ଅନେକ ଦିନର ପ୍ରତୀକ୍ଷା ପରେ ସାରା ଓଡିଶା ବାସୀ ବାବୁସାନଙ୍କୁ ଏକ ନୂଆ ଅନ୍ଦାଜରେ ଏକ ନୂଆ ସିନେମା ମାଲ୍ୟଗିରିରେ ଦେଖିବା ପାଇଁ ପାଇବେ । ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ପରେ ରିଲିଜ ହେବାକୁ ଯାଉଛି ବାବୁଷାନଙ୍କ ସିନେମା । ଦମନ ସିନେମା ସୁପରହିଟ ହେବା ରେ ଏପର୍ଯ୍ୟନ୍ତ ବାବୁସାନଙ୍କର କୌଣସି ସିନେମା ରିଲିଜ ହୋଇ ନଥିଲା, ଏହାର କାରଣ ହେଲା ବାବୁସାନ ଏବେ ବାଛି ବାଛି ସିନେମା କରୁଛନ୍ତି ।
ଦମନ ସିନେମା ଟି ବାବୁସାନଙ୍କୁ ଓଡିଶା ବାହାରେ ପରିଚୟ ଦେଇଛି । ତେଣୁ ବାବୁସାନ ଭଲ କାହାଣୀ ନଥିଲେ ଏବେ ସିନେମା କରୁ ନାହାନ୍ତି । ଦମନ ସିନେମା ପରି ମାଲ୍ୟଗିରି ସିନେମା ଟି ମଧ୍ୟ ଓଡିଶାର ମୌଲିକ କାହାଣୀ ଅଟେ । ଏବେ ଯେଉଁ ବି ଓଡିଆ ସିନେମାରେ ଆସୁଛି ତାହା କପି ସିନେମା ନୁହେଁ । ମାଲ୍ୟଗିରି ବି ବାସ୍ତବ କାହାଣୀ ଉପରେ ଆଧାରୀତି ଓ ଏଥିରେ ଦର୍ଶକ ମାନେ ଓଡିଶାର ମାଟି ପାଣି ପବନର ବାସ୍ନା ନିଶ୍ଚୟ ପାଇବେ ।
ମାଲ୍ୟଗିରି ସିନେମାକୁ ନେଇ ସୁପରଷ୍ଟାର ବାବୁସାନ କହିଛନ୍ତି ସେ ଏତେ ସିନେମା କରି କି ତାଙ୍କର ଚୁଟି ପାଚି ଗଲାଣି ତାଙ୍କ ଅବସର ନେବା ବୟସ ହେଲାଣି କିନ୍ତୁ ଏହି ସିନେମା କରିକି ସେ ଟିକେ ନର୍ଭସ୍ ଥିଲେ । ଏହା କାରଣ ହେଲା ଏହି ସିନେମା ପାଇଁ ଜଣେ ବଡ ଫାଇଟ ମାଷ୍ଟର ବମ୍ବେରୁ ଆସିଥିଲେ । ଯେ କି ପୂର୍ବରୁ କାଶ୍ମୀର ଫାଇଲ୍ସ ପରି ସୁପର ହିଟ ସିନେମାରେ ଫାଇଟ ମାଷ୍ଟର ଭାବେ କାମ କରି ସାରିଛନ୍ତି ।
ବାବୁସାନ କହିଛନ୍ତି କାଲେ କେଉଁଠି ଭୁଲ ହୋଇଯିବ ତେଣୁ ସେ ଡରୁ ଥିଲେ କିନ୍ତୁ ତାଙ୍କ ଫାଇଟ ମାଷ୍ଟର ବହୁତ କୋଅପରେଟିଭ ଥିଲେ ଯେଉଁଥି ପାଇଁ ତାଙ୍କ ସିନେମାର ସବୁ ଫାଇଟ ସିନେମା ବହୁତ ଭଲ ହୋଇଛି ଓ ସିଁନ ଗୁଡିକ ସିନେମାର କାହାଣୀ ସହିତ ମ୍ୟାଚ ହେଉଛି । ସିନେମା ପାଇଁ ବାବୁସାନ ବହୁତ ପରିଶ୍ରମ କରିଛନ୍ତି । ପାଖା ପାଖି ୮୦ ଦିନ ଲାଗିଛି ସିନେମାକୁ ସୁଟ କରିବା ପାଇଁ।
ସିନେମା ଟି ବହୁତ ବଡ ବଜେଟରେ ସିନେମା ଏବଂ ସିନେମାରେ ବହୁତ ବଡ ବଡ ଷ୍ଟାରକାଷ୍ଟ ଙ୍କୁ ଅଭିନୟରେ ଦେଖିବାକୁ ପାଇବେ । ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ଶିବାନୀ ଥିବା ବେଳେ ଏଥିରେ ହିରୋ ଅମ୍ଳାନଙ୍କ ନୂଆ ଲୁକରେ ନଜର ଆସୁଛନ୍ତି ତାଙ୍କ ବିପକ୍ଷରେ ନାୟିକା ସୁରମୟୀ ଅଭିନୟ କରୁଛନ୍ତି । ଏଥି ସହିତ ହିରୋଇନ ଏଲିନା ଏହି ସିନେମାରେ ଏକ ଆଇଟମ ସଙ୍ଗରେ ନଜର ଆସିଛନ୍ତି ।