ମା ହେବାକୁ ଯାଉଛନ୍ତି ହିରୋଇନ ଏଲି ପାଢୀ । ବିବାହର ୪ ବର୍ଷ ପରେ ମା ହେବେ ଏଲି ପାଢୀ । ଏବେ ଏଲି ପ୍ରାୟ ୭ ମାସର ଗର୍ଭବତୀ ଅଛନ୍ତି । ଏଲି ଅନେକ ଦିନ ହେଲା ସେ ଅଭିନୟ ଠାରୁ ଦୂରରେ ରହିଛନ୍ତି । ଏଲି ଓଡିଆ ସିରିଏଲ ଓ ଆଙ୍କରିଙ୍ଗ କରି ବେଶ ଲୋକପ୍ରିୟତା ହାସଲ କରି ପାରିଥିଲେ ।
ଆଜି ଠାରୁ ପ୍ରାୟ ୧୫ ବର୍ଷ ତଳୁ ଏଲି ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏଲି ଅବୁଝା ଏ ମନ, ତୁଲସୀ, ଅପା, ସିନ୍ଦୁର, ବଧୂ ଆଦି ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରି ସଫଳତା ପାଇଛନ୍ତି । ଏଲି ଙ୍କ ସ୍ଵାମୀ ତାଙ୍କୁ ଅଭିନୟ କରିବା ପାଇଁ ଅନେକ ସ୍କୋପ ଦେଇଛନ୍ତି ବୋଲି ସେ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ।
ଏଲିଙ୍କ ସ୍ଵାମୀ ତାଙ୍କୁ ପ୍ରଥମେ ଏକ ଟିଭି ଶୋ ରେ ଆଙ୍କରିଙ୍ଗ କରୁଥିବାର ଦେଖିବା ପାଇଁ ପାଇଥିଲେ । ଏହା ପରେ ସେ ତାଙ୍କର ଅଭିନୟର ଫ୍ୟାନ ହୋଇଥିଲେ । ଏହା ପରଠାରୁ ଦୂହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଅନେକ ଦିନ ପ୍ରେମ ସମ୍ପର୍କ ରେ ରହିବା ପରେ ବିବାହ କରିଥିଲେ । ବିବାହର ୪ବର୍ଷ ପରେ ତାଙ୍କ ଘରକୁ ଏକ ବଡ ଖୁସିର ଖବର ଆସିଛି ।