ଛାତ୍ରର ଗୋଟିଏ ଚାପୁଡାରେ ଚାଲିଗଲା ସାରଙ୍କ ଜୀବନ

ଛାତ୍ରର ଗୋଟେ ଚାପୁଡ଼ା ଚାଲିଗଲେ ସାର୍ । ୮ ମାସ ଧରି କୋମାରେ ପଡ଼ିବା ପରେ ଆଜି ଅଧ୍ୟାପକ ଆଖି ବୁଜିଛନ୍ତି । ମୃତ ଅଧ୍ୟାପକ ହେଲେ ଝାରସୁଗୁଡ଼ା ର କଟାପାଲି ସ୍ଥିତ ପି କେ ଏସ୍ ମହାବିଦ୍ୟାଳୟର ଅଧ୍ୟାପକ । ଗତ ଫେବୃଆରୀ ମାସରେ ଯୁକ୍ତ +୩ ଦ୍ଵିତୀୟ ବର୍ଷର ଛାତ୍ର ରାଜେଶ ସହିସ୍ ଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ଭାବେ ଆହତ ହୋଇଥିଲେ ।

ବିଳମ୍ବରେ ଆସିଥିବାରୁ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ କଳହ ହୋଇଥିଲା ଓ ସେହି ଆକ୍ରମଣରେ ଅଧ୍ୟାପକ ଗୁରୁତର ଭାବେ ଆହତ ହୋଇଥିଲେ । ସେବେଠାରୁ ସେ ପ୍ରଥମେ ଝାରସୁଗୁଡ଼ା ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନା ରେ ଚିକିତ୍ସା ହେଉଥିଲେ। ଏବଂ ସେ ମଧ୍ୟ କୋମାରେ ଥିଲେ । ଆଉ ଆଜି ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି ।

ଏହାକୁ ନେଇ ଝାରସୁଗୁଡ଼ା ଏଚ୍ ଡି ପି ଓ ନିର୍ମଳ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଗତ ୨୨ ତାରିଖରେ ସଦର ଥାନା ରେ ଏହି ଘଟଣାକୁ ନେଇ ଏକ ଅଭିଯୋଗ ହେଇଥିଲା । ଘଟଣା ଆଧାର ରେ ଆଇ ପି ସି ଦଫା ୩୦୭ ରେ ଛାତ୍ର କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା । ଏବେ ଅଧ୍ୟାପକ ଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ଦଫା ୩୦୭ ପରିବର୍ତ୍ତେ ୩୦୨ ଲଗାଯିବ ବୋଲି ଏଚ୍ ଡି ପି ଓ ସୂଚନା ଦେଇଛନ୍ତି ।

Leave a Comment