ଆଜି ଠାରୁ ଆରମ୍ଭ ହେଉଛି ଧର୍ମର ମାସ କାର୍ତ୍ତିକ ମାସ, ଆଜି ଆମେ ଜାଣିବା କେଉଁ କାର୍ଯ୍ୟ କରିବା ଦ୍ଵାରା ଏହି ମାସର ସଂପୂର୍ଣ୍ଣ ପୂଣ୍ୟ ଫଳ ମିଳିଥାଏ ଓ କେଉଁ କାର୍ଯ୍ୟ କରିବା ଅନୁଚିତ, କଣ ଖାଇଲେ ମାସର ପୂଣ୍ୟ ମିଳିଥାଏ ଓ କେଉଁ କାମ କରିଲେ ପୁରା ପୂଣ୍ୟ ନଷ୍ଟ ହୋଇଥାଏ । ମାସ ଭିତରେ କାର୍ତ୍ତିକ ମାସ ହେଉଛି ସର୍ବଶ୍ରେଷ୍ଠ ମାସ । କାର୍ତ୍ତିକ ମାସ ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ ।
ଶାସ୍ତ୍ର କୁହେ ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ନିବାସ କରିଥାନ୍ତି ତେଣୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆମକୁ ସ୍ନାନ କରିବା ପାଇଁ ପଡିବ । ଏହା ଦ୍ଵାରା ପୁରା ମାସର ପୂଣ୍ୟ ଫଳ ମିଳିଥାଏ । ଏହି ମାସରେ କାର୍ତ୍ତିକ ବ୍ରତ୍ତ କରନ୍ତୁ । ଏହି ମାସରେ ଦୀପ ଦାନ କରନ୍ତୁ ଏହା ଦ୍ଵାରା ସମସ୍ତ ଦାନର ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ସକାଳ ସମୟରେ ମା ବୃନ୍ଦାବତୀଙ୍କୁ ପୂଜା କରି ତାଙ୍କୁ ଦୀପ ଦାନ କରନ୍ତୁ ।
କାର୍ତ୍ତିକ ମାସରେ ଖଟରେ ନଶୋଇ ଭୂମିରେ ଶୟନ କରିବା ଦରକାର । ଏହା ଦ୍ଵାରା ପ୍ରଭୁଙ୍କ ଚରଣରେ ଆମଙ୍କୁ ସ୍ଥାନ ମିଳିଥାଏ । କାର୍ତ୍ତିକ ମାସରେ ଅଁଳା ବୃକ୍ଷ ପୂଜା କରିବା ଦ୍ଵାରା କୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ । ଏହି ମାସରେ ତୈଳ ବର୍ଜନ କରନ୍ତୁ । ଏହି କାର୍ତ୍ତିକ ମାସ ବା ଧର୍ମ ମାସରେ ସାତ୍ଵିକ ଖାଦ୍ୟ ଖାଆନ୍ତୁ । କାର୍ତ୍ତିକ ମାସରେ ଗାଜର, ମୂଳା, ପିଆଜ ରସୁନ, ସଜନା, ବାଇଗଣ, ତରଭୁଜ, କଇଁଥ ଯେଉଁ ବର୍ଜ୍ୟକୁ ଦୁଇଥର ରୋଷେଇ କରାଯାଏ ତାହାକୁ ବର୍ଜନ କରନ୍ତୁ ଏହା ସହିତ ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ ।
ସପ୍ତମୀରେ ଅଁଳା ରାଶି ଖାଆନ୍ତୁ ନାହିଁ, ଅଷ୍ଟମୀରେ ନଡିଆ ଖାଆନ୍ତୁ ନାହିଁ । କାର୍ତ୍ତିକ ମାସରେ ଇନ୍ଦ୍ରିୟ ଉପରେ ସଂଯମତା ରଖିବା ନିହାତି ଜରୁରୀ, କାର୍ତ୍ତିକ ମାସରେ ଖରାପ କାମ , ଲୋଭ, କ୍ରୋଧ, ଅନ୍ୟର ଅନିଷ୍ଠ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ।