Skip to content
କଳା ରାତିର ରାଣୀ ସାଜି ଦେଉଥିଲା ଦେହ ସୁଖ । ସକାଳେ ବଡ ବଡିଆ ଲୋକଙ୍କ ଠାରୁ ଲୁଟ କରି ରାତିରେ ଉଠାଉଥିଲା ରଙ୍ଗୀନ ଦୁନିଆର ମଜା । ପ୍ରତିଦିନ ରାତିରେ ନୂଆ ନୂଆ ଗ୍ରାହକ ଆସୁଥିଲେ । ଗ୍ରାହକଙ୍କୁ ଆଖିର ଇସାରା ଦେଇ ନିଜର ଦେହ ସୁଖ ଦେଉଥିଲା । ଯେଉଁଥିରେ ଫସି ଯାଉଥିଲେ ବଡ ବଡ ବାବୁ ମାନେ । ଫିଲ୍ମ ଷ୍ଟାଇଲରେ ଯାତ୍ରୀ ମାନଙ୍କୁ ପାଖକୁ ଡାକୁଥିଲା ଆଉ ପାଖକୁ ଆସିବା ପରେ ଯାତ୍ରୀଙ୍କୁ କରୁଥିଲା ଲୁଟ ।
ଯାତ୍ରୀଙ୍କ ଠାରୁ ଟଙ୍କା ମୋବାଇଲ ଫୋନ ଦାମୀ ଜିନିଷ ସବୁ ଲୁଟି ନେଉଥିଲେ । ଏମିତି କଳା ରାତିର ରାଣୀ ସାଜିବା ପୂର୍ବରୁ ମୁସ୍କାନ ଥିଲା ଜଣେ ଜରି ଗୋଟାଳି । ୧୪ ବର୍ଷ ବୟସରେ ମୁସ୍କାନ ବିବାହ କରିଥିଲା ଓ ପରେ କଳିକାତା ରେ ସ୍ଵାମୀଙ୍କୁ ଛାଡି ଭୁବନେଶ୍ବର ଚାଲି ଆସିଥିଲା । ଏହା ପରେ ଅପରାଧ ଦୁନିଆର ରାଣୀ ସାଜିବା ନିଶାରେ ନିଜର ସୁନ୍ଦର ରୂପ ଦେଖାଇ ଟ୍ରେନ ଯାତ୍ରୀଙ୍କୁ ଫସାଉଥିଲା ।
ଗଞ୍ଜାମର କୁଖ୍ୟାତ ଲୁଟେରା ନଣ୍ଡା ଓ ନୟାଗଡର ସାନ ନଣ୍ଡାକୁ ନେଇ ପ୍ଳାନ ରଚୁଥିଲା ମୁସ୍କାନ। ଭୁବନେଶ୍ଵରର ରେଲୱେଷ୍ଟେସନ ମାତିଥିଲେ ଏହି ଗାଙ୍ଗ। ଏହି ଗାଙ୍ଗରେ ସାମିଲ ଥିବା ଅଟୋବାଲାଙ୍କ ଦ୍ଵାରା ଯାତ୍ରୀଙ୍କୁ ଡାକନ୍ତି, ପଛ ସିଟରେ ସଜେଇ ହୋଇ ବସୁଥିଲା ମୁସ୍କାନ, ଆଉ ଯାତ୍ରୀଙ୍କ ସହ ବନ୍ଧୁତା କରି ଯାତ୍ରୀଙ୍କୁ ଫସାଉଥିଲା ମୁସ୍କାନ । ଆଉ ଅଟୋବାଲା ନିଦ ଲାଗୁଛି କହି ଚା ପିଇବାକୁ ଯାଇଥାଏ ।
ମୁସ୍କାନ ନିଜ ଓ ଯାତ୍ରୀଙ୍କ ପାଇଁ ଚା ମଗାଉଥିଲା । ଚା ରେ ନିଶା ଦେଇ ଯାତ୍ରୀଙ୍କୁ ବେହୋସ କରି ଦେଉଥିଲା ମୁସ୍କାନ, ଏହା ପରେ ଯାତ୍ରୀଙ୍କୁ କରୁଥିଲା ଲୁଟ । ଏବେ ପୋଲିସ ମୁସ୍କାନକୁ ଗିରଫ କରିଥିବା ବେଳେ ତାର ୪ ସହଯୋଗୀଙ୍କୁ ଗିରଫ କରିଛି । ପୂର୍ବରୁ ମୁସ୍କାନ ନାଁ ପୂର୍ବରୁ ମୁସ୍କାନ ନାଁ ରେ ରହିଥିଲା ୮ଟି ମାମଲା ।