ଫୁଣି ସୁପରଷ୍ଟାର ଅନୁଭବ ଜାରି କରିଲେ ଏକ ଦୁଃଖଦ ଭିଡିଓ । କୋହଭରା କଣ୍ଠରେ କହିଲେ “ବର୍ଷା ମାଡାମ ମୋ ବାପାଙ୍କ ଦେହ ବହୁତ ଖରାପ, ମୋ ବାପା କାହାରିକୁ ଚିହ୍ନି ପାରୁ ନାହାନ୍ତି, ମୋ ବାପାଙ୍କୁ ମୁଁ ଏମିତି କିଛି କହି ଆସିଛି ଯାହା ଗୋଟିଏ ପୁଅ ପାଖରେ ସମ୍ଭବ ନୁହେଁ ଏବଂ ଏବେ ମୋତେ ଯାହା ଫିଲ ହେଉଛି ତାହା କେବଳ ମୁଁ ହିଁ ଜାଣି ପାରୁଛି ।
ହଁ ଆଜ୍ଞା ଅନୁଭବଙ୍କ ଆଖିରେ ଆଜି ଲୁହ, ଆଖିରେ ଆଖିଏ ଲୁହ ଫୁଣି ଥରେ ସୋସିଆଲ ମିଡିଆରେ ଭିଡିଓ ଜାରି କରିଲେ ଅନୁଭବ । ଅନୁଭବଙ୍କ ଏହି ଭିଡିଓ ଦେଖିଲେ କାହାରି ଆଖିରେ ଲୁହ ଆସିଯିବ । ଅନୁଭବ ତାଙ୍କ ହୃଦୟରେ ଥିବା ଦୁଃଖ ଆଜି ସୋସିଆଲ ମିଡିଆରେ କହିଛନ୍ତି, ବର୍ଷାଙ୍କ ଆଗରେ ହାତ ଯୋଡି ଗୁହାରି କରିଛନ୍ତି ।
ସେ ତାଙ୍କର ଦୁଃଖକୁ ବଖାଣିବା ବେଳେ ତାଙ୍କର ପାଟି ଠାରିବା ପାଇଁ ଲାଗିଥିଲା କାରଣ ସେ ତାଙ୍କ ବାପାଙ୍କ ପାଇଁ ଅଧିକ ଦୁଃଖିତ ହୋଇଥିଲେ ସେ । ତାଙ୍କ ବାପା ଶୋଇ ପାରୁ ନଥିବା ବେଳେ ତାଙ୍କ ମା ମଧ୍ୟ ଶୋଇ ପାରୁ ନାହାନ୍ତି । ତାଙ୍କ ବାପା ଙ୍କର ଏମିତି ଅବସ୍ଥାରେ ବର୍ଷାଙ୍କ ଏମିତି ଅଭିନୟ ତାଙ୍କୁ ଆହୁରି ମଧ୍ୟ ଅନେକ କଷ୍ଟ ଦେଉଛି । ଏମିତି ଦୁଃଖଦ କଥାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଭିଡିଓକୁ ଭଲଭାବେ ଦେଖିବେ ଅନୁଭବ କାନ୍ଦି କାନ୍ଦି ତାଙ୍କ ଆଖି ଲାଲ ପଡି ଯାଇଛି । ସେ କହିଛନ୍ତି ତାଙ୍କ ବାପାଙ୍କ ଡାଏଲିସ ଚାଲିଛି, ସେ ବାରମ୍ବାର ବେହୋସ ହୋଇ ଯାଉଛନ୍ତି, ତାଙ୍କ ପାଇଁ ସେ କି ତାଙ୍କ ମା କି ପରିବାରର କୌଣସି ସଦସ୍ୟ ବି ଶୋଇ ପାରୁ ନାହାନ୍ତି । ସକାଳ ୫ଟା ପର୍ଯ୍ୟନ୍ତ କେହି ଶୋଇ ନାହାନ୍ତି, କିନ୍ତୁ ବର୍ଷା ମାଡାମ ମୋ ବାପାଙ୍କ କଷ୍ଟକୁ ଟିକେ ବି ଅନୁଭବ କରି ପାରିଲେ ନାହିଁ ।
ଯଦି ସେ ଅନୁଭବ କରିଥାନ୍ତେ ତେବେ ସେ ଛାଡପତ୍ର ପାଇଁ ରାଜି ହୋଇ ଯାଇଥାନ୍ତେ । ଏମିତି କିଛି କଥା କହିଛନ୍ତି ଅନୁଭବ । ସେ କହିଛନ୍ତି ସେମାନେ କେବେ ବି ସ୍ଵାମୀ ସ୍ତ୍ରୀ ହୋଇ ରହି ନାହାନ୍ତି ତେଣୁ ଏ ଡ୍ରାମା ବନ୍ଦ କରନ୍ତୁ । କିଛି ଦିନ ପୂର୍ବରୁ ବର୍ଷାଙ୍କୁ ସୋସିଆଲ ମିଡିଆରେ ଗୁହାରି କରି କହିଥିଲେ ଆମେ ସ୍ଵାମୀ ସ୍ତ୍ରୀ ନହେଲେ ନାହିଁ ଭଲ ସାଙ୍ଗ ହୋଇ ରହି ପାରିବା, ମୁଁ ତୁମକୁ ବହୁତ ଭଲପାଏ, ଛାଡପତ୍ର ବହୁତ ଭଲରେ ଭଲରେ ହୋଇ ଯାଉ ବୋଲି ଏମିତି କହିଥିଲେ ବର୍ଷାଙ୍କୁ ।
ଅନ୍ୟପଟେ ଫ୍ୟାମିଲ କୋର୍ଟରେ ଛାଡପତ୍ର ମାମଲା ଖାରଜ ହେବା ପରେ ଏମିତି ଭାଙ୍ଗିପଡିଛନ୍ତି ଅନୁଭବ ମହାନ୍ତି । ଆଉ ଏବେ ତାଙ୍କ ଦୁଃଖର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।