କୁହାଯାଏ ଯେ ଗୁରୁ ହେଉଛନ୍ତି ଦ୍ଵିତୀୟ ଇଶ୍ଵର । ବାପା ମାଆ ଜନ୍ମ ଦେଇଥାନ୍ତି ହେଲେ ଶିକ୍ଷକ ଶିକ୍ଷା ଦେଇଥାନ୍ତି । ଯେତେବେଳେ ଶିଶୁ ଟିଏ ଜନ୍ମ ହୋଇଥାଏ ତାର ମସ୍ତିଷ୍କ ସାଧା କାଗଜ ପରି ହୋଇଥାଏ । ଜଣେ ଶିକ୍ଷକ ହିଁ ଛାତ୍ର ର ଉତ୍ତମ ଚରିତ୍ର ଗଢିବାରେ ସହାୟକ ହୋଇଥାନ୍ତି । ଶିକ୍ଷା ଦାନ କରି ସମାଜ ରେ ତାକୁ ପ୍ରତିଷ୍ଠା କରାଇ ପାରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏ ଭଳି ଜଣେ ଶିକ୍ଷକ ଙ୍କ ବିଷୟରେ କହିବୁ ଯିଏ କି ଜଣେ ଭିନ୍ନକ୍ଷମ ସେ ଦେଖି ପାରନ୍ତି ନାହିଁ ହେଲେ ତାଙ୍କର ଶିକ୍ଷା ଦାନ ସମ୍ପୂର୍ଣ୍ଣ ଭାବେ ନିଆରା ।
ଶିକ୍ଷକ ଙ୍କ ର ନାମ ହେଉଛି ଶ୍ୟାମ ସୁନ୍ଦର୍ ବିନ୍ଧାଣୀ। ସେ ମୟୂରଭଞ୍ଜ ଜିଲ୍ଲା କପ୍ଦିପଦା ପୋଡ଼ାଡିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରିଛନ୍ତି । ସେ 2015 ମସିହାରେ ପ୍ରଥମ କରି ଏହି ବିଦ୍ୟାଳୟ ରେ ନିଯୁକ୍ତି ହୋଇଥିଲେ। ଶ୍ୟାମ ସୁନ୍ଦର୍ ବିନ୍ଧାଣୀ ଜନ୍ମ ରୁ ଦୃଷ୍ଟି ହିନ ନଥିଲେ । ସେ ନିମୋନିଆ ରୋଗରେ ପୀଡ଼ିତ ଥିଲେ ଏବଂ ଏହା ପରେ ତାଙ୍କର ଦୃଷ୍ଟିଶକ୍ତି ଚାଲି ଯାଇଥିଲା ଏବଂ ସେ ସବୁଦିନ ପାଇଁ ଅନ୍ଧ ହୋଇ ଯାଇଥିଲେ ।
ଶ୍ୟାମ ସୁନ୍ଦର୍ ବିନ୍ଧାଣୀ ବିଦ୍ୟାଳୟ ରେ ସାହିତ୍ୟ ,ଇତିହାସ ଏବଂ ଭୂଗୋଳ ପାଠ ପଢାନ୍ତି । ସେ ସ୍କୁଲ୍ ରେ ପହଞ୍ଚିବା ମାତ୍ରେ ଛାତ୍ର ମାନେ ତାଙ୍କୁ ଶ୍ରେଣୀ ଗୃହ ଭିତରକୁ ହାତ ଧରି ଆଣନ୍ତି। ଛାତ୍ର ମାନେ ତାଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ତାଙ୍କର ପାଠ ପଢା କୁ ମନ ଦେଇ ଶୁଣନ୍ତି । ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ମାନେ ତାଙ୍କ ବିଷୟରେ ବହୁତ୍ ଭଲ କଥା କହିଛନ୍ତି । ବିଦ୍ୟାଳୟ ଶିକ୍ଷକ ମାନେ କହିଛନ୍ତି ଯେ ସେ ଦେଖି ପାରନ୍ତି ନାହିଁ ସତ ହେଲେ ତାଙ୍କର ପାଠ ପଢା ବେସ୍ ନିଆରା । ସେ ବହୁତ୍ ସୁନ୍ଦର ପାଠ ପଢ଼ାନ୍ତି।
ଶ୍ୟାମ ସୁନ୍ଦର୍ କହିଛନ୍ତି ଯେ ଜଣେ ଛାତ୍ର କୁ ତାର ମନ ଜାଣି ପାଠ ପଢ଼ାଇବା ଦରକାର୍ । କିପରି ପାଠ ପଢ଼ାଇବା ଦ୍ବାରା ଜଣେ ଛାତ୍ର ସେ ପାଠ କୁ ସହଜରେ ଗ୍ରହଣ କରି ପାରିବ ସେ ବିଷୟରେ ଧ୍ୟାନ ଦେବା ଶିକ୍ଷକ ଙ୍କ ର ନିହାତି ଆବଶ୍ୟକ । ତା ସହିତ ସେ କହିଛନ୍ତି ଯେ ପରିଶ୍ରମ ଦ୍ଵାରା ସବୁ କିଛି ସମ୍ଭବ ହୋଇ ପାରିବ । ଯେଉଁ ଭିନ୍ନକ୍ଷମ ମାନେ ନିଜକୁ ଦୁର୍ବଳ ଭାବୁଛନ୍ତି ସେମାନେ ପାଠ ପଢ଼ନ୍ତୁ ଏବଂ ଭଲ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ।।