ଘରର ଏହି ସ୍ଥାନରେ ଏକ କାଚ ଡବାରେ ଲୁଣକୁ ରଖି ଦିଅନ୍ତୁ ଘରକୁ ଏତେ ଧନ ଆସିବା ଗଣି ପାରିବେ ନାହିଁ

ଲୁଣ ଏକ ଏମିତି ଜିନିଷ ଯାହାକୁ ଆମେ ପ୍ରତିଦିନ ବ୍ୟବହାର କରିଥାଉ । ଲୁଣ ପ୍ରେତ୍ୟେକ ଘରେ ଖାଦ୍ୟକୁ ସୁସ୍ଵାଦୁ କରିବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଖାଲି ଖାଦ୍ୟକୁ ସ୍ଵାଦିଷ୍ଟ କରେ ନାହିଁ ଏହା ମଣିଷର ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିଥାଏ । ତେବେ ଚାଳନ୍ତୁ ଜାଣିବା ଲୁଣ କିପରି ମଣିଷର ଧନ ବୃଦ୍ଧି କରିବା ସହ ଘରର ବାସ୍ତୁ ଦୋଷକୁ ଦୂର କରିଥାଏ ।

ବନ୍ଧୁଗଣ ଲୁଣ ସମୁଦ୍ରରୁ ପ୍ରସ୍ତୁତ ହୋଇଥାଏ । ସମୁଦ୍ର ହେଉଛି ମା ଲକ୍ଷ୍ମୀଙ୍କର ବାପା ଘର, କୌଣସି ଝିଅ ତାର ବାପା ଘରକୁ ଅସମ୍ମାନ କରେ ନାହିଁ, ଏହା ସହ ଘରର ସମସ୍ତ ଜିନିଷକୁ ମଧ୍ୟ ଭଲପାଇଥାନ୍ତି । ଯେହେତୁ ଲୁଣ ସମୁଦ୍ରରୁ ଜାତ ତେଣୁ ଏହା ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ । ଲୁଣକୁ ରୋଷେଇରେ ବ୍ୟବହାର କରିବା ସହିତ ବସ୍ତୁ ଦୋଷ ଓ ଘରର ସମସ୍ତ ନକରାତ୍ମକ ଶକ୍ତିକୁ ଅନ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ ।

ଯଦି ଘରେ ଅଯଥାରେ କଳି ଝଗଡା ଲାଗି ରହିଥାଏ, ଆୟ ଥାଇ ମଧ୍ୟ ସଞ୍ଜୟ ହୋଇ ପାରୁ ନାହିଁ, ବ୍ୟବସାୟରେ କ୍ଷତି ହେଉଛି ତେବେ ଏହି ଲୁଣକୁ କିପରି ବ୍ୟବାହାର କରିବା ଆସନ୍ତୁ ଜାଣିବା ।

ଘରକୁ ଯେତେବେଳେ ଲିପା ପୋଛା କରୁଛନ୍ତି ସେହି ପାଣିରେ ଏକ ଚାମଚ ଲୁଣ ମିଶାଇ ଦିଅନ୍ତୁ ଏହା ପରେ ସେହି ପାଣିରେ ଘରକୁ ପୋଛି ଦିଅନ୍ତୁ । ଏହି ପରି ଭାବେ ସପ୍ତାହରେ ଦୁଇରୁ ତିନିଥର କରନ୍ତୁ ଏବଂ ଏହି କ୍ଷେତ୍ରରେ ରିଫାଇନ ଲୁଣ ଅପେକ୍ଷା ଢାଗେରା ଲୁଣ ବହୁତ ଭଲ କାମ କରିଥାଏ । ଏହା କରିବା ଦ୍ଵାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ଦ୍ଵାରା ଘରକୁ ସକରାତ୍ମକ ପ୍ରଭାବ ପଡିଥାଏ ଓ ଘରେ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ।

ଘରର ନଜର ଦୋଷ ଦୂରକରିବା ପାଇଁ କିମ୍ବା ଆୟ ଥାଇ ମଧ୍ୟ ଉନ୍ନତି ହେଉ ନଥିଲେ କିମ୍ବା ସବୁବେଳେ ରୋଗ ଲାଗି ରହୁଥିଲେ ଏହି ଉପାୟ କରନ୍ତୁ । ବନ୍ଧୁମାନେ ଘରର ମୁଖ୍ୟ ଦ୍ଵାରାର ଡାହାଣ ପଟେ ଏକ ନାଲି କପଡାରେ କିଛି ଲୁଣ ରଖି କୃଷ୍ଣ ପକ୍ଷ ଚତୁର୍ଦ୍ଧଶୀ ତିଥି ବାନ୍ଧି ଦିଅନ୍ତୁ । ଏହାର ଏକ ମାସ ପରେ ଫୁଣି ସେହି ତିଥିରେ ପୁରୁଣା କପଡା ଟିକୁ ପାଣିରେ ପକାଇ ଦିଅନ୍ତୁ ଓ ଏକ ନୂଆ କପଡାରେ ଲୁଣ ରଖି ବାନ୍ଧି ଦିଅନ୍ତୁ ।

ଏହି ପରି କ୍ରମାଗତ ଭାବେ କରିବା ଦ୍ଵାରା ଘରର ନକରାତ୍ମକତା ଦୂର ହେବ । ଆର୍ଥିକ କ୍ଷେତ୍ରରେ ସମସ୍ତ ସମସ୍ୟା ଦୂର ହୋଇ ଉନ୍ନତି ଦେଖା ଦେବ ।

ଆଉ ଏକ ଶକ୍ତିଶାଳୀ ଉପାୟ ହେଲା କିଛି ଲୁଣ ନେଇ ଏକ କାଚ ଡବାରେ ରଖି ଦିଅନ୍ତୁ ଯେପରିକି ବାହାରକୁ ଲୁଣ ଦେଖା ଯାଉଥିବା ସେହି ପରି ଡବାରେ ରଖନ୍ତୁ ଏବଂ ସେଥିରେ କିଛି ଲବଙ୍ଗ ମଧ୍ୟ ରଖିଦିଅନ୍ତୁ ଏହାକୁ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିଥାଏ । ଯଦି କିଛି ନୂଆ ବିଜନେସ ଆରମ୍ଭ କରୁଥିବେ ଏହା ସଫଳ ହେବ ।

Leave a Comment