Skip to content
ଗତ କିଛି ଦିନ ତଳେ ତଳେ ବୈରାଗୀ ନାମକ ଜଣେ ବ୍ୟକ୍ତିଙ୍କର ଭିଡ଼ିଓ ଭାଇରାଲ ହୋଇଥିଲା, ସେ ପୂର୍ବରୁ ସୁପରଷ୍ଟାର ସିଦ୍ଧାନ୍ତଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । ଅନେକ ସିନେମାରେ ସେ ଦିଦ୍ଧାନ୍ତଙ୍କ ସହିତ ପାଦରେ ପାଦ ମିଶାଇ ଡ୍ୟାନ୍ସ କରିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ସେ ଆଜି ନିଜର ପେଟ ପୋଷିବା ପାଇଁ ଫାଷ୍ଟଫୁଡ ଦୋକାନରେ କାମ କରୁଛନ୍ତି ।
ଯେତେବେଳେ ଏହି ଭିଡ଼ିଓ ଭାଇରାଲ ହୋଇଥିଲା ସିଦ୍ଧାନ୍ତ ଭିଡ଼ିଓ ଟିକୁ ତାଙ୍କ ପୁରୁଣା ଦିନର ସାଥି ବୈରାଗୀଙ୍କୁ ଦେଖି ଚିହ୍ନି ପାରି ଥିଲେ । ବୈରାଗୀ ସିଦ୍ଧାନ୍ତଙ୍କୁ ଅନୁରୋଧ କରି କହିଥିଲେ ଯଦି ସିଦ୍ଧାନ୍ତଙ୍କ ପାଦ ତାଙ୍କ ଗରିବ ଦୋକାନରେ ପଡିବ ସେ ନିଜକୁ ସୌଭାଗ୍ୟ ମନେ କରିବେ । ସିଦ୍ଧାନ୍ତ ତାଙ୍କ ବନ୍ଧୁର ଏମିତି ଅବସ୍ଥା ଆଖିରେ ଲୁହ ଆସି ଯାଇଥିଲା । କେମିତି ବା ସିଦ୍ଧାନ୍ତ ତାଙ୍କର ପୁରୁଣା ଦିନର ସାଥିର ଅନୁରୋଧ କୁ ରଖି ନଥାନ୍ତେ, ଗତ କାଲି ସିଦ୍ଧାନ୍ତ କଟକ ଯାଇ ବୈରାଗୀଙ୍କୁ ଭେଟି ଥିଲେ ।
ମୂନା ଭାଇଙ୍କୁ ଦେଖିବା ମାତ୍ରେ ବୈରାଗୀ ଭାବ ବିହ୍ଵଳ ହୋଇ ଯାଇଥିଲେ ଏଥି ସହିତ ତାଙ୍କ ପାଦ ତଳେ ପଡି ଯାଇଥିଲେ । ସିଦ୍ଧାନ୍ତ ବି ପୁରୁଣା ଦିନର ସାଥିଙ୍କୁ ଦେଖି କୁଣ୍ଡେଇ ପକାଇ ଥିଲେ । ସିଦ୍ଧାନ୍ତଙ୍କୁ ଦେଖି ବୈରାଗୀଙ୍କ ଖୁସି କହିଲେ ନ ସରେ । ଏତେ ଦିନ ପରେ ସିଦ୍ଧାନ୍ତଙ୍କୁ ପାଖରେ ବୈରାଗୀ ଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା । ମନେ ପଡି ଯାଇଥିଲା ସେହି ପୁରୁଣା ଦିନର ସ୍ମୃତି ସବୁ ।
ମୂନା ଭାଇ ବୈରାଗୀଙ୍କ ପାଇଁ କିଛି ଗିପ୍ଟ ଆଣି ଥିଲେ । ଏକ ଟି ସାର୍ଟ ଆଣିଥିଲେ ଯେଉଁ ଥିରେ ଲେଖା ଥିଲା ସିଦ୍ଧାନ୍ତ ଙ୍କ ସହିତ ସେ କାମ କରିଥିବା ଅନେକ ସିନେମାର ନାଁ । ଯାହାକୁ ପାଇ ବୈରାଗୀ କହିଥିଲେ ସେ ତାକୁ ଜୀବନ ସାରା ସାଇତି ରଖିବେ । ନିଜେ ସିଦ୍ଧାନ୍ତ ସେଇ ଟି ସାର୍ଟ କୁ ବୈରାଗୀଙ୍କୁ ପିନ୍ଧାଇ ଥିଲେ । ସିଦ୍ଧାନ୍ତଙ୍କୁ କାଜୁ ଖାଇବାକୁ ଭଲ ଲାଗେ ବୋଲି ବୈରାଗୀ ମନେ ରଖିଥିଲେ ଓ ପାଖରେ ପାଇ ସିନ୍ଧାନ୍ତଙ୍କୁ ସେ କାଜୁ ଖୁଆଇ ଦେଇଥିଲେ ।
ସିଦ୍ଧାନ୍ତ ବି ବହୁତ ଖୁସି ହୋଇଥିଲେ ୨୮ ବର୍ଷ ପରେ ବୈରାଗୀଙ୍କୁ ପାଖରେ ପାଇ । ପଥର ଖସୁଛି ବଡ ଦେଉଳ ରୁ ସିଦ୍ଧାନ୍ତଙ୍କ ସହ ଏକ କଲେଜ ସଙ୍ଗ ରେ ଅଭିନୟ ଆରମ୍ଭ କରିଥିଲେ । ସେବେ ଠାରୁ ପ୍ରାୟ ୧୯୯୬ ମସିହା ପର୍ଯ୍ୟନ୍ତ ବୈରାଗୀ ସିଦ୍ଧାନ୍ତ ଙ୍କ ସହ କାମ କରିଥିଲେ । ସିଦ୍ଧାନ୍ତ କହିଛନ୍ତି ଯଦି ସୁଯୋଗ ମିଳେ ସେ ନିଶ୍ଚୟ ବୈରାଗୀଙ୍କ ସହ କାମ କରିବେ ।