ଦିନେ ଓଡିଆ ସିନେମାରେ ସିଦ୍ଧାନ୍ତଙ୍କ ସହ ନାଚି ଧୂଳି ଉଡାଉଥିଲେ କିନ୍ତୁ ଆଜି ତାଙ୍କ ଅବସ୍ଥା ଦେଖିଲେ କାନ୍ଦି ପକାଇଲେ – ଦେଖନ୍ତୁ ଭିଡିଓ

ଦିନେ ଓଡିଆ ସିନେମାରେ ନାଚି ନାଚି ଧୁଳି ଉଡାଇ ଦେଉଥିଲେ । ବଡ ବଡ ସିନେ କଳାକାରଙ୍କ ସହ ବସଥିଲେ ଉଠୁଥିଲେ ଯେତିକି ଜୋସ ଥିଲା ତା ଠାରୁ ଢେର ଆତ୍ମବିଶ୍ଵାସ ଥିଲା, ଗୀତ ବାଜିବା ମାତ୍ରେ ପାଦ ଉଠୁଥିଲା । ନାୟକର ସହଯୋଗୀ ସାଜି ଦର୍ଶକଙ୍କ ଠାରୁ ବି ତାଳି ମାଡ ପାଉଥିଲେ ଆଜି କିନ୍ତୁ ସେ ନିଜର ଅବସ୍ଥା କଥା ଚିନ୍ତା କରି ଆଖିରୁ ଲୁହ ଗଡାଇ ଦେଉଛନ୍ତି ।

କଟକ ଦାସ ସାହିର ବୈରାଗୀ ସେଠୀ, ସେ ୮୦ ଦଶକ ଓଡିଆ ସିନେମା ଆଗ ଧାଡିର ନାୟକ ମାନଙ୍କର ସହଯୋଗୀ ସାଜି ନୃତ୍ୟ ପରିବେଷଣ କରୁଥିଲେ । ଏମିତି ଦିନ ଥିଲା ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମିଶି ସେ କାମ କରୁଥିଲେ । କିନ୍ତୁ ଆଜି ସେ ନିଜର ପେଟକୁ ଦାନା ମୁଠା ଟିଏ ଦେବା ପାଇଁ ପର ଦୋକାନରେ ଖଟିବା ପାଇଁ ପଡୁଛି ।

ସକାଳେ ରାଜ ମିସ୍ତ୍ରୀ ସାଜି ଓ ସନ୍ଧ୍ୟାରେ କଟକ ମଧୁପାଟଣା ଛକରେ ଥିବା ନାନା ଫାଷ୍ଟ ଫୁଡ ଦୋକାନାରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି। ଏବେ ଗ୍ରାହକ ପାଇଁ ରୋଲ ଚାଉମିନ ବନାଇବା ବେଳେ କେତେବେଳେ ହାତ ଉଠି ଯାଉଛି ତ କେତେବେଳେ ପାଦ ଉଠି ଯାଉଛି । କାରଣ ତାଙ୍କ ଭିତରେ ଥିବା କଳାକାରଟି ଏଯାଇଁ ଜୀବିତ ଅଛନ୍ତି । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଭରଣ ପୋଷଣ କରିବା ସେ ଏହି ବୃତ୍ତି କୁ ଆପଣେଇ ନେଇଛନ୍ତି ।

ପୂର୍ବ କଥା ପଚାରି ଦେଲେ ଏବେ ବି ତାଙ୍କ ଆଖିରେ ଲୁହ ଜକେଇ ଆସେ । ବୈରାଗୀଙ୍କୁ ଦେଖି ଲୋକମାନେ ତାଙ୍କ ଦୋକାନ କୁ ଟାଣି ହୋଇ ଆସିଥାନ୍ତି । ତାଙ୍କର ନୃତ୍ୟ ଶୈଳୀ ମାଧ୍ୟମରେ ସେ ଗ୍ରାହକଙ୍କୁ ଖାଦ୍ୟ ପରସି ଥାନ୍ତି । ଖାଲି ସେତିକି ନୁହେଁ ବୈରାଗିଙ୍କୁ ଗ୍ରାହାକ ମାନେ ତାଙ୍କ ଚିକେନ ପକୋଡା ରୋଲ ଓ ଚାଉମିନ ପାଇଁ ଯେତିକି ପ୍ରଶଂସା କରନ୍ତି ତାଙ୍କର ନୃତ୍ୟ ଶୈଳୀରେ ରୋଷେଇ ପାଇଁ ମଧ୍ୟ ସେତିକି ପ୍ରଶଂସା ଦେଇଥାନ୍ତି ।

ଏବେବି ନାଚର ଜୋସ ବୈରାଗୀ ଙ୍କ ପାଖରେ ଅଛି କିନ୍ତୁ ପେଟ ପୋଷିବା ପାଇଁ ସେ ଏପରି କାମ କୁ ଆପଣେଇ ନେଇଛନ୍ତି ବୋଲି କୁହନ୍ତି । ବୈରାଗୀ କୁହନ୍ତି ଯେ ଭାଗ୍ୟ ତାଙ୍କୁ ଦିନେ ଏମିତି ଛକରେ ଆଣି ଠିଆ କରିଦେବ ସେ କେବେ ଭାବି ନଥିଲେ ।

Leave a Comment