କିଡନୀ ଦେବା ପାଇଁ ୧୨ ଲକ୍ଷ ଟଙ୍କା ନେଲେ କିନ୍ତୁ ଟଙ୍କା ପାଇବା ପରେ ଚମ୍ପଟ ମାରିଲେ

୧୨ ଲକ୍ଷ ଟଙ୍କା ନେଇ ନିଜ କିଡନୀ ବିକିବେ କହିଲେ, ମହିଳା ସ୍ଵାମୀଙ୍କୁ ବଞ୍ଚେଇବାକୁ ନିଜର ଜମି ବାଡି ବିକି ୧୨ ଲକ୍ଷ ଟଙ୍କା ଦେଲେ କିନ୍ତୁ ପଇସା ପାଇବା ମାତ୍ରେ ଚମ୍ପଟ ମାରିଲେ ବ୍ୟକ୍ତି ଜଣଙ୍କ । ଏପଟେ ରୋଗୀନା ସ୍ଵାମୀଙ୍କୁ ଧରି ମହିଳା ଲୁହ ଗଡାଉଛନ୍ତି । ଏହି ମହିଳା ଜଣଙ୍କ ହେଲେ କେନ୍ଧୁଝର ଜିଲ୍ଲାରେ ଦୁଲ୍ଲାରୀ ହେମ୍ରବ, ସ୍ଵାମୀଙ୍କ ନାମ ହେଲା କୁତୁଳ କୁମାର ମାଝୀ ।

ସ୍ଵାମୀଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ତେଣୁ ସେ ଏବେ ହସ୍ପିଟାଲ ରେ ଅଛନ୍ତି । ତାଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଠକି ନେଇଥିବା ଲୋକ ହେଲା ଅନୁଗୁଳ ମାର୍କଣ୍ଡ ନାଥ । ମାର୍କଣ୍ଡ କହିଲେ ସେ ତାଙ୍କ ସ୍ତ୍ରୀର କିଡନୀଙ୍କୁ ବିକ୍ରି କରିବେ ତାଙ୍କ କିଡନୀର ଦାମ ହେଲା ୧୨ ଲକ୍ଷ ଟଙ୍କା । ଦୁଲ୍ଲାରୀ ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ନିଜର ଜମି ବାଡି ବିକି ମାର୍କଣ୍ଡଙ୍କୁ ୧୨ ଲକ୍ଷ ଟଙ୍କା ଦେଇଥିଲେ ।

କିନ୍ତୁ ମାର୍କଣ୍ଡ ନିଜର କିଡନୀ ଦେବା ପରିବର୍ତ୍ତେ ଯେମିତି ହାତରେ ୧୨ ଲକ୍ଷ ଟଙ୍କା ଧରିଲେ ଆଉ ୨ ଲକ୍ଷ ଟଙ୍କା ଦାବି କରିଲେ । ଏହା ପରେ ମାର୍କଣ୍ଡ ଆଉ ଧରା ଛୁଆ ଦେଲେ ନାହିଁ । ଦୀର୍ଘ ୬ ମାସ ଲୁଚି ରହିଲେ କିନ୍ତୁ ଏବେ ସ୍ଥାନୀୟ ଲୋକଙ୍କ ସହାୟତାରେ କଟକ ରାଣୀହାଟରୁ ଧରାପଡିଛନ୍ତି । ସ୍ଥାନୀୟ ଲୋକ କହିଛନ୍ତି ଲୋକ ମାନଙ୍କ ଠାରୁ ଟଙ୍କା ଲୁଟ କରିବା ଏମାନଙ୍କର କାମ ।

Leave a Comment