ଚର୍ଚ୍ଚା ହେଉଛି ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହେବେ । କିଏ ସେହି ଭାଗ୍ୟବାନ ମହିଳା ? କିଏ ସେହି ମହିଳା ଯାହାଙ୍କ ମୁଣ୍ଡରେ ହାତୀ ଢାଳିବା ସୁନାର କଳସ । ପାୱାର କରିଡରରେ ଚର୍ଚ୍ଚା ହେଲାଣି ଲୋକ ବି ଆଲୋଚନା କରିଲେଣି । ଓଡିଶା ଦେଖିବ ନୂଆ ମୁଖ୍ୟମନ୍ତ୍ରୀ ଏବେ ରାଜା ନୁହେଁ ଏଥର ରାଣୀ କରିବେ ଓଡିଶାକୁ ଶାସନ, କାରଣ ଓଡିଶା ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଜଣେ ମହିଳା ।
ଏହି ଚର୍ଚ୍ଚା କିଛି ନୂଆ ନୁହେଁ, ମଝିରେ ମଝିରେ ଏମିତି କିଛି କଥା ଶୁଣିବା ପାଇଁ ମିଳେ, ଫୁଣି ଦିନ କେଇଟାରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡି ଯାଇଥାଏ । କିନ୍ତୁ ଏଥର ଚର୍ଚ୍ଚା ଟିକେ ଅଲଗା ଓ ଟିକେ ବେଶୀ, ପରବର୍ତ୍ତୀ ନିର୍ବାଚନରେ ଓଡିଶା ଦେଖିବ ନୂଆ ମୁଖ୍ୟମନ୍ତ୍ରୀ ଏହା ଗାଁ ର ଚା ଖଟି ରୁ ଆରମ୍ଭ ହୋଇ ବିଧାନସଭା ପର୍ଯ୍ୟନ୍ତ ଏମିତି କେତେ କଥା ଆରମ୍ଭ ହେଲାଣି ।
ତେବେ କିଏ ସେହି ଭାଗ୍ୟବାନ ମହିଳା ଯିଏ ସମ୍ଭାଳିବେ ଓଡିଶାର ଶାସନ ଭାର, କିଏ ସେ ମହିଳା ଯାହା ମୁଣ୍ଡରେ ଓଡିଶାବାସୀ ଢାଳିବେ ଆର୍ଶୀବାଦର ସୁନା କଳସ । ଶ୍ରୀମତୀ ନନ୍ଦିନୀ ଶତପଥି ଙ୍କ ପରେ କିଏ ହେବ ଓଡିଶାର ଦ୍ଵିତୀୟ ମହିଳା ମୁଖ୍ୟମନ୍ତ୍ରୀ । ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ଦୁଇ ନାଁ କୁ ନେଇ ବେଶ ଆଲୋଚନା ଚାଲିଛି ।
ପ୍ରଥମ ନାଁ ହେଉଛି ସୁଜାତା କାର୍ତ୍ତିକେୟନ ଓ ଦ୍ଵିତୀୟ ନାଁ ହେଉଛି ଗାୟତ୍ରୀ ପଟ୍ଟନାୟକ । ଏଥର ଓଡିଶାବାସୀ ଙ୍କ ଦ୍ଵାୟିତ୍ଵ ନେବେ ଜଣେ ମହିଳା, ଏଥର ମହିଳା ମାନଙ୍କ ଭୋଟରେ ସରକାର ଗଢା ହେବ । ଓଡିଶାବାସୀଙ୍କ ଆର୍ଶୀବାଦ ପାଇଲେ ବିଜେଡି ଏମିତି ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରି ଚାଲିଥିବ । ଏଥର ସିଧା ସଳଖ ବିଜେଡି ମିଶନ ଶକ୍ତି ମାଧ୍ୟମରେ ମହିଳା ଙ୍କ ଭୋଟ ହାତେଇବା ପାଇଁ ପ୍ଳାନ କରି ସାରିଲାଣି ।
ମହିଳାଙ୍କ ଭୋଟ ଏଥର ସରକାର ଗଢିବ ଏବଂ ଓଡିଶାର ଦ୍ଵାୟିତ୍ଵ ନେବେ ଜଣେ ମହିଳା। ଯଦି ପୂର୍ବ ଚର୍ଚ୍ଚାକୁ ଦେଖିବା ମୁଖ୍ୟମନ୍ତ୍ରୀ ରେସ୍ ରେ ସବୁଠାରୁ ଆଗରେ ରହିଛନ୍ତି ସୁଜାତା କାର୍ତ୍ତିକେୟନ । ଯଦି ନବୀନ ଏହା ଆହ୍ଵାନ ଦିଅନ୍ତି ତେବେ ସୁଜାତା ହେବେ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଝିଆରୀ ମଧ୍ୟ ଏହି ରେସ୍ ରେ ଅଛନ୍ତି । କିଛି ଦିନ ତଳେ ସେ ଓଡିଶା ଆସି ଓଡିଶାର ରାଜନୈତିକ ବାତାବରଣକୁ ସେ ଅନୁଧ୍ୟାନ କରିଛନ୍ତି । ତେଣୁ ତାଙ୍କୁ ନେଇ ଚର୍ଚ୍ଚା ବଢିବ ସ୍ଵାଭାବିକ କଥା । ସବୁ ପରେ ବି ନବୀନ ପଟ୍ଟନାୟକ ଙ୍କ କଥା କେହି ଜାଣି ପାରନ୍ତି ନାହି, ତାଙ୍କ ବାମ ହାତ କଥା ଡାହାଣ ହାତ ଜାଣେ ନାହି । ତେବେ ଏହି ଚର୍ଚ୍ଚା କେତେ ସତ ଆଗାମୀ ଦିନରେ ସବୁ ଜଣା ପଡିବ ।