ଆଜି ଆମେ ଆପଣମାନଙ୍କୁ ଏମିତି କିଛି ବୃକ୍ଷ ବିଷୟରେ କହିବୁ ଯେଉଁ ବୃକ୍ଷ ଆପଣଙ୍କର ଗରିବ ଦୂର କରିବା ସହ ଏହା ଆପଣଙ୍କର ଅନେକ ପ୍ରକାରର ସମସ୍ଯା ଦୂରକୁ କରିବ ଏହା ସହିତ ନବରାତ୍ରିର କିଛି ଗୁପ୍ତ ତଥ୍ୟ ମଧ୍ୟ ଆପଣଙ୍କୁ କହିବୁ ଏହା ଦ୍ଵାରା ମା ଭଗବତୀ ପ୍ରସନ୍ନ ହୋଇ ଥାନ୍ତି । ଏହି ବର୍ଷର ନବରାତ୍ରି ପୁରା ୯ଦିନ ରହିବ । ଯେଉଁ ବର୍ଷ ନବରାତ୍ରି ୯ଦିନ ରହିଥାଏ ସେହି ବର୍ଷ ଲୋକ ମାନେ ଅଧିକରୁ ଅଧିକ ଉନ୍ନତି କରିଥାନ୍ତି ।
ନବ ରାତ୍ରୀରେ ମା ଦୂର୍ଗା ୯ଟି ରୂପରେ ଧରାପୃଷ୍ଠରେ ୯ଦିନ ପର୍ଯ୍ୟନ୍ତ ବାସ କରିଥାନ୍ତି, ଯଦି ଘରେ ୯ବର୍ଷ ବୟସର କନ୍ୟା ଥାନ୍ତି ଦେବେ ଏହି ୯ ଦିନ ପର୍ଯ୍ୟନ୍ତ କନ୍ୟା ମାନଙ୍କୁ ମାରନ୍ତୁ ନାହିଁ ଏହା ଦ୍ଵାରା ମା ଦୂର୍ଗା କ୍ରୋଧିତ ହୋଇଥାନ୍ତି । ନବରାତ୍ରିରେ ମାଙ୍କୁ ଦିନରେ ପୂଜା କରିବା ଅପେକ୍ଷା ରାତ୍ରି ପୂଜା କରିବା ଦ୍ଵାରା ମା ଅଧିଖ ଖୁସି ହୋଇଥାନ୍ତି । ବୃକ୍ଷ ହେଉଛନ୍ତି ଇଶ୍ଵର ସ୍ୱରୂପ ଏହି ରାତ୍ରିରେ ମା ବୃକ୍ଷରେ ମଧ୍ୟ ବାସ କରିଥାନ୍ତି ।
ଯଦି କାହାର ସ୍ଵାମୀ ଅସୁସ୍ଥ ଅଛନ୍ତି ତେବେ ମହିଳା ମାନେ ଏହି ବୃକ୍ଷରେ ସିନ୍ଦୁର ଚଢାଇବା ଦ୍ଵାରା ତାଙ୍କର ସ୍ଵାମୀ ଅତି ଶୀଘ୍ର ସୁସ୍ଥ ହୋଇଥାନ୍ତି ଓ ଦୀର୍ଘାୟୁ ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନେନିଜର ମନସ୍କାମନା କହି ଏହି ବୃକ୍ଷରେ ସିନ୍ଦୁର ଚଢାନ୍ତି ତେବେ ତାଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ନବରାତ୍ରି ହେଉଛି ଏମିତି ସମୟ ଏହି ଦିନ ଯେଉଁ ଉପାୟ କରିବେ ବି ଏହା ସଫଳ ହୋଇଥାଏ ।
ସମି ବୃକ୍ଷ – ଏହି ବୃକ୍ଷକୁ ମାତାଙ୍କ ସ୍ୱରୂପ ମାନା ଯାଇଥାଏ, ଆପଣ ମାନେ ଦେଖି ଥିବେ ସମି ବୃକ୍ଷରେ ମନ ସ୍କାମନା ପାଇଁ ନଡିଆ ଓ ଚୁନୁରୀ ବାନ୍ଧିଥାନ୍ତି । ସମି ବୃକ୍ଷ ମନକୁ ଶାନ୍ତି ପ୍ରଦାନ କରିଥାଏ । ସମି ବୃକ୍ଷକୁ ଭଗବାନ ରାମ ରାବଣକୁ ବଧ କରିବା ପାଇଁ ପୂଜା କରି ସେଥିରେ ସଫଳ ହୋଇଥିଲେ । ପଞ୍ଚୁ ପାଣ୍ଡବ ମାନେ ଦ୍ଵାପର ଯୁଗରେ ନିଜର ଅସ୍ତ୍ର ଶସ୍ତ୍ରଙ୍କୁ ସମି ବୃକ୍ଷ ମୂଳରେ ଲୁଚାଇ ରଖିଥିଲେ ।
ପୁରାଣ ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ ଅଛି ଯଦି ନବରାତ୍ରରେ ମାଙ୍କୁ ସମି ବୃକ୍ଷର ପତ୍ର ଚଢାଇ ଦିଅନ୍ତି ତେବେ ବିନା ପୂଜା ବ୍ରତରେ ମା ସନ୍ତୁଷ୍ଟ ହୋଇଥାନ୍ତି । ନବରାତ୍ରିରେ ଗୋଟିଏ ସମି ବୃକ୍ଷର ପତ୍ର ଚଢାଇବା ଯାହା ଏକ ଲକ୍ଷ ସୁନା ଦାନ କରିବା ସହିତ ସମ୍ମାନ ହୋଇଥାଏ । ନବରାତ୍ରି ସମି ବୃକ୍ଷରେ ମୂଳରେ କଞ୍ଚା କ୍ଷିର ଚଢାଇବା ଦ୍ଵାରା ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିଥାଏ । ନବରାତ୍ରିରେ ସମି ବୃକ୍ଷ ମୂଳରେ ସୋରିଷ ତେଲ ଦୀପ ଜଳାଇଲେ ଶନି ଦେବଙ୍କ କୃପା ଦୃଷ୍ଟି ପଡିଥାଏ । ସନ୍ଧ୍ୟା ସମୟରେ ସମି ବୃକ୍ଷ ମୂଳରେ ଘିଅ ଦୀପ ଲଗାଇ ସିନ୍ଦୁର ଚଢାନ୍ତୁ ଏହା ଦ୍ଵାରା ଆପଣଙ୍କର ଗରିବୀ ଓ ପୁରୁଣା ରୋଗ ଦୂର ହୋଇଥାଏ ।