କାଳିଆ ଠାକୁର ର ଅପୂର୍ବ ଲୀଳା, ହଜିଯାଇଥିବା ପୁଅ ଘରକୁ ଫେରିଲା, ପୁଅକୁ ଦେଖି ଘରଲୋକ ଆଶ୍ଚର୍ଯ୍ୟ ହେଲେ – ଦେଖନ୍ତୁ ଭିଡିଓ

ଯାହାକୁ ରଖିବେ ଅନନ୍ତ ତାର କି କରିପାରେ ବଳବନ୍ତ । ଭଗବାନଙ୍କ ହାତ ଯାହା ଉପରେ ଥିବା ତାର କେହି କିଛି କରି ପାରିବେ ନାହିଁ । ଅନ୍ୟ ମାନେ ତାଙ୍କୁ ମୃତ ବୋଲି ଘୋଷଣା କରି ଦେଇଥିଲେ । ଘରେ ତାଙ୍କ ଫଟୋରେ ଲଗା ଯାଇଥିଲା ଫୁଲ ମାଳ । ଅନ୍ୟ ମାନେ ସମସ୍ତେ ତାଙ୍କ କଥାକୁ ମନରୁ ପାଶୋରୀ ଦେଇଥିଲେ । କିନ୍ତୁ ହଠାତ ଏମିତି କିଛି ହେଲା ଗାଁ ରେ ଆସି ପହଞ୍ଚି ଗଲେ ମୃତ ଘୋଷିତ ହୋଇଥିବା ଯୁବକ ।

ହଁ ଆଜ୍ଞା ଯିଏ ଦିନେ ମରି ଯାଇଥିଲେ ସେ ଆଜି ଜ୍ବିତ ହୋଇ ଘରକୁ ଫେରି ଆସିଛନ୍ତି । ଦୀର୍ଘ ୩୫ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ଜଣେ ବ୍ୟକ୍ତି, ଘର ଲୋକଙ୍କୁ ପାଇଁ ସେ ବହୁତ ଖୁସି ହୋଇଛନ୍ତି । ଏମିତି କିଛି ଘଟଣା ଦେଖିବା ପାଇଁ ମିଳିଛି କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକ ଢୋଲାମରା ଗ୍ରାମରେ । ଯେଉଁ ପୁଅ ଦିନ ମରି ଯାଇଥିଲା ସେ ପୁଅ ଆଜି ଘରକୁ ଫେରି ଆସିଛି ।

ସେ ଘରକୁ ଫେରିବା ବେଳକୁ ସବୁ କିଛି ପରିବର୍ତ୍ତନ ହୋଇ ଯାଇଥିଲା । ଖବର ମୁତାବକ ୩୫ ବର୍ଷ ତଳେ ଘରର ଆର୍ଥିକ ଅଭାବ ପାଇଁ ରାଜସ୍ଥାନକୁ ଦାଦନ ଖଟିବା ପାଇଁ ଯାଇଥିଲେ ପାଣ୍ଡବ ସେଠୀଙ୍କ ପୁଅ ଜାମିନୀ ସେଠୀ। କିଛି ଦିନ କାମ କରିବା ପରେ ତାଙ୍କ ଆଉ କୌଣସି ଖୋଜ ଖବର ମିଳି ନଥିଲା । ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ । କିନ୍ତୁ ୨୦ ବର୍ଷ ତଳେ ଜଣେ ସମ୍ପର୍କୀୟଙ୍କ ଠାରୁ ଏକ ଖବର ପାଇଥିଲେ ଯେ ଜାମିନୀଙ୍କର ମୃତ୍ୟୁ ହୋଇଛି ବୋଲି ।

ଏହା ପରେ ଘର ଲୋକ ତାଙ୍କର ଶୁଦ୍ଧିକ୍ରିୟା କରିଥିଲେ, କିନ୍ତୁ ଏବେ ସେ ଦୀର୍ଘ ୩୫ ବର୍ଷ ପରେ ଘରକୁ ଫେରି ଆସିଛନ୍ତି । ମୁମ୍ବାଇର ଏକ ସ୍ଵଚ୍ଛାସେବୀ ସଂଗଠନ ଜାମିନୀଙ୍କୁ ତାଙ୍କ ଘରର ଠିକଣା ପାଇଁ ତାଙ୍କୁ ଆଣି ତାଙ୍କ ଗାଁ ପହଞ୍ଚାଇ ଦେଇଥିଲା । ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏବେ କିଛି କହି ପାରୁ ନାହାନ୍ତି । ଏବେ ଜାମିନୀ ବଡ ଭାଇ ଅମୂଲ୍ୟ ସେଠୀ ଙ୍କ ଘରେ ରହୁଛନ୍ତି ।

ଏବେ ଏହି ଘଟଣା ସ୍ଥାନୀୟ ଅଂଚଳରେ ରହୁଛନ୍ତି । ପରିବାର ଲୋକେ ଶୁଣିଥିଲେ ତାଙ୍କର କୁଆଡେ ଗାଡି ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିଲା ଏଇ ଖବର ପାଇବା ପରେ ଘର ଲୋକେ ଶୁଦ୍ଧି ହୋଇଥିଲେ । ସେ ଯାହା ବି ହେଉ ଏବେ ସେ ଫେରି ଆସିଛନ୍ତି ସମସ୍ତେ କହୁଛନ୍ତି ଏହା ଭଗବାନ ଜଗନ୍ନାଥଙ୍କ ଲୀଳା ଅଟେ ।

Leave a Comment