ଛାଡପତ୍ର ପାଇଁ ଅନୁଭବଙ୍କୁ ମିଳିଲା ସଂକେତ, ଅନୁଭବ ଦ୍ଵିତୀୟ ବିବାହ କରିବେ

ସକାଳୁ ସକାଳୁ କାନ୍ଦି ପକାଇଲେ ଅନୁଭବ, କିନ୍ତୁ ଏହି ଲୁହ ଦୁଖର ନୁହେଁ ଏହା ଖୁସିର ଲୁହ, ଛାଡପତ୍ର ପାଇଁ ଅନୁଭବଙ୍କୁ ମିଳିଲା ସଂକେତ, ବର୍ଷାଙ୍କ କୋର୍ଟରେ ଲାମ୍ବା ଲଢେଇ ପରେ ଶେଷରେ ଅନୁଭବଙ୍କର ବିଜୟ ହୋଇଛି, ମାନ୍ୟବର ହାଇକୋର୍ଟ ଏବେ ଅନୁଭବଙ୍କୁ ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି, ଏହି ସମୟରେ କିଏ ଖୁସି ହୁଅନ୍ତୁ କି ନହୁଅନ୍ତୁ ନିଜେ ଅନୁଭବ ଓ ତାଙ୍କ ପରିବାର ଏଥିରେ ବହୁତ ଖୁସି ।

କାରଣ ପୁଅ ଲଢୁଥିବା ଏହି ବଡ ଲଢେଇରେ ତାର ଆଜି ବିଜୟ ହୋଇଛି । ଅନୁଭବ ଥରେ ବର୍ଷାଙ୍କୁ କହିଥିଲେ ବାପା ମା ଙ୍କ ଆର୍ଶୀବାଦ ରହିଛି ତାଙ୍କର କିଛି ହେବନି, ହଁ ଦର୍ଶକ ବନ୍ଧୁ ଏହି କଥା ସତ୍ୟ, ଯିଏ ସତ୍ୟରେ ଥାଏ ଓ ଯାହା ପାଖରେ ବାପା ମା ଙ୍କ ଆର୍ଶୀବାଦ ରହିଥାଏ ସେ କେବେ ହାରି ନଥାଏ । ଏହି ଷ୍ଟାର ଦମ୍ପତ୍ତିଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାର ଅନ୍ତ ଘଟିଛି ।

ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଏକ ଗଣମାଧ୍ୟମ ସାକ୍ଷାତକାର ଅନୁଭବ ଦ୍ଵିତୀୟ ବିବାହ କରିବେ କି ନାହିଁ ପ୍ରଶ୍ନର ଉତ୍ତର ରଖି କହିଥିଲେ ତାଙ୍କର ତାଙ୍କ ଜୀବନକୁ ବଞ୍ଚିବାର ଅଧିକାର ଅଛି, ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି, ତାଙ୍କ ବାପା ମା ଙ୍କ ତାଙ୍କ ଉପରେ ଅଧିକାର ରହିଛି, ତାଙ୍କ ବାପା ମା ବି ତାଙ୍କ ଠାରୁ ନାତି ନାତୁଣୀ ଟିଏ ଚାହୁଁଛନ୍ତି ତେଣୁ ସେ ବିବାହ କରିବେ । ଏହା ସହିତ ସେ କେବେ ବିବାହ କରିବେ ତାହା ସ୍ପଷ୍ଟ କରିନାହାନ୍ତି ।

Leave a Comment