Skip to content
ତାଙ୍କୁ ଆଜି ଯାତ୍ରାର ରଙ୍ଗୀନ ମଞ୍ଚ ଝୁରୁଛି ଓ ତାଙ୍କର ଫ୍ୟାନ ମାନେ ଖୋଜୁଛନ୍ତି, ଯାତ୍ରା ଜଗତର ବର୍ଷିୟାନ କଳାକାର ଓ ଜଣେ ହାସ୍ୟ ଅଭିନେତା ଯିଏ ମଞ୍ଚ ଉପରେ ହସେଇ ହସେଇ ବନ୍ଦେମ କରାଉଥିଲେ ଆଜି ସେ ବିଞ୍ଚାଣରେ ଦିନ କାଟୁଥିଲେ, ଆମେ କାହା କଥା କହୁଛୁ ଆମେ ବୁଝି ଯାଇଥିଲେ ଯାତ୍ରା କମେଡିଆନ ରବି ଶତପଥି, ଲୋକଙ୍କୁ ହସାଉଥିବା ରବିଙ୍କ ଜୀବନରେ ଏବେ ଅଦିନ କୁହୁଡି ।
ଦୀର୍ଘ ଦିନ ହେବ ଲୋକଙ୍କୁ ହସାଇ ଆସୁଥିବା ରବି ଆଜି କ୍ୟାନ୍ସର ରୋଗରେ ପୀଡିତ ହୋଇ ଆଜି ଦିନ କାଟୁଛନ୍ତି । ଏଇ ଖବର ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାନରେ ବାଜିବା ମାତ୍ରେ ସେ ରବିଙ୍କ ବାସଭବନରେ ପହଞ୍ଚି ଯାଇଥିଲେ । ସୋସିଆଲ ମିଡିଆରୁ ଖବର ପାଇବା ପରେ ରାନୀ ତାଙ୍କ ଘରକୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା କଥା ବୁଝିବା ସହ ତାଙ୍କର ସକ୍ଷମ ଅନୁଯାଇ ସାହାର୍ଯ୍ୟର ହାତ ବଢାଇଛନ୍ତି ।
ବର୍ଷିୟାନ କଳାକାରଙ୍କ ଏମିତି ଅବସ୍ଥା ଦେଖି ଭାବ ବିହ୍ଵଳ ହୋଇ ଯାଇଥିଲେ ରାନୀ, ଆଖି ଲୁହରେ ଛଳ ଛଳ ହୋଇ ଯାଇଥିଲା । କିଛି ସମୟ ରାନୀ ତାଙ୍କ ସହ ସମୟ ବିତାଇଥିଲେ ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ରବି ଭାଇନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସେ ଓ ତାଙ୍କ ସହ ବିତାଇଥିବା କିଛି ଅଭୂଲା ମୁହୂର୍ତ୍ତକୁ ରାନୀ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି ।
ରବି ଶତପଥି ପିଲା ବେଳୁ କଳା ପ୍ରତି ଆକର୍ଷିତ ହୋଇ ପ୍ରଥମେ ପାଲା ପରିବେଶ କରୁଥିଲେ ଏହାପରେ ସେ ଯାତ୍ରା ଜଣେ ଅପ୍ରତିଦ୍ଵନ୍ଦୀ ହାସ୍ୟ ଅଭିନେତା ଭାବେ ସେ ବେସ ନାଁ କମାଇ ପାରିଥିଲେ ରବି । ଆଜି ସେହି କାମେଡି କିଂ ରବି ଶତପଥି ରୋଗ ଶଯ୍ୟାରେ । ତାଙ୍କର ଖବର ଶୁଣି ଅନେକ କଳାକାର ତାଙ୍କୁ ଦେଖିବାକୁ ଚାଲି ଯାଉଛନ୍ତି ଓ ଭଗବାନଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।