୍ଗାଲୁରୁ ରେ ଆପଣମାନେ ଯେପରି ଦେଖିଥିବେ ଅନେକ ସିନେମାରେ ଦେଖିବାକୁ ମିଳିଛି ବର ବିବାହ କରିବାକୁ ମନା କରି ଦେଉଥିବା ବେଳେ କିମ୍ବା ବିବାହ ଅଧାରୁ ଚାଲି ଯାଉଥିବା ସମୟ‌ରେ ଅନ୍ୟ ଜଣେ ବ୍ୟକ୍ତି କନ୍ୟାର ହାତ ଧରି ଜୀବନସାଥୀ କରିଥାଆନ୍ତି। ଏହିପରି ଏକ ଘଟଣା ରିୟଲ ଲାଇଫ ରେ ଦେଖିବାକୁ ମିଳିଛି |


ଘଟଣା ସ୍ଥଳରେ ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିଭାଘର ଗୋଟିଏ ତାରିଖରେ ସ୍ଥିର ହୋଇଥିଲା। ଏହା ସହ ଦୁଇ ଭାଇ ଙ୍କ ବାହାଘର ଗୋଟିଏ ମଣ୍ଡପ ରେ ହେବାର ଥିଲା |ବାହାଘର ପାଇଁ ସବୁ କିଛି ଆୟୋଜନ ସରିଥିଲା। ଅତିଥିମାନେ ବିବାହ ଆରମ୍ଭ ହେବାକୁ ଅପେକ୍ଷା କରିଥିବା ବେଳେ ବେଦୀରୁ ନବୀନ କେଉଁଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି ପରେ ବି ନବୀନଙ୍କର କୌଣସି ଅତା ପତାମିଳି ନଥିଲା।

ନବୀନ ନିଖୋଜ ହେବା ପରେ କନିଆଁ ସିନ୍ଧୁଙ୍କ ପରିବାର ଭାଙ୍ଗି ପଡ଼ିଥିଲେ। ସିନ୍ଧୁଙ୍କୁ ଏଭଳି ଅବସ୍ଥାରେ ଆଉ କିଏ ବିବାହ କରିବ ବୋଲି ପରିବାର ବାହୁନି ବାହୁନି କାନ୍ଦୁଥିବା ବେଳେ ବିବାହରେ ନିମନ୍ତ୍ରିତ ହୋଇ ଆସିଥିବା ଜଣେ ଅତିଥି ସିନ୍ଧୁଙ୍କ ହାତ ଧରିବେ ବୋଲି କହିଥିଲେ। ଉକ୍ତ ମହାନ ବ୍ୟକ୍ତିଙ୍କ ନାମ ଚନ୍ଦ୍ରପା। ଚନ୍ଦ୍ରପା ବସ କଣ୍ଡକ୍ଟର ଭାବେ କାମ କରନ୍ତି। ଏହାପରେ ଚନ୍ଦ୍ରପାଙ୍କ ସହିତ ସିନ୍ଧୁଙ୍କ ବିବାହ ହୋଇଥିଲା। ବଡ଼ ବିପତ୍ତିରୁ ବଞ୍ଚି ଯାଇଥିଲା କନ୍ୟାଘର।
ପରେ ଶୁଣିବାକୁ ମିଳିଥିଲା କି ନବୀନଙ୍କ ବାହାଘରରେ ତାଙ୍କ ପ୍ରେମିକା ଖୁସି ନଥିଲେ । ବିବାହ ମଣ୍ଡପକୁ ଆସି ହାତ କାଟିବା ସହ ବାହା ଘର ଭାଙ୍ଗି ଦେବାକୁ ସେ ନବୀନଙ୍କୁ ବାରମ୍ବାର ଧମକ ଦେଉଥିଲେ। ଏହି ଧମକରେ ବିଚଳିତ ହେବା ସହିତ ପ୍ରେମିକା କଥା ମନେପଡ଼ିବାରୁ ନବୀନ ତାଙ୍କୁ ସାକ୍ଷାତ କରିବା ପାଇଁ ବିବାହକୁ ଅଧାରେ ଛାଡ଼ି ଚାଲି ଯାଇଥି‌ଲେ।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *