ଓଡିଶା ରାଜୁ ଦାସ ଏବେ ବହୁତ ଲୋକପ୍ରିୟ ହୋଇ ସାରିଲେଣି । ପ୍ରଥମେ Youtube ମାଧ୍ୟମରେ ନିଜର ହାସ୍ୟ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ହସେଇ ତାଙ୍କର ମନ ଜିଣିବାରେ ସକ୍ଷମ ହୋଇଥିଲେ । ତାଙ୍କ ୟୁଟ୍ୟୁବ ଚ୍ୟାନେଲ ରେ ମଧ୍ୟ ୧ ମିଲିୟନ ରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ରାଜୁ ଦାସଙ୍କ କମେଡି ମଧ୍ୟରେ ସାହୁ ଭେରାଇଟ ଷ୍ଟୋର ଏହି ଇପିସୋଡ ତାଙ୍କର ବହୁତ ଲୋକପ୍ରିୟତା ପାଇଥିଲା ।
ଏହି କମେଡି ସିରିଜ ରେ ରାଜୁ ଦାସଙ୍କ ସହିତ ଭାଉଜ ଚରିତ୍ରରେ ଭାଗ୍ୟଶ୍ରୀ ସାହୁ ଅଭିନୟ କରିଥିଲେ । ଭାଗ୍ୟଶ୍ରୀ ଙ୍କୁ ସମସ୍ତେ ସାହୁ ଭେରାଇଟ ଷ୍ଟୋରର ଭାଉଜ ରୂପେ ତାଙ୍କୁ ଜାଣିଥିଲେ । କିନ୍ତୁ ଏବେ ରାଜୁ ଦାସ ଓ ଭାଗ୍ୟଶ୍ରୀଙ୍କ ମଧ୍ୟରେ କିଛି ବିବାଦ ଦେଖା ଦେଇଛି । ଭାଗ୍ୟଶ୍ରୀଙ୍କ କହିବା କଥା ସେ ନିଜେ ରାଜୁ ଦାସଙ୍କ ପରାମର୍ଶ ନେଇ ତାଙ୍କ ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ କରିଥିଲେ ।
ଏହା ଦ୍ଵାରା ୟୁଟ୍ୟୁବ ରେ ତାଙ୍କ ଭିଡିଓକୁ ରାଜୁ ଦାସ କପି ରାଇଟ ଷ୍ଟ୍ରାଇକ ଦେଇ ଡ଼ିଲିଟ କରି ଦେଇଛନ୍ତି । ଏହା ଦ୍ଵାରା ତାଙ୍କର ଚ୍ୟାନେଲ ଟି ମଧ୍ୟ ଡ଼ିଲିଟ କରି ଦେଇଛନ୍ତି । ରାଜୁ ଦାସ ଭାଗ୍ୟଶ୍ରୀଙ୍କୁ ତାଙ୍କ ବାହାଘରକୁ ଡାକି ନଥିଲେ କି ସେ ଟିମ ମେମ୍ବର ହୋଇ ମଧ୍ୟ ତାଙ୍କୁ ସେ ଯେତେବେଳେ ଚ୍ୟାନେଲ ର ୧ମିଲିୟନ ସେଲିବ୍ରେସନ କରିଥିଲେ ତାଙ୍କୁ ଡାକିନଥିଲେ ଏମିତି ଅନେକ ଅଭିଯୋଗ ଆଣିଛନ୍ତି ଓ କହି ଛନ୍ତି ସେ କେବେ ତାଙ୍କ ସହ କାମ କରିବେ ନାହିଁ ।