Breaking News

କୃଷକ ମାନଙ୍କ ପାଇଁ ବଡ ଖବର, ସରକାର 12,110 କୋଟି ଟଙ୍କାର କୃଷି ଋଣ ଛାଡ କଲେ…

ଆପଣ ମାନେ ଜାଣିଥିବେ ଚାଷୀ ହିଁ ଏ ଜଗତକୁ ବଞ୍ଚାଉଛି ।କୃଷକ ମାନେ ହେଉଛନ୍ତି ଆମ ଅର୍ଣ୍ଣ ଦାତା।ତାମିଲନାଡୁ କୃଷକ ମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ସରକାର।ତାମିଲନାଡୁ ସରକାର କୃଷକ ମାନଙ୍କ ଋଣ ଛାଡ କରିଛନ୍ତି।ରାଜ୍ୟ କୋ-ଅପରେଟିବ ବ୍ୟାଙ୍କ ରୁ ନେଇଥିବା କୃଷି ଋଣ ଛାଡ କରିଛନ୍ତି ସରକାର। ରାଜ୍ୟର ମୁଖ୍ୟମନ୍ତ୍ରୀ ଏଡାପଡ୍ଡି କେ ପାଲାନିସ୍ୱାମୀ ମୋଟ ୧୨,୧୧୦ କୋଟି ଟଙ୍କାର ଋଣ ଛାଡ ନେଇ ଘୋଷଣା କରିଛନ୍ତି।ଏହି ଋଣ ଛାଡ ହେଲେ ୧୬.୧୩ ଲକ୍ଷ ଚାଷୀ ଉପକୃତ ହେବେ ।

ଶୁକ୍ରବାର ଦିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଧାନ ସଭା ରେ ଆଇନ 110 ଆଧାରରେ ଏହି ଋଣ ଛାଡ ନେଇ ଘୋଷଣା କରିଛନ୍ତି। ପାଲାନିସ୍ୱାମୀ କହିଛନ୍ତି କି ରାଜ୍ୟରେ ଚକ୍ରବର୍ତ୍ତି ତୁଫାନ ନିଭାର ଓ ବୁରେଭି କାରଣରୁ କୃଷକ ମାନେ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି।ଏହି ପରିସ୍ଥିତି କୁ ନଜର ରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।


ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଥିଲେ କି ଯେଉଁ କୃଷକ ମାନେ ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ ସଶ୍ୟ ଋଣ ନେଇଛନ୍ତି ସେହି ମାନେ ହିଁ ଏହି ଋଣ ଛାଡ ର ଲାଭ ନେଇପାରିବେ।ଗତ ମାସରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେଇଥିଲା ତାମିଲନାଡୁ ରେ ଫଳରେ କୃଷକ ମାନଙ୍କ ଫସଲ ସବୁ ନଷ୍ଟ ହୋଇଯାଇଥିଲା।ସବୁଠାରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଫସଲ କ୍ଷୟ କ୍ଷତି ର ଅନୁଧ୍ୟାନ କରିବା ପାଇଁ ଏକ କେନ୍ଦ୍ରୀୟ ଟିମ ତାମିଲନାଡୁ ଗସ୍ତରେ ଯାଇଥିବା ନେଇ ସୂଚନା ମିଳିଛି।


ଆପଣ ମାନେ ଜାଣିଥିବେ ଦେଶରେ ଦିନଙ୍କୁ ଦିନ କୃଷି ଆନ୍ଦୋଳନ ଉଗ୍ର ରୂପ ନେବାରେ ଲାଗିଛି ।ଆଉ କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନ ସଭା ନିର୍ବାଚନ ହେବାକୁ ଯାଉଛି ।ଏହି ସବୁ କୁ ଦୃଷ୍ଟି ରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ଯୋଜନା କରିଛନ୍ତି କିନ୍ତୁ ଏହି ଯୋଜନା ଭୋଟ ବ୍ୟାଙ୍କ ରେ ପରିଣତ ହେଉଛି କି ନାହିଁ ତାହା ଦେଖିବାକୁ ଅଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *