କାର୍ତ୍ତିକ ମାସରେ ତୁଳସୀ ଆମକୁ ଧନୀ କରିଥାଏ ଜାଣନ୍ତୁ କଣ କରିବେ କିପରି କରିବେ

ମା ବୃନ୍ଦାବତୀଙ୍କୁ ଘରେ ସ୍ଥାପନ କରିବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ, ଯଦି ଆପଣ କୌଣସି କାର୍ଯ୍ୟ କ୍ଷେତ୍ରକୁ ବାହାରିବା ପୂର୍ବରୁ ମା ବୃନ୍ଦାବତୀଙ୍କ ମାଟି ମଥାରେ ମାରି ଯାଆନ୍ତି ତେବେ ସେହି କାର୍ଯ୍ୟ ସଫଳ ହୋଇଥାଏ । ଗାଁ ଗହଳିରେ ଲୋକ କଥା ରହିଛି ଯଦି ପିଲାଙ୍କ ଉପରେ କୁଦ୍ରୁଷ୍ଟି ପଡୁଛି ତେବେ ପିଲାର ମଥାରେ ଚଉରା ମାଟି ଲଗାଇବା ଦ୍ଵାରା ତାହା ଦୂର ହୋଇଥାଏ ।

ମା ବୃନ୍ଦାବତୀଙ୍କୁ ଘରର ମହିଳା ମାନେ ପୂଜା ନକରି ଘରର ପ୍ରତି ସଦସ୍ୟ ପୂଜା କରିବା ଦରକାର । ତୁଳସୀ ବୃକ୍ଷକୁ ପୂଜା କରିବା ଭଗବାନ ଶ୍ରୀହରିଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ । ଘର ର ପ୍ରତିଟି ସମସ୍ଯା ଦୂର କରିବା ପାଇଁ ମା ତୁଲସୀଙ୍କୁ ପୂଜା କରାଯାଏ । ଘରେ ଧନ ବଢିବା ସହିତ ରୋଗ ଦୁଃଖ କଷ୍ଟ ଦୂର ହୋଇଥାଏ ।

ଶାସ୍ତ୍ର ଅନୁଯାଇ କାର୍ତ୍ତିକ ମାସ ପୁର୍ଣିମା ତିଥିରେ ମା ତୁଲସୀଙ୍କର ଆର୍ଭିଭାବ ହୋଇଥିଲା, ତେଣୁ ଯଦି ଆପଣ ଏହି ଦିନ ଘରେ ତୁଳସୀ ଗଛ ଲଗାଇ ଏହାକୁ ପୂଜା କରିବେ ତେବେ ଗଛ ଯେତେ ବଢିବ ଆପଣଙ୍କ ଘର ସେତିକି ରିଷ୍ଠ ଖଣ୍ଡନ ହୋଇ ଚାଲିବ । ତୁଳସୀ ଗଛ ପୂଜା କରିବା ଦ୍ଵାରା ମହାପ୍ରଭୁ ଜଗନ୍ନାଥଙ୍କର ଅପାରନ କରୁଣା ଆମକୁ ପ୍ରାପ୍ତ ହୋଇଥାଏ ।

Leave a Comment