ଅପରାଜିତା ୟାର ଅର୍ଥ ଯିଏ କେବେ ବି ହାରିନଥାଏ । ବା ଯାହାର କେବେବି ପରାଜୟ ହୋଇ ନଥାଏ । ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ । ଯାହା ଶିବଙ୍କର ନାମ ଅଟେ । ଅପରାଜିତା ମାତା ଦୁର୍ଗାଙ୍କର ମଧ୍ୟ ନାମ ଅଟେ । ତେଣୁ ଏହି ଅପରାଜିତା ଫୁଲଟି ଶିବ ଓ ଶକ୍ତିଙ୍କର ସ୍ୱରୂପ ହୋଇଥାଏ । ଏଣୁ ଏହା ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରି ହୋଇଥାଏ ।
ଏହି ଅପରାଜିତା ସବୁ ଜାଗାରେ ସବୁ ସମୟରେ ମିଳିଥାଏ । କାଶ୍ମିରୀ ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠାରେ ସବୁ ସମୟରେ ଉପଲବ୍ଧ । ଏହି ଫୁଲର ପ୍ରୟୋଗ ଦ୍ଵାରା ମନୁଷ୍ୟର କିଛି ଦୁଃଖଦୂର୍ଦଶା ଦୂର ହେବା ସହିତ ,ଧନ ଓ ଐଶ୍ୱର୍ଯ୍ୟର ମଧ୍ୟ ଅଧିକାରୀ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରାଯାଇଥାଏ ।
ଯଦି ଆପଣ ସବୁବେଳେ ଧନର ସମସ୍ୟାରେ ବିଚଳିତ ରହୁଛନ୍ତି ତେବେ ଏହି ଉପାୟ କଲେ ଆପଣଙ୍କୁ ସେଥିରୁ ମୁକ୍ତି ମିଳିବା ସହିତ ସମସ୍ତ ଦୁଃଖ ଦୁର୍ଦ୍ଦଶା ମଧ୍ୟ ଦୂର ହେବ । ଏହି ଉପାୟ କଲାବେଳେ ଆପଣ ଧ୍ୟାନ ଦେବେ ଯେମିତିକି କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ବା କଥା ହେବେ ନାହିଁ ,ତେବେଜାଇଁ ଏହାର ପ୍ରକୃତ ଫଳ ଆପଣ ପାଇପାରିବେ ।
୧ – ଶନିବାର ଦିନ ଅପରାଜିତା ର ମାଳଟିଏ କରି ଘର ଆଗରେ ଟାଙ୍ଗିଦେଲେ ଘରେ ଭୂତ ପ୍ରେତଙ୍କର କୋନଶି ଆଶଙ୍କା ରହିବ ନାହିଁ । ଏବଂ ଘରର ସମସ୍ତ ନାକାରତ୍ମତା ହ୍ରାସ ହୋଇଥାଏ ।
୨ – ଶନିବାର କିମ୍ବା ସୋମବାର ଦିନ ଅପରାଜିତା ଫୁଲ ୫ ଟି ଆଣି ତାକୁ ପାଣିରେ ଭାସାଇଦେଲେ ଘରର ସମସ୍ତ କରଜରୁ ମୁକ୍ତି ମିଳେ ଓ ଧନଲାଭର ବାଟ ମଧ୍ୟ ମିଳେ । ଏପରି ୫ ଥର କରନ୍ତୁ । କିନ୍ତୁ ସାବଧାନ ଏପରି କଲାବେଳେ ଯେମିତି କେହି ଆପଣଙ୍କୁ ଦେଖନ୍ତି ସେଥିପ୍ରତି ଦୃଷ୍ଟି ଦେବେ ।
୩- ଯଦି ଆପଣ ମନ ପସନ୍ଦର ଚାକିରୀ ଟିଏ ଚାହୁଁଛନ୍ତି ତେବେ ପ୍ରତିଦିନ ୧୧ ଟି ଅପରାଜିତା ମା ଦୁର୍ଗା କିମ୍ବା ମାତା ପାର୍ବତୀଙ୍କୁ ଚଢ଼ାନ୍ତୁ ଦେଖିବେ ନିଶ୍ଚୟ ମନସ୍କାମନା ପୂରଣ ହେବ ।
୪- ଗୁରୁବାର ଦିନ ଧଳା ଅପରାଜିତା ଲକ୍ଷ୍ମୀ ନାରାୟଣଙ୍କୁ ସମର୍ପଣ କଲେ ଘରେ ଧନର ସମସ୍ୟା ରୁହେ ନାହିଁ ।
୫ – ଶନିବାର ଦିନ ହନୁମାନଙ୍କୁ ୨ ଟି ଅପରାଜିତା ଅର୍ପନକରି ସେଥିରୁ ଗୋଟିଏ ଅନି ନିଜ ମନି ପର୍ଷ୍ ରେ ରଖନ୍ତୁ କେବେ ବି ଆପଣଙ୍କର ପାଖରୁ ଧନ ଦୂର ହେବ ନାହିଁ ।
୬ – ଘରର ମଙ୍ଗଳ ପାଇଁ ସୋମବାର ଦିନ ପ୍ରଭୁ ଶିବଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ ।
ଏହି ସବୁ କାମ କଲେ ନିଶ୍ଚୟ ଆମ ଜୀବନରେ ଧନର ଅଭାବ ରହିବ ନାହିଁ । ଘରେ ସବୁବେଳେ ସୁଖ ଶାନ୍ତି ରହିବ । ଜୀବନ ରେ ଶାନ୍ତି ମିଳିବ ।