ଫୁଣି ବାହାନଗା ଭଳି ବଡ ଟ୍ରେନ ଦୁର୍ଘଟଣା ହେଲା ଓଲଟିଲା ୨୧ଟି ବଗି, ଦେଖିଲେ ଛାତି ଥରି ଉଡିବ – ଦେଖନ୍ତୁ ଭିଡିଓ

ଫୁଣି ବାହାନଗାର ପରି ସମାନ ଘଟଣା ବିହାର ଘଟିଛି । ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ । ଏଇ ଦୁର୍ଘଟଣା ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ବିହାର ଏହି ଦୃଶ୍ୟ ସମସ୍ତଙ୍କ ଆଖିକୁ ଚକିତ କରି ଦେଇଛି । ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନ ରେ ଘଟି ଯାଇଛି ଟ୍ରେନ ଦୁର୍ଘଟଣା, ଟ୍ରାକ ରୁ ଟ୍ରେନ ବାହାରି ଯିବା ରୁ ଏମିତି ଏକ ଦୁର୍ଘଟଣା ଘଟିଛି ।

ଏପର୍ଯ୍ୟନ୍ତ ସେଥିରେ ୪ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗତ କାଲି ରାତିରେ ଦିଲ୍ଲୀ ଆନନ୍ଦପୁର ଷ୍ଟେସନରୁ ବିହାର ଦେଇ ଗୌହାଟି ଷ୍ଟେସନକୁ ଯାଉଥିବା ନର୍ଥ ଈଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସ ର ୨୧ ଟି ବଗି ଲାଇନ ଚ୍ୟୁତ ହୋଇଥିଲା । ଏହି ଘଟଣାରେ ଶତାଧିକ ଲୋକ ଆହାତ ହୋଇଥିବା ବେଳେ ଗୁରୁତ୍ଵର ବ୍ୟକ୍ତିଙ୍କୁ ପାଟଣାର ଏମ୍ସ ରେ ଭର୍ତ୍ତି କରାଯାଇଛି ।

୨୩ ବଗି ବିଶିଷ୍ଟ ଏହି ଟ୍ରେନ ଟି ଦିଲ୍ଲୀ ଆନନ୍ଦପୁର ବିହାର ଟର୍ମିନାଲ ରୁ ବାହାରିଥିଲା ଏହା ବକ୍ସର ଷ୍ଟେସନ ଅତିକ୍ରମ କରିବାର ୩୦ ମିନିଟ ପରେ ରଘୁନାଥ ପୁର ଷ୍ଟେସନ ନିକଟରେ ରାତି ପ୍ରାୟ ୯ଟା ରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ପରେ ଯାତ୍ରୀ ମାନଙ୍କୁ ଯୁଦ୍ଧ କାଳୀନ ଭିତରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଉଦ୍ଧାର କାର୍ଯ୍ୟରେ NDRF, SDRF, ରେଲୱେ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ନିୟୋଜିତ ହୋଇଛନ୍ତି ।

Leave a Comment