ପୁଚୁକି ଗାଲି ଗୀତରେ ଡ୍ୟାନ୍ସ କରି ନଥିଲେ ବୈରାଗୀ, ଅସଲ ଡ୍ୟାନ୍ସର ସାଜିଦ ଥିଲେ, ଲୁହରେ ଲୁହରେ ସିଦ୍ଧାନ୍ତଙ୍କ ସହ ହେଲା ଧୋକା

ବୈରାଗୀ ନାମକ ଜଣେ ବ୍ୟକ୍ତିଙ୍କୁ ସିଦ୍ଧାନ୍ତ ଭେଟିବା ପାଇଁ ଯାଇଥିଲେ ଆପଣ ଜାଣିଥିବେ, ବୈରାଗୀଙ୍କ ସେ ସବୁ ଘଟଣା ସବୁ ମିଛ ଥିଲା, ବୈରାଗୀଙ୍କ ଲୁହରେ ଭାସି ଯାଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଏବେ ଆଉ ଜଣେ ବ୍ୟକ୍ତି କହୁଛନ୍ତି ସିଦ୍ଧାନ୍ତଙ୍କ ସହ ପୁଚୁକିଗାଲି ଗୀତରେ ନାଚୁଥିବା ଡ୍ୟାନ୍ସର ବୈରାଗୀ ନୁହଁନ୍ତି ସେ ହେଉଛନ୍ତି ସାଜିଦ ।ପାଦ ଛୁଇଁ ଧୋକା ଦେଲେ ବୈରାଗୀ, ଲୁହ ପୋଛି ଛାତିରେ ଲଗାଇଥିଲେ ସିଦ୍ଧାନ୍ତ ।

ଏବେ ସତ ପଦାକୁ ଆସିଲା, ସିଦ୍ଧାନ୍ତଙ୍କ ପୁଚୁକି ଗାଲି ଗୀତରେ ଡ୍ୟାନ୍ସ କରୁଥିଲେ ସାଜିଦ, ବୈରାଗୀ ଡ୍ୟାନ୍ସ କରୁ ନଥିଲେ, ଯେଉଁ ବ୍ୟକ୍ତିଙ୍କୁ ରେଡ ସର୍କଲ କରାଯାଉଥିଲା ସେ ବୈରାଗୀ ନଥିଲେ ସେ ଥିଲେ ସାଜିଦ । ତେବେ ସାଜିଦଙ୍କୁ ଦେଖାଇ କାହିଁକି କହୁଥିଲେ ହଁ ମୁଁ ସେହି ବ୍ୟକ୍ତି । ସେ ସମୟରେ ବୈରାଗୀଙ୍କ କାନ୍ଦ ଦେଖି ନିଜେ ବି ସିଦ୍ଧାନ୍ତ କାନ୍ଦି ପକାଇଥିଲେ ।

ସିଦ୍ଧାନ୍ତ ବୈରାଗୀଙ୍କ ପାଖକୁ ଦଉଡି ଆସିଥିଲେ ଯେଉଁ ଦୋକାନ ବୈରାଗୀ କାମ କରୁଥିଲେ ସେହି ଦୋକାନକୁ । ଭଲରେ ପାରଖୀ ନଥିଲେ ସିଦ୍ଧାନ୍ତ, ଚେହେରା ମିଶୁ ନଥିଲା କିନ୍ତୁ ଏତେ ଇମୋସନ ଥିଲା ସେଥିରେ ସତ ମିଛ ଜଣା ପଡିଲା ନାହିଁ । ବୈରାଗୀଙ୍କ ପାଖକୁ ଦଉଡି ଆସି ସିଦ୍ଧାନ୍ତ ତାଙ୍କୁ ଛାତିରେ ଲଗାଇ ଥିଲେ ।

Leave a Comment