ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟାହ୍ନ ଭୋଜନରେ ଦୁଇ ଦିନ ଅଣ୍ଡା ଦେବାପାଇଁ ହୋଇଥିଲା ଯୋଜନା । ଏବେ କିନ୍ତୁ ମଧ୍ୟାହ୍ନ ଭୋଜନ ରୁ ଗାଏବ ହୋଇଯାଇଛି ଅଣ୍ଡା ,କେତେବେଳେ ବିସ୍କୁଟ ପ୍ୟାକେଟ ଦିଆ ଯାଉଛି ତ କେତେବେଳେ ଖସା ଲଡୁ ଧରାଇ ଦିଆ ଯାଉଛି । କେନ୍ଦୁଝର ଜିଲ୍ଲା ପତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି ଚିତ୍ର ଦେଖିବାକୁ ମିଳିଛି । ମଧ୍ୟାହ୍ନ ଭୋଜନ ପାଇଁ ଦିଆ ଯାଉଥିବା ଅର୍ଥ ରାଶି ରେ ପିଲାଙ୍କୁ ଅଣ୍ଡା ଯୋଗାଇ ଦିଆଯିବ ସମ୍ଭବ ହେଉନାହିଁ ବୋଲି ଏଭଳି ଅଭିଯୋଗ ହୋଇଛି ।
” ମଧ୍ୟାହ୍ନ ଭୋଜନ ଥାଳି ରୁ ଅଣ୍ଡା ଗାଏବ ”
” ଅଣ୍ଡା ବଦଳରେ ପିଲାଙ୍କୁ ମିଳୁଛି ବିସ୍କୁଟ ”
” ପିଲାଙ୍କ ପୋଷଣ ଉପରେ ନାହିଁ ନଜର ”
ସ୍କୁଲ୍ ବାରଣ୍ଡାରେ ପିଲାମାନେ ଖାଇବା ପାଇଁ ବସିଛନ୍ତି । ଦାୟିତ୍ୱରେ ଥିବା ମହିଳା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବାଢ଼ି ଦେଇଛନ୍ତି ହେଲେ ଖାଇବା ଥାଳିରେ ନାହିଁ ଅଣ୍ଡା । ପିଲାଙ୍କୁ ଅଣ୍ଡା ବଦଳରେ ମହିଳା ଜଣକ ବିସ୍କୁଟ ପ୍ୟାକେଟ ଧରାଇ ଦେଇଛନ୍ତି । ଏମିତି କି ଥରେ ଥରେ ବିସ୍କୁଟ ବଦଳରେ ଖସା ଲଡୁ ବି ଦିଆ ଯାଉଛି ।
କଥା ହେଉଛି କେନ୍ଦୁଝର ଜିଲ୍ଲା ସରକାରୀ ପତଳା ବିଦ୍ୟାଳୟର ।
ଏଭଳି ସ୍ଥିତି ଏଥି ପାଇଁ ସୃଷ୍ଟି ହେଉଛି କାରଣ ପିଲାଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ଆସୁଥିବା ଅର୍ଥ ରାଶିରେ ସ୍କୁଲ୍ ପିଲାଙ୍କୁ ଅଣ୍ଡା ଯୋଗାଇ ଦେବା ସମ୍ଭବପର ହେଉନାହିଁ । ସ୍କୁଲ୍ ପ୍ରତି ପିଲାଙ୍କୁ ଆକୃଷ୍ଟ କରାଇବା ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା ଆଉ ପୋଷଣ ଯୋଗାଇଦେବା ଉଦ୍ଦେଶ୍ୟରେ ସପ୍ତାହକୁ ଦୁଇ ଥର ଅଣ୍ଡା ଯୋଗାଇଦେବା ଏଭଳି ନିଷ୍ପତି ନିଆ ଯାଇଥିଲା । ହେଲେ ବର୍ତ୍ତମାନ ପିଲାମାନଙ୍କୁ ଅଣ୍ଡା ବଦଳରେ ଦିଆଯାଉଛି ବିସ୍କୁଟ ।
କାହାଣୀ କେବଳ ଏଇ ଗୋଟିଏ ସ୍କୁଲ୍ ର ନୁହେଁ । ଉନ ଅଧିକେ ଏହି ସମସ୍ୟା ଦେଇ ଗତି କରୁଛନ୍ତି ରାଜ୍ୟର ପ୍ରାୟ ସମସ୍ତ ସ୍କୁଲ୍ । କେନ୍ଦୁଝର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଖାଉଥିବା ୨ଲକ୍ଷ ୨୦ ହଜାର ୨୨ ଜଣ ଛାତ୍ରଛାତ୍ରୀ ଙ୍କ ପାଇଁ ଅଣ୍ଡା ବାବଦକୁ ପ୍ରତିଦିନ ହାରାହାରି ୩ ଲକ୍ଷ ୭୪ ହଜାର ଟଙ୍କାର ବୋଝ ପଡୁଛି । କିନ୍ତୁ ଗୋଟିଏ ଅଣ୍ଡା ବାବଦକୁ ୫ ଟଙ୍କା ୩୦ ପଇସା ମିଳୁଛି ଆଉ ଖୋଲା ବଜାରରେ ଗୋଟିଏ ଅଣ୍ଡା ଦାମ୍ ପଡୁଛି ୭ ଟଙ୍କା ।
ଏଭଳି ସ୍ଥିତିରେ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଯୋଗାଇ ଦେବା ସମ୍ଭବ ହେଉନାହିଁ । ହେଲେ କାର୍ଯ୍ୟାନୁଷ୍ଠାନ ଭୟରେ ଏହି ବିଷୟରେ କେହି ମୁହଁ ଖୋଲୁନାହାନ୍ତି । ଅଣ୍ଡା ବଦଳରେ ପିଲାଙ୍କୁ ମିଳୁଛି ବିସ୍କୁଟ ହେଲେ କତୃପକ୍ଷ ଙ୍କ ପାଖରେ ଏହାର ନାହିଁ ଖବର ।
କିନ୍ତୁ ଏହାକୁ ରାଜ୍ୟ ସରକାରଙ୍କର ଅଧିକାରୀ ମାନିନାହାନ୍ତି ସେ କହିଛନ୍ତି ଯେ କୌଣସି ସ୍କୁଲ୍ ରେ ଅଣ୍ଡା ଦିଆ ଯାଉଥିବା ଘଟଣାର ଅଭିଯୋଗ ଆସିନି ଯଦି ଏଭଳି ଅଭିଯୋଗ ଆସେ ତେବେ। ଏନେଇ ଜିଲ୍ଲା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।