ଫିକା ପଡିବ ପୂଜା ମଉଜ, ବଢିଲା ବାତ୍ୟା ଭୟ!

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଲଘୁଚାପ ଘନୀଭୁତ ହୋଇ ଅବପାତର ରୂପ ନେଇ ପାରେ । ଅକ୍ଟୋବର ୨୩ ରେ ଅବପାତର ରୂପ ନେବା ସମ୍ଭାବନା । ଏହା ର ପ୍ରଭାବ ରେ ୨୩ରୁ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଇ ବର୍ଷା ବର୍ଷାରେ ଭିଜିବ ଦଶହରା । ଫିକା ପଡିବ ପୂଜା ମଉଜ ।

ଏହା ଧୀରେ ଧୀରେ ଓଡିଶା ଓ ଆନ୍ଧ୍ରର ଉପକୂଳକୁ ଆସିବ । ଉପକୂଳ ଜିଲ୍ଲାରେ ୮୦ କିମି ବେଗରେ ପବନ ବହିବ । ଏହା ଓଡିଶା ଉପକୂଳର ସାମନ୍ତରାଳ ଦୂରତା ଦେଇ ବାଙ୍ଗଲାଦେଶ ଆଡକୁ ଗଡି କରିବ । ଏହା ୨୫ ତାରିଖ ବେଳକୁ ୯୦ କିମି ବେଗରେ ପବନ ବହିବ । ଏହା ଓଡିଶା ଉପକୂଳରେ ଘଷି ହୋଇ ବାଙ୍ଗାଲାଦେଶରେ ମାଡ ହେବ ।  ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ “ହମୁନ” ।

Leave a Comment