Breaking News

ପୁଅ କିମ୍ବା ଝିଅ ହେଲେ କିଏ ଦାୟୀ ପିତା ନା ମାତା ? ଆସନ୍ତୁ ଜାଣିବା ଏହି ଖବର ରେ….

ବିବାହ ପରେ ମା ବନିବାଵ ଝିଅ ମାନଙ୍କ ପାଇଁ ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହ ସମାନ। ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଯେତେ କଷ୍ଟ ହେଲେ ମଧ୍ୟ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।ଆମ ସମାଜରେ ପୁଅ ଜନ୍ମ ହେଲେ ଲୋକମାନେ ଯେତିକି ପସନ୍ଦ କରନ୍ତି ଝିଅ ଜନ୍ମ ହେଲେ ସେତିକି ପସନ୍ଦ କରନ୍ତି ନାହିଁ।ଆମ ସମାଜ ରେ ପୁଅ ଝିଅଙ୍କୁ ନେଇ ବହୁତ ଭେଦ ଭାବ ଲାଗିରହିଛି।

ଆପଣମାନେ ଦେଖିଥିବେ ଯେତେବେଳେ ଝିଅ ଟିଏ ଜନ୍ମ ହୁଏ ଆମ ସମାଜ ସେହି ମହିଳାଙ୍କୁ ଦୋଷ ଦେଇଥାଏ।କାରଣ ଆମ ଲୋକ ମାନଙ୍କ ଚିନ୍ତା ଧାରା ଏମିତି ଲୋକମାନଙ୍କ ମନରେ ରହିଛି କି ପିଲା ଟି ପୁଅ ହେବ କି ଝିଅ ତାହା ସେହି ମହିଳାଙ୍କ ଉପରେ ନିର୍ଭର କେଇଥାଏ ।ତେବେ କଣ ଏହି କଥା ଟି ସତ୍ୟ ନା କଣ ?ତେବେ ଆସନ୍ତୁ ଏହି କଥା ଉପରେ ପରଦା ହଟେଇବୁ ଆମେ ଯାହାକି ଆପଣମାନେ ଜାଣିପାରବେ। ହା ବାପା ନା ମା ଉପରେ ନିର୍ଭର ହୋଇଥାଏ । ତେବେ ଡେରି ନ କରି ଆସନ୍ତୁ ଜାଣିବା ସତ୍ୟତା କଣ?

ଡାକ୍ତରୀ ରିସର୍ଚ୍ଚ ଅନୁସାରେ ,ପ୍ରତ୍ୟେକ ମଣିଷ ଶରୀରରେ ୪୬ଟି ବା ୨୩ ଯୋଡ଼ା କ୍ରମଜମ ରହିଥାଏ ଏବଂ ତାହା ମଧ୍ୟରୁ ଗୋଟିଏ ଯୋଡ଼ା କ୍ରମଜମ ଆମର ସେକ୍ସ ବା ଲିଙ୍ଗ ନିର୍ଦ୍ଧାରଣ କରିଥାଏ । ତେବେ ଆମର ଚିକିତ୍ସା ବିଜ୍ଞାନ ଅନୁସାରେ ଗୋଟିଏ ମା ଗର୍ଭବତୀ ହେବା ପରେ ସେହି ପିଲା ଟି ପୁଅ ହେବ କି ଝିଅ ହେବ ତାହା ବାପା ଙ୍କ ଉପରେ ନିର୍ଭର ଥାଏ।

ସାଧାରଣ ତା ପୁଅ ମାନଙ୍କଠାରେ XY କ୍ରମଜମ ଥାଏ ଓ ଝିଅମାନଙ୍କ ଠାରେ XX କ୍ରମଜମ ଥାଏ।ପିତାଙ୍କର ଯଦି X କ୍ରମଜମ ମାତା ଙ୍କ ଶରୀର ଯାଏ ତାହେଲେ XX ହେଲେ ଝିଅ ହୋଇଥାଏ।ଯଦି ପିତାଙ୍କର Y କ୍ରମଜମ ମାତା ଙ୍କ ଶରୀର କୁ ଯାଏ ତାହେଲେ ପୁଅ ହୋଇଥାଏ।ଏଥିରୁ ଆପଣ ମାନେ ବୁଝି ପାରୁଥିବେ ଯେ ଏଥିରେ ମହିଳାଙ୍କର କୌଣସି ଭୂମିକା ନଥାଏ ପୁଅ ହେଉ ଅବା ଝିଅ କାରଣ ମହିଳାଙ୍କ ଠାରେ ସମାନ କ୍ରମଜମ ଥାଏ ଵା XX କ୍ରମଜମ ପୁରୁଷ ମାନଙ୍କ ଠାରେ ଅଲଗା ଅଲଗା କ୍ରମଜମ ଥାଏ ବା XY।ତେଣୁ ପିଲାଟି ପୁଅ ହେବ ନା ଝିଅ ଏହା ସମ୍ପୂର୍ଣ୍ଣ ରୂପରେ ପିତାଙ୍କ ଉପରେ ନିର୍ଭର କରେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *