ଫୁଣି ମନୋଜ ମିଶ୍ର (Manoj Mishra) ଙ୍କ ନାଁ ରେ ଏକ ବଡ ଅଭିଯୋଗ ଆଣିଲେ ଅଭିନେତ୍ରୀ ରୂପଶ୍ରୀ କହିଲେ ରାତିରେ ମୋତେ ପ୍ଲାଟକୁ ଡାକନ୍ତି ମନୋଜ ଆଉ କୁହନ୍ତି

ମନୋଜ ମିଶ୍ର ଓଡିଆ ସିନେମା ଜଗତର ଜଣେ ବଡ ଅଭିନେତା ଯିଏ ସବୁବେଳେ ଓଡିଆ ସିନେମା କିପରି ଆଗକୁ ବଢିବ, କେମିତି ଓଡିଆ ସିନେମା ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିବ ଏଇ ସବୁ କଥା କହି ସବୁବେଳେ ସେ ଏଇ ଚର୍ଚ୍ଚାରେ ଥାନ୍ତି । କେବଳ ସେ କଥା କୁହନ୍ତି ନାହିଁ ନିଜେ କାମରେ ମଧ୍ୟ କରି ଦେଖେଇବା ପାଇଁ ଚେଷ୍ଟା କରନ୍ତି ।

କିନ୍ତୁ ଏଇ କିଛି ଦିନ ହେବ ମନୋଜ ମିଶ୍ର ବହୁତ ଚର୍ଚ୍ଚାରେ ଅଛନ୍ତି । ମନୋଜ ମିଶ୍ରଙ୍କୁ ନେଇ ବିବାଦ ବଢିବା ରେ ଲାଗିଛି । ମନୋଜ ମିଶ୍ରଙ୍କ ସମର୍ଥକ ମାନେ ରାମ ସିନେମାକୁ ପଶ୍ଚିମ ଓଡିଶାରେ ବ୍ୟାନ କରିଥିଲେ ଏହା ପରେ ଓଡିଶାର ପ୍ରଯୋଜକ ସଂଘ ତାଙ୍କୁ ଓଡିଆ ସିନେମାରୁ ୨ ବର୍ଷ ପାଇଁ ବ୍ୟାନ କରିଥିଲେ । ଏହା ପରେ ବିବାଦ ବହୁ ମାତ୍ରା ରେ ବଢି ଯାଇଛି ।

ଏବେ ମନୋଜ ମିଶ୍ରଙ୍କୁ ନେଇ ଏକ ନୂଆ ବିବାଦ ଫୁଣି ଥରେ ମୁଣ୍ଡ ଟେକିଛି । ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ମନୋଜ ମିଶ୍ରଙ୍କ ନାଁ ରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ରୂପଶ୍ରୀ ମନୋଜଙ୍କୁ ଦିନେ ବହୁତ ସମ୍ମାନ ଦେଉଥିଲେ ସେ ତାଙ୍କ ଅଭିନୟର ବଡ ଫ୍ୟାନ ଥିଲେ କିନ୍ତୁ ସମୟ ବଦଳିବା ସହିତ ତାଙ୍କ ସହିତ ମନୋଜ କିଛି ଖରାପ କରିଥିଲେ ଯେଉଁଥି ପାଇଁ ଆଜି ତାଙ୍କ ମନରେ ମନୋଜଙ୍କ ପାଇଁ ଘୃଣା ରହିଛି ।

ପ୍ରଥମେ ମନୋଜ ରୂପଶ୍ରୀଙ୍କ ଫୋନ ନମ୍ବର ଦେଇଥିଲେ, ପ୍ରଥମେ ରୂପଶ୍ରୀଙ୍କୁ କେମିତି ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ ହେଉଛି ସେଥିରୁ କିପରି ଦୂରେଇ ରହିବା ସେହି ବିଷୟରେ ବୁଝାଇଥିଲେ । କିନ୍ତୁ କିଛି ଦିନ ପରେ ମନୋଜ ରୂପଶ୍ରୀଙ୍କୁ ରାତି ପ୍ରାୟ ୧୨.୩୦ରେ ମେସେଜ କରି କହିଲେ ରୂପଶ୍ରୀ ତୁମେ ବହୁତ ସୁନ୍ଦର ତୁମେ ବହୁତ ସେକ୍ସି । ଏମିତି କଥା ଶୁଣି ରୂପଶ୍ରୀ କିଛି ବୁଝି ନପାରି ଦ୍ଵନ୍ଦରେ ତାଙ୍କୁ ଥାଙ୍କୟୁ ମେସେଜ ଟିଏ କରିଥିଲେ ।

ଏହାପରେ ତାଙ୍କୁ କହିଥିଲେ ରୂପଶ୍ରୀ ମୋ ଗାର୍ଲଫ୍ରେଣ୍ଡ ନାହି ତୁମେ ଏବେ କଲ କରିବ ଏମିତି କିଛି କଥା କହିଥିଲେ ଏହା ପରେ ସେ ରୂପଶ୍ରୀଙ୍କୁ ବହୁତ ହଇରାଣ କରିଥିଲେ ଯାହାକୁ ରୂପଶ୍ରୀ ନିଜେ କହିଛନ୍ତି ଆପଣ ମାନେ ତଳେ ଦିଆ ଯାଇଥିବା ଭିଡିଓରେ ଦେଖି ପାରିବେ ।

Leave a Comment