ଫୁଣି ବାହାନଗା ପରି ୩ଟି ଟ୍ରେନ ଦୁ-ର୍ଘଟଣା, ଏବେ ସୁଦ୍ଧା ପଲାସା ପାସେଞ୍ଜରକୁ ପଛରୁ ପିଟିଲା ରାୟଗଡା ଯାଉଥିବା ଟ୍ରେନ – ଦେଖନ୍ତୁ

ଆନ୍ଧ୍ରପ୍ରଦେଶର କଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଘଟିଛି ଫୁଣି ଏକ ଭ-ୟଙ୍କର ରେଳ ଦୁ-ର୍ଘଟଣା। ବାହାନଗା ପରି ଫୁଣି ଥରେ ଓଡିଶା ଆନ୍ଧ୍ର ସୀମାନ୍ତ ରେ ୩ଟି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଘଟଣା ସାମ୍ନାକୁ ଆସୁଛି । ପଲାସା ପାସେଞ୍ଜରକୁ ପଛରୁ ପିଟିଲା ରାୟଗଡା ଯାଉଥିବା ପାସେଞ୍ଜର ଟ୍ରେନ । ଦୁଇ ଟ୍ରେନ ଦୁର୍ଘଟଣା ହେବା ପରେ ଅନ୍ୟ ଏକ ପଟୁ ଆସୁଥିଲା ଏକ ମାଲବାହୀ ଟ୍ରେନ ଠିକ ବାହାନଗା ପରି ।

ଫୁଣି ୩ଟି ଟ୍ରେନ ଧକା ହୋଇ ଲାଇନଚ୍ୟୁ ହୋଇ ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହାତ ଅଛନ୍ତି । ଏବେ ବି କିଛି ଯାତ୍ରୀ ମାନେ ଟ୍ରେନ ତଳେ ଫସି ରହିଛନ୍ତି । ତେବେ ଅନୁମାନ କରା ଯାଇଛି ଯେ ଆହୁରି ଅଧିକ ଯାତ୍ରୀଙ୍କ ଜୀବନ ଯାଇପାରେ । ଏହି ଘଟଣା ଦେଖିଲେ ବାହାନଗାର ଘଟଣା ଫୁଣି ଥରେ ମନେ ପଡି ଯାଉଛି । ତେବେ ଏମିତି ବାରମ୍ବାର କାହିଁକି ହେଉଛି ?

Leave a Comment