ରାକ୍ଷସ ପାଲଟିଛି ମଣିଷ ଖିଆ କୁମ୍ଭୀର । ପୁଣି ବୈତରଣୀ ନଦୀରେ ମହିଳାଙ୍କୁ କରିଲା ଆକ୍ରମଣ । ଏଥର ଜଣେ ନୁହେଁ ଦୁଇଜଣ ମହିଳାଙ୍କୁ କରିଲା ଟାର୍ଗେଟ । ଜଣେ ମରିଗଲେ କିନ୍ତୁ ଅନ୍ୟ ଜଣେ ମହିଳା ବଞ୍ଚି ଆସିଲେ । ଏଇ ଏମିତି କୁମ୍ଭୀର କେବଳ ମହିଳାଙ୍କୁ କରୁଛି ଟାର୍ଗେଟ । ହଁ ବନ୍ଧୁ ମାନେ ବ୍ରାହ୍ମଣୀ ନଦୀ ପରେ ଏବେ ବୈତରଣୀ ନଦୀକୁ ଚାଲି ଆସିଛି ସେହି ମଣିଷ ଖିଆ କୁମ୍ଭୀର ।
ଏଥର ଦୁଇଜଣ ମହିଳାଙ୍କୁ କରିଥିଲା ଟାର୍ଗେଟ କିନ୍ତୁ ଜଣେ ନିଜ ଜୀବନ ବଞ୍ଚାଇ ଫେରି ଆସିଥିବା ବେଳେ ଆଉ ଜଣଙ୍କୁ କୁମ୍ଭୀର ତାର ଶିକାର କରିବାରେ ସଫଳ ହୋଇଥିଲା । ଘଟଣା ଟି ଜାଣିବା ପୂର୍ବରୁ ଆପଣଙ୍କ ଘର ପାଖରେ କେଉଁ ନଦୀ ରହିଛି ଗୋଟିଏ କମେଣ୍ଟ କରି ଜଣାନ୍ତୁ ।
ସମୟ ସକାଳ ୭ ଟା ହେବ ଭଦ୍ରକ ଜିଲ୍ଲା କଣ୍ଟି ଘାଇ ଅଞ୍ଚଳରେ ବଡପୁର ଗ୍ରାମର ଦୁଇଜଣ ମହିଳା ଶାନ୍ତିଲତା ନାୟକ ଓ ଦେବିକା ନାୟକ ସକାଳୁ ସକାଳୁ ଦୁଇଜଣ ବୈତରଣୀ ନଦୀକୁ ଯାଇଥିଲେ ନିତ୍ୟକର୍ମ କରିବା ପାଇଁ । ଶାନ୍ତିଳତା ନାୟକ ନିଜର ନିତ୍ୟକର୍ମ ସାରି ଗୋଟିଏ କୂଳରେ ନିଜର ଲୁଗା ସବୁ କୁ ଧୁଆ ଧୋଇ କରୁଥିଲେ । ଏହି ସମୟରେ ଦେବିକା ନାୟକ ତାଙ୍କ ପାଖରେ ନଥିଲେ ।
ଦେବିକା ନଦୀର ଟିକେ ଭିତରକୁ ଯାଇ ଗାଧୋଉଥିଲେ, ଠିକ ଏହି ସମୟରେ କେଉଁଠି ଥିଲା ସେହି କୁମ୍ଭୀର ପବନ ପରି ଦଉଡି ଆସିଲା ଗାଧୋଉଥିବା ଦେବିକାଙ୍କ ପାଖକୁ, କୁମ୍ଭୀରକୁ ଦେଖି ଶାନ୍ତିଲତା କହୁଥାନ୍ତି ଅପା ଜଲଦି ପଳେଇ ଆସ କୁମ୍ଭୀର ଆସୁଛି ଜଲଦି ଆସ, କିନ୍ତୁ ଏତିକି କହିବା ଭିତରେ ହଠାତ ରାକ୍ଷସ କୁମ୍ଭୀର ଟି ଚାଲି ଆସିଲା ଦେବିକାଙ୍କ ପାଖକୁ ଓ ଦେବିକାଙ୍କ ଗୋଡକୁ ଧରି ପକେଇଲା କୁମ୍ଭୀର ।
ଏହି ସମୟରେ କୂଳରେ ଥିବା ଶାନ୍ତିଲତା ଏକ ବାଉଁଶ ସାହାର୍ଯ୍ୟରେ କୁମ୍ଭୀରକୁ ଆକ୍ରମଣ କରିବାକୁ ଚାହୁଁଥିଲେ, କିନ୍ତୁ କୁମ୍ଭୀରଟି ସେହି ବାଉଁଶକୁ ଧରି ଝିଙ୍କି ଦେଲା ଯେ ଶାନ୍ତିଲତା ବାଉଁଶ ଛାଡି ଉପରକୁ ଚାଲିଗଲେ ଓ ଗାଁ ଲୋକଙ୍କୁ ଡାକିଲେ, କିନ୍ତୁ ସେତେବେଳକୁ ଆଉ କିଛି ଆୟତରେ ନଥିଲା, କୁମ୍ଭୀର ଟି ଦେବିକାଙ୍କୁ ନେଇ ଅଧିକ ପାଣି ଭିତରକୁ ଚାଲିଯାଇଥିଲା । ନଦୀର ପାଣି ଦେବିକାଙ୍କ ର-କ୍ତ ରେ ଲାଲ ହୋଇ ଯାଇଥିଲା ।
ସମସ୍ତଙ୍କ ଆଖି ଆଗରେ ଦେବିକାଙ୍କୁ କୁମ୍ଭୀର ଟି ଝୁଣି ଝୁଣି ଖାଇ ଦେଇଥିଲା । ଲୋକମାନେ ହାତାଶ ହୋଇ ଯାଇଥିଲେ ସମସ୍ତେ ଏହି ଘଟଣାକୁ ଆଖି ସାମ୍ନାରେ ଦେଖୁଥିଲେ କିନ୍ତୁ କେହି କିଛି କରି ପାରୁ ନଥିଲେ । ଆପଣ ଏବେ ଜାଣି ସାରିଥିବେ କୁମ୍ଭୀର ଟି କିପରି ଗୋଟିଏ ପରେ ଗୋଟିଏ ମଣିଷଙ୍କୁ ତାର ଶିକାର କରି ଚାଲିଛି । ତେବେ ଆପଣ ମାନେ ଏବେ ସରକାରଙ୍କୁ ଅନୁରୋଧ କରନ୍ତୁ ବନ ବିଭାଗ ଏହି କୁମ୍ଭୀରକୁ ଧରି ନେଉ । ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଜାମା ନଇଁକୁ ଗାଧୋଇବା ପାଇଁ ଯାଆନ୍ତୁ ନାହିଁ ।