ଜନ୍ମଦିନରେ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇ ଏମିତି କହିଲେ ବାନ୍ଧବୀ ଜାଗୃତି କହିଲେ ତୁମେ ମୋର ପସନ୍ଦ ଆଉ….

ଅନୁଭବଙ୍କୁ ନେଇ ମୁହଁ ଖୋଲିଲେ ଜାଗୃତି । ଅନୁଭବଙ୍କୁ ନେଇ କହିଲେ ମୋ ପାଇଁ ତୁମେ ଏମିତି । ତୁମର ସବୁ ଗୁଣ ମୋତେ ଭାରି ଭଲ ଲାଗେ, ତୁମର ସଫା ମନ ମୋତେ ଭାରି ପସନ୍ଦ ଲାଗେ । ତୁମର ସମସ୍ତ ଭଲ ଗୁଣ ପାଇଁ ମୁଁ ତୁମକୁ ପସନ୍ଦ କରେ । ଅନୁଭବଙ୍କୁ ଯେତେବେଳେ ମାନ୍ୟବର ହାଇକୋର୍ଟ ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି ସେତେବେଳେ ଅନୁଭବ ବି ବହୁତ ଖୁସି ରେ ଅଛନ୍ତି ।

ଏମିତିକ ଖୁସିର ଦିନ ପରେ ଠିକ ଦୁଇ ଦିନ ପରେ ଅନୁଭବ ମହାନ୍ତି ଙ୍କ ଜନ୍ମଦିନ । ଆଜି ଫୁଣିଥରେ ଜାଗୃତି ତାଙ୍କୁ ପସନ୍ଦ କରିଛନ୍ତି କହିଛନ୍ତି ତାଙ୍କର କେମିତି ସମସ୍ତ ଗୁଣ ପାଇଁ ସେ ତାଙ୍କୁ ପସନ୍ଦ କରନ୍ତି । ଏହି କଥାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ମଧ୍ୟ ହେଉଛି । ଯେତିକି ଚର୍ଚ୍ଚା ଅନୁଭବ ଓ ବର୍ଷାଙ୍କ ଛାଡପତ୍ର ପାଇଁ ଚର୍ଚ୍ଚା ହେଉଥିଲା ସେତିକି ଚର୍ଚ୍ଚା ଅନୁଭବ ଓ ଜାଗୃତିଙ୍କ ସମ୍ପର୍କକୁ ନେଇ ମଧ୍ୟ ହେଉଥିଲା ।

ଦୁଇଜଣଙ୍କ ମଧ୍ୟରେ ଥିବା ସମ୍ପର୍କ କୁଆଡେ ପ୍ରେମ ସମ୍ପର୍କ ବୋଲି ମଧ୍ୟ ଚର୍ଚ୍ଚା ହୁଏ । ଯେତେବେଳେ ଜାଗୃତି ଅନୁଭବଙ୍କୁ ଆଜି ଏମିତି କଥା କହିଛନ୍ତି ସମସ୍ତେ କହୁଛନ୍ତି କୁଆଡେ ଜାଗୃତି ଅନୁଭବଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି । ତାଙ୍କ ଯତ୍ନ ନେବା ସହ ତାଙ୍କୁ ସବୁବେଳେ ଭଲ ପରାମର୍ଶ ଦେଇଥାନ୍ତି । ଜାଗୃତିଙ୍କ ଇଂଷ୍ଟାଗ୍ରାମ ପୋଷ୍ଟକୁ ନେଇ ଏବେ ବହୁତ ଚର୍ଚ୍ଚା ହେଉଛି ।

Leave a Comment