ପପୁଙ୍କ ସହ ମେଡିକାଲ ବେଡରେ ହେଲା ଅଲୌକିକ ଘଟଣା, ମା ଜଗନ୍ନାଥଙ୍କ ଭଉଣୀ ଆସି କହିଥିଲେ ତୋର କିଛି ହବନି

ପପୁ ପମ ପମ ଏହି ନାଁ ଓଡିଶାରେ ଛୁଆ ଠୁ ଆରମ୍ଭ କରି ବୁଢା ସମସ୍ତେ ଜାଣନ୍ତି, ପପୁ ନିଜର ଅଭିନୟ ପାଇଁ ଲୋକପ୍ରିୟତା ପାଇଁଛନ୍ତି ସତ କିନ୍ତୁ ବେଳେ ବିବାଦ ପାଇଁ ସେ ଚର୍ଚ୍ଚାରେ ଥାନ୍ତି, ଏମିତି କିଛି ଦିନ ଥିଲା ଯାହା ପପୁଙ୍କ ଜୀବନର ସବୁଠାରୁ ଖରାପ ସମୟ ଥିଲା । ବିବାଦ ପରେ ସେ ଅସୁସ୍ଥ ହୋଇଗଲେ । ଅନେକ କେତେ କଥା କହିଲେ । କିନ୍ତୁ ପପୁ ଭାଙ୍ଗି ନଥିଲେ ।

ପପୁଙ୍କ ଦେହ ଖରାପ ଥିବା ସମୟରେ ସେ କୁହନ୍ତି ଆଜି ଯଦି ସେ ଦ୍ଵିତୀୟ ଥର ପାଇଁ ଜୀବନ ପାଇଁଛନ୍ତି ତେବେ ସେ କୋଟି ଓଡିଆଙ୍କର ପ୍ରିୟ ର ଠାକୁର ସେ କଳା ଠାକୁରଙ୍କ କରୁଣା ଏବଂ ଓଡିଶା ବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ ସେ ଆଜି ଫୁଣୀ ଥରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ପପୁ ନିଜ ଜୀବନ କିଛି ଅଭୂଲା ସ୍ମୃତି କୁ ନେଇ କୁହନ୍ତି ଯେଉଁ ସମୟରେ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଉଥିଲେ ସେତେବେଳେ ସେ ଏମ୍ସର ସବୁଠାରୁ ଭଲ icu ରେ ଥିଲେ କାରଣ ସେହି ICU ଲଗାତର ଭାବେ ୧୨ ଜଣ ଡାକ୍ତର ବୁଲୁଥିଲେ ଓ ସେହି ICU ରେ ଭାରତର ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଚିକିତ୍ସିତ ହେଉଥିଲେ ।

ପପୁ କୁହନ୍ତି ସେ ICU ରେ ଥିବା ସମୟରେ ସେ କଥା କହି ପାରୁ ନଥାନ୍ତି, ସେ ସମୟରେ କୌଣସି ଏକ କାରଣ ରୁ ତାଙ୍କ ପାଟିରୁ ରକ୍ତ ବାହାରି ସେ ଡରି ଯାଇଥିଲେ ତେଣୁ କାନ୍ଦି ଆଖି ବୁଜିଦେଲେ ହଠାତ ସ୍ଵପ୍ନରେ ଦେଖନ୍ତି ଜଣେ ନାରୀ ଚୁଟି ଝାଟି ଡେଉଁଛନ୍ତି ସେ କହିଲେ ମୁଁ ଉଗ୍ରତାର ତୋର କିଛି ହବନି ସେ ଯେପର୍ଯ୍ୟନ୍ତ ନାଚୁଥିବେ ସେ ଆଖି ଖୋଲିବା ବେଳକୁ ଜଣେ ବରିଷ୍ଠ ଡାକ୍ତର ଆସି କହିଲେ ଏହା କିଛି ନୁହେଁ । ମା ଉଗ୍ରତାରା ହେଉଛନ୍ତି ଜଗନ୍ନାଥଙ୍କ ଭଉଣୀ।

ଏହାର ପରଦିନ ପପୁଙ୍କ ଭୁବନେଶ୍ଵର ଘରଙ୍କୁ ପୁରୀର ଦୁଇଜଣ ବଡ ପଣ୍ଡା ଆସି ତାଙ୍କ ସ୍ତ୍ରୀ ଙ୍କୁ କହିଲେ ପପୁ ବାବୁ ମା ଉଗ୍ରତାରାଙ୍କ ପାଖରେ ମାନସିକ କରିଛନ୍ତି ପୂରଣ କରିଦେବେ । ଆହୁରି ପପୁ କୁହନ୍ତି ଥରେ ସେ ଏହା ମଧ୍ୟ ଅନୁଭବ କରିଛନ୍ତି ତାଙ୍କ ଘରକୁ ନିଜେ ଜଗନ୍ନାଥ ଆସିଥିଲେ । ପପୁ ଙ୍କର ଏହି ଭଗବାନ ବିଶ୍ଵାସ ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ପାରେ କିନ୍ତୁ ସେ ଲୀଳାମୟ ଠାକୁର କେତେବେଳେ ଯେ କେଉଁ ଲୀଳା କରନ୍ତି କାହାକୁ ଜଣା ନଥାଏ ।

 

Leave a Comment