ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁ ଠାରୁ ବଡ ଘୋଷଣା। ଆମ ଦେଶର ମହିଳା ମାନଙ୍କ ସୁବିଧା ପାଇଁ ମୋଦି ସରକାର ଉଜ୍ଵଳା ଯୋଜନାର ଆରମ୍ଭ କରିଥିଲେ ଏହି କଥା ତ ଆପଣ ମାନେ ଜାଣିଥିବେ ।ଏହି ଯୋଜନାରେ ରାସନକାର୍ଡ ଧାରୀ ମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆ ଯାଉଛି । ସବସିଡରେ ଗୋଟିଏ ବର୍ଷରେ ୧୨ଟି ଗ୍ୟାସ ସିଲିଣ୍ଡର ମିଳିଥାଏ ।
ସବସିଡ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ସଳଖ ଜମା ହୋଇଥାଏ , ମାର୍ଚ୍ଚ ୧ ୨୦୨୩ ପର୍ଯ୍ୟନ୍ତ ଉଜ୍ଵଳା ଯୋଜନାରେ ୯କୋଟି ୫୦ ଲକ୍ଷ ହିତାଧିକାରୀ ଥିଲେ । ଏହାର ବିସ୍ତାର ପାଇଁ ମୋଦି ସରକାର ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ୨୦୨୩-୨୪ ରୁ ୨୦୨୫-୨୬ ୩ ବର୍ଷ ମଧ୍ୟରେ ୧୬୫୦ କୋଟି ଟଙ୍କା ବ୍ୟୟରେ ୭୫ ଲକ୍ଷ ନୂତନ ଏଲପିଜି ସଂଯୋଗ ପ୍ରଦାନ କରାଯିବ ।
ଏହି ଉଜ୍ଵଳା ଯୋଜନାର ସବସିଡକୁ ୨୦୦ ଟଙ୍କା ରୁ ୩୦୦ ଟଙ୍କା କୁ ବୃଦ୍ଧି କରାଯାଇଛି । ଏଣିକି ୬୦୦ ଟଙ୍କାରେ ମିଳିବ ସିଲିଣ୍ଡର ୩୦୦ ଟଙ୍କାର ସବସିଡ ପାଇବେ ହିତାଧିକାରୀ । ଗ୍ୟାସର ମୂଲ୍ୟ ୧୧୦୦ ଟଙ୍କା ରୁ ୯୦୦ ଟଙ୍କା କୁ ହ୍ରାସ ପାଇଛି । କିଛି ଦିନ ପୂର୍ବରୁ ୨୦୦ ଟଙ୍କା କମାଇଥିଲେ ସରକାର ।