ଅଭିନେତ୍ରୀ ସୁପ୍ରିୟା ଓଲିଉଡ଼ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି । ସେ ପ୍ରଥମେ ଓଡ଼ିଆ ସିନେମା ଲଭ ପାଇଁ କୁଛ ଭି କରେଗା ରେ ମୁଖ୍ୟ ନାୟିକା ଚରିତ୍ର ରେ ଅଭିନୟ କରିଥିଲେ । ଆଉ ସେହି ସିନେମା ରେ ତାଙ୍କର ଡାନ୍ସ ଜବରଦସ୍ତ ରହିଥିଲା । ଆଉ ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରିଥିଲେ।
ତା ପରେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସହିତ ବିଜୁ ବାବୁ ସିନେମା ରେ ଅଭିନୟ କରିଛନ୍ତି । ଏବଂ ବାବୁଶାନ୍ ମହାନ୍ତି ଙ୍କ ସହିତ ମଧ୍ୟ ଅନେକ ସିନେମା ରେ ଅଭିନୟ କରିଛନ୍ତି । ବାବୁଶାନ୍ ମହାନ୍ତି ଙ୍କ ସହିତ ସେ ଓନ୍ଲି ପ୍ୟାର୍ ସିନେମା ରେ ଅଭିନୟ କରିଥିଲେ । ଏବେ ସୁପ୍ରିୟାଙ୍କ ଅଭିନୀତ ସିନେମା ପୁସ୍କରା ସୁପର ହିଟ ହୋଇଛି ତାଙ୍କ ଫ୍ୟାନ ଓ ବୁଦ୍ଧିଜୀବି ସିନେମାକୁ ବହୁତ ପ୍ରଶଂସା କରୁଛନ୍ତି ।
ଆଗାମୀ ଦଶରା ରେ ରିଲିଜ ହେବ “ଡଟପେନ” । ଏହି ସିନେମାରେ ସୁପ୍ରିୟା ଏକ ଆଇଟମ ଡ୍ୟାନ୍ସରେ ନଜର ଆସିଛନ୍ତି, ଗୀତ ଟିର ନାଁ ହେଉଛି ପୁନେଇ ଜହ୍ନ ଯାହାକି ଏବେ ଶ୍ରୋତା ମାନଙ୍କ ଠାରୁ ଅନେକ ଭଲପାଇବା ପାଇଛି । ଏହି ଗୀତରେ ସୁପ୍ରିୟା ପ୍ରଥମ ଥର ପାଇଁ ବୋଲ୍ଡ ସିନରେ ନଜର ଆସିଛନ୍ତି
ସୁପ୍ରିୟା ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ସେ ଏହି ଗୀତ କରିବା ପରେ ତାଙ୍କର ଫ୍ୟାନ ମାନେ କହିଛନ୍ତି ମ୍ୟାଡାମ ଏମିତି ଗୀତ କରନ୍ତୁ ନାହିଁ । ସେ ଆହୁରି କହିଛନ୍ତି ଯେଉଁ ମାନଙ୍କୁ ଏହା ଆଘାତ ଦେଇଛି ସେମାନେ ମୋତେ କ୍ଷମା କରିଦେବେ । ସେ ଏହି ଗୀତ ଟି କରିବାର ପଛର କାରଣ ହେଲା ସେ ଚାହୁଁ ଥିଲେ ସବୁବେଳେ କିଛି ଅଲଗା କରିବା ତାଙ୍କର ବି ପୂର୍ବରୁ ବହୁତ ଇଚ୍ଛା ଥିଲା ଏମିତି ଗୋଟିଏ ସିନରେ ଅଭିନୟ କରିବା ପାଇଁ ।
ସେ ଜଣେ କଳାକାର, କଳାକାର ହିସାବରେ ସବୁ ଚରିତ୍ରରେ ଅଭିନୟ କରିବା ଦରକାର । ଲୋକମାନେ ତାଙ୍କ ର ଏହି ଗୀତରେ ଅନେକ ନେଗେଟିଭ କମେଣ୍ଟ ଦେଇଥିଲେ କିନ୍ତୁ ସେ କହିଛନ୍ତି ସେ ନେଗେଟିଭ କମେଣ୍ଟ ଭୀତରେ ତାଙ୍କ ଫ୍ୟାନ ମାନଙ୍କର ଭଲପାଇବା ରହିଛି । ଲୋକ ମାନେ ତାଙ୍କୁ ଏକ ସରଳ ଓ ଶାନ୍ତ ଚରିତ୍ରରେ ଦେଖିଥିଲେ ଏମିତି ଏକ ନୂଆ ଗେଟଅପରେ ତାଙ୍କୁ ଲୋକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।
ପୁସ୍କରା ସିନେମା ତାଙ୍କୁ ଅନେକ ପ୍ରଶଂସା ଦେଇଛି ଓ ଯେଉଁ ଲୋକମାନେ ତାଙ୍କୁ ଜାଣି ନଥିଲେ ଆଜି ତାଙ୍କୁ ଅନେକ ଲୋକ ପୁସ୍କରା ପାଇଁ ଜାଣିବା ପାଇଁ ପାଉଛନ୍ତି । ପୁଷ୍କରା ସିନେମା ତାଙ୍କ ଜୀବନର ଏକ ବଡ ସଫଳତା ଦେଇଛି ।