ଦୀପାବଳୀ ଦିନ ଏହି ବୃକ୍ଷକୁ ଥରେ ମାତ୍ରେ ଛୁଇଁ ଦିଅନ୍ତୁ ଗରିବ ବି କୋଟିପତି ହୋଇଯିବ

ଆମ ହିନ୍ଦୁ ଶାସ୍ତ୍ରରେ ବୃକ୍ଷଲତା ଙ୍କୁ ଦେବୀ ଦେବତା ରୂପେ ପୂଜା କରା ଯାଇଥାଏ । ବୃକ୍ଷ ମଧ୍ୟରେ ଶ୍ରେଷ୍ଠ ବୃକ୍ଷ ହେଲା ଅଶ୍ଵସ୍ଥ ବୃକ୍ଷ କାରଣ ଏହାର ଆୟୁଷ ବହୁତ ଅଧିକ ହୋଇଥାଏ । ଶାସ୍ତ୍ର ଅନୁଯାଇ ଏହି ବୃକ୍ଷରେ ମା ଲକ୍ଷ୍ମୀ ଓ ବିଷ୍ଣୁ ବାସ କରିଥାନ୍ତି । ଦୀପାବଳି ଦିନ ଆପଣ ଏହି ବୃକ୍ଷକୁ ଛୁଇଁ ଦିଅନ୍ତୁ ଆପଣଙ୍କ ଜୀବନରୁ ଗରିବୀ, ରୋଗ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ଆପଣ ସାଙ୍ଗରେ ଯିବା ସମୟରେ କର୍ପୁର ଓ ଲବଙ୍ଗ ନେଇ ଯିବେ, ସେହି ବୃକ୍ଷ ତଳେ ଲବଙ୍ଗ ଓ କର୍ପୁରକୁ ଜଳାଇ ଆପଣ ନିଜର ଇଚ୍ଛାକୁ କୁହନ୍ତୁ ଓ ଏହା ପରେ ବୃକ୍ଷକୁ ଛୁଇଁବା ଦ୍ଵାରା ଆପଣଙ୍କ ର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ପାରିଜାତ ବୃକ୍ଷ – ଏହି ବୃକ୍ଷକୁ ବହୁତ ଉତ୍ତମ ବୃକ୍ଷ କୁହାଯାଏ, ଦୀପାବଳି ଦିନ ଏହି ବୃକ୍ଷ ମୂଳରେ ଏକ ଘିଅର ଦୀପ ଜଳାଇ ଦିଅନ୍ତୁ ଗୋଟିଏ ଲବଙ୍ଗ ଓ କର୍ପୁର କୁ ଜଳାଇ ନିଜର ମନସ୍କାମନା କହି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କର ଇଚ୍ଛା ପୂରଣ ହୋଇଥାଏ। ଏମିତି କରିବା ପରେ ବୃକ୍ଷକୁ ଛୁଇଁ ଲହୁଣୀର ଭୋଗ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ଶନି ଦଶା କଟି ଥାଏ ଓ ବନ୍ଦ ଥିବା ଭାଗ୍ୟ ଖୋଲିଥାଏ ।

ବେଳ ବୃକ୍ଷ – ବେଳ ବୃକ୍ଷକୁ ମାତା ପାର୍ବତୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ । ଏହି ବୃକ୍ଷରେ ବ୍ରହ୍ମା, ବିଷ୍ଣୁ ମହେଶ୍ଵର ବାସ କରିଥାନ୍ତି । ଦୀପବଳୀ ଦିନ ସନ୍ଧ୍ୟା ସମୟରେ ବେଳ ଗଛ ତଳେ ଘିଅ ଦୀପ ଜାଳିବା ଦ୍ଵାରା ସମସ୍ତ ପାପ ଦୂର ହୋଇଥାଏ । ବେଳ ବୃକ୍ଷକୁ ଆପଣ ଲହୁଣୀର ଭୋଗ ଲଗାନ୍ତୁ । ଦୀପାବଳି ଦିନ ମା ପାର୍ବତୀ ଙ୍କୁ ସ୍ମରଣ ନିଜର ଦୁଃଖ କୁ କହି ବେଳ ବୃକ୍ଷ ତଳେ କର୍ପୁର ଜଳାଇ ଦିଅନ୍ତୁ ଓ ଏହା ଉପରେ ଏହ ଲବଙ୍ଗ ପକାଇ ଦିଅନ୍ତୁ ଓ ବେଳ ବୃକ୍ଷକୁ ଛୁଇଁ ଦିଅନ୍ତୁ ।

ଏହି ଉପାୟଙ୍କୁ ସମାନ ଢଙ୍ଗରେ ନିମ୍ବ ବୃକ୍ଷ ରେ ବି କରି ପାରିବେ । ଦୀପାବଳି ଦିନ ରାତିରେ ଏକ ତମ୍ବା ପାତ୍ରରେ କ୍ଷୀର ନେଇ ନିମ୍ବ ବୃକ୍ଷକୁ ଅଭିଷେକ କରନ୍ତୁ । ସେହି କ୍ଷୀରରେ ମିଶିରି ମଧ୍ୟ ମିଶାଇ ଥିବେ । ଏହାକୁ ନିମ୍ବ ବୃକ୍ଷ ତଳେ ଅର୍ପଣ କରି ନିଜର ଇଚ୍ଛାକୁ କୁହନ୍ତୁ ଓ ବୃକ୍ଷକୁ ଛୁଇଁ ଦେଇ ଆସନ୍ତୁ ।

Leave a Comment