ଭଗବାନ୍ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିବା ପରେ ସୁଦର୍ଶନ ଚକ୍ର କେଉଁଠି ରହିଥିଲେ ଏବଂ କଳିଯୁଗରେ ତାଙ୍କର ଆବିର୍ଭାବ ହୋଇଛି ନା ନାହିଁ ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ। ଶିବ ପୁରାଣ ଅନୁସାରେ ଭଗବାନ୍ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିବା ପରେ ସୁଦର୍ଶନ ଚକ୍ର ତାଙ୍କ ହାତରୁ ଖସି ପାତାଳ ଗାମୀ ହୋଇ ଯାଇଥିଲେ । ଆଉ କଳିଯୁଗ ରେ ଏହା ବିନାଶ ର କାରଣ ହେବ ବୋଲି ଶିବ ପୁରାଣ ରେ ଉଲ୍ଲେଖ ରହିଛି।
ଓଡ଼ିଶା ରେ ଏହି ସୁଦର୍ଶନ ଚକ୍ର ଆବିର୍ଭାବ ହୋଇଛନ୍ତି । ଧରିତ୍ରୀ ଗର୍ଭରୁ ଫୁଟି କି ବାହାରିଛନ୍ତି ସୁଦର୍ଶନ ଚକ୍ର । ହେଲେ ଧରିତ୍ରୀ ଗର୍ଭ ରେ ମିଶି କାହିଁକି ଓଡ଼ିଶା ରେ ଆବିର୍ଭାବ ହୋଇଛନ୍ତି ସୁଦର୍ଶନ ଚକ୍ର ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବୁ । ଭାରତ ବର୍ଷ ରେ କେଉଁଠାରେ ବି ସୁଦର୍ଶନ ଚକ୍ର ଙ୍କୁ ପୂଜା କରା ଯାଉନାହିଁ ହେଲେ ପୁରୀ ଜିଲ୍ଲା ରେ ଧରିତ୍ରୀ ରୁ ଅଧା ବାହାରି ଥିବା ଅବସ୍ଥା ରେ ପୂଜା ପାଉଛନ୍ତି ସୁଦର୍ଶନ।ପବିତ୍ର ପ୍ରାଚୀ ନଦୀ ତଟ ରେ ରହିଛି ଅଗିଖିଆ ଆଶ୍ରମ ଏହାକୁ ବିରସିଂହ ଗାଦୀ ବୋଲି ମଧ୍ୟ କୁହାଯାଏ।
ତେବେ ଏହି ସ୍ଥାନ ରେ ରହିଛନ୍ତି ସୁଦର୍ଶନ ଚକ୍ର। ପୁରୀ ଜିଲ୍ଲା କାକଟପୁର ସୁହାଗପୁର ଗ୍ରାମ ରେ ପୂଜା ପାଉଛନ୍ତି ସୁଦର୍ଶନ ଚକ୍ର ।
ମନ୍ଦିର ର ପୂଜାରୀ ଙ୍କ କହିବା କଥା ଅନୁସାରେ ଦୁଇ ସହ ବର୍ଷ ପୂର୍ବରୁ ଜଣେ ଏହି ମନ୍ଦିର ପୂଜା କରୁଥିବା ବାବା ତାଙ୍କ ଶିଷ୍ୟ ମାନଙ୍କୁ କହିଥିଲେ ଯେ ସୁଦର୍ଶନ ଚକ୍ର ଯେଉଁ ଜାଗାରେ ଅଛନ୍ତି ସେଠୀ କଣ୍ଟା ବଣ ହୋଇ ଗଲାଣି ଆଉ ପୂଜା କରିବାରେ ଅସୁବିଧା ହେଉଛି ତାଙ୍କୁ ଖୋଳି ବାହାରକୁ ଆଣ। ଆଉ ଯେତେବେଳେ ସମସ୍ତେ ଖୋଳି ବାକୁ ଯାଇଥିଲେ ସେ ବହୁତ୍ ବଡ଼ ଚକ୍ର ମିଳିଥିଲା।
ହେଲେ ତାଙ୍କୁ ପୁରା ଭାବରେ ଖୋଳି ପାରି ନଥିଲେ । କେବଳ ଚକ୍ର ର ଉପରି ଭାଗ ହିଁ ଦେଖା ଯାଉଥିଲା । ରାତି ରେ ଭଗବାନ୍ ସେ ସାଧୁ ଙ୍କୁ ସ୍ବପ୍ନ ରେ କହିଥିଲେ ଯେ କେହି ଜଣେ ବ୍ୟକ୍ତି ମନ୍ଦିର ତୋଳାଇବ ଏବଂ ତାଙ୍କୁ ସେହି ପରି ଭାବରେ ପୂଜା କରାଯିବ ଏବଂ ସେହି ଦିନ ଠାରୁ ସୁଦର୍ଶନ ଙ୍କୁ ଅଧା ଫୁଟି ଥିବା ଅବସ୍ଥା ରେ ପୂଜା କରା ଯାଉଛି। ଲୋକ ମାନେ ତାଙ୍କୁ ସୁଦର୍ଶନ ଚକ୍ର ଭାବି ବିଶ୍ୱାସ କରି ଆଜି ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି।।