ଓଡିଶାରେ ଦିନକୁ ଦିନ କୁମ୍ଭୀର ଆକ୍ରମଣ ବଢୁଛି, ମହିଳା ଗାଧୋଉଥିବା ଥିବା ସମୟରେ ପଛ ପଟୁ ଆସି ମହିଳାଙ୍କ କାନିକୁ ଧରିଲା ମଣିଷ ଖିଆ କୁମ୍ଭୀର ଆଉ ତାପରେ …. ଦେଖନ୍ତୁ ଭିଡିଓ

ମହିଳା ଗାଧୋଇବା ପାଇଁ ନଦୀକୁ ଯାଇଥିଲେ ଆଁ କରି କୁମ୍ଭୀର ତାଙ୍କ ପାଖକୁ ଚାଲି ଆସିଲା । ବିଶାଳ କାୟ କୁମ୍ଭୀରର ଲମ୍ବ ପ୍ରାୟ ୧୨ ଫୁଟ ହେବ । କୁମ୍ଭୀର ଟି ମହିଳା ଙ୍କ କାନିକୁ ଧରି ନେଇଥିଲା ଓ ମହିଳା ଜଣଙ୍କ ବଡ ପାଟିରେ ଚିତ୍କାର କରିବା ସହ ଛାଟି ପିଟି ହୋଇ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଭଗବାନଙ୍କ ଦାୟରୁ ମହିଳାଙ୍କ ଜୀବନ ରକ୍ଷା ପାଇ ଯାଇଥିଲା ଆଉ ଟିକେ ବିଳମ୍ବ ହୋଇଥିଲେ କୁମ୍ଭୀର ଟି ମହିଳାଙ୍କୁ ଖାଇ ଯାଇଥାନ୍ତା ।

ଜ୍ୟୋତ୍ସାର ଜୀବନ ଯେପରି ଚାଲି ଯାଇଥିଲା ଠିକ ସେହି ପରି ତାଙ୍କର ଜୀବନ ମଧ୍ୟ ଚାଲି ଯାଇଥାନ୍ତା ଓ ତାଙ୍କ ସଂସାର ଭାସି ଯାଇଥାନ୍ତା । କିଛି ଦିନ ବ୍ୟବଧାନ ପରେ କୁମ୍ଭୀର ଫୁଣି ଆତଙ୍କ ଖେଲାଇଲାଣି। ନଦୀରୁ କୁମ୍ଭୀର ଚାଲି ଯାଇଥିବା ଭାବି ନଦୀକୁ କିଛି ମହିଳା ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା ସମୟରେ ଏକ ବିରାଟ କାୟ କୁମ୍ଭୀର କବିତାଙ୍କ ଶାଢୀ କାନିକୁ ଧରି ପକାଇ ଥିଲା ।

ଯଦି କବିତା ଟିକେ ଅସାବଧାନତା ହୋଇ ଥାନ୍ତେ ତେବେ ସେ କୁମ୍ଭୀର ପାଟି ରୁ ବଞ୍ଚି ପାରି ନଥାନ୍ତେ କିନ୍ତୁ ଆଜି କୁମ୍ଭୀର ପାଟିରୁ ଅଳ୍ପକେ ବର୍ତ୍ତୀ ଗଲେ କବିତା । ଏହି ଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତ କୃପାସିନ୍ଧୁ ହାଇସ୍କୁଲ ନିକଟସ୍ଥ ଖର ସ୍ରୋତା ନଦୀ ପଠାରେ  ।

ଖବର ଅନୁଯାଇ ଗତ କାଲି କିଛି ମହିଳା ଗାଧୋଇବା ପାଇଁ ଆସିଥିବା ବେଳେ ହଠାତ ମଣିଷ ଖିଆ କୁମ୍ଭୀର ଟି  ପଛ ପଟୁ ଆକ୍ରମଣ କରିଥିଲା, ମହିଳା ଚିତ୍କାର କରିବା ପରେ ଦୁଇଜଣ ଯୁବକ ଓ ତାଙ୍କ ପୁଅ ମିଶି ତାଙ୍କୁ ଘୋଷାଡ଼ି ଆଣିଥିଲେ ଏବଂ ଅଳ୍ପକେ ବର୍ତ୍ତୀ ଯାଇଥିଲା ମହିଳା କବିତା ଙ୍କ ଜୀବନ । କୁମ୍ଭୀର ବାରମ୍ବାର ନଦୀରେ ଆସି ଆକ୍ରମଣ କରୁଥିବା ଖବର ପାଇବା ପରେ ନଦୀ କୂଳିଆ ଲୋକେ ବହୁତ ଭୟବୀତ ହୋଇ ପଡିଛନ୍ତି ।

ଲୋକ ମାନେ ବନ ବିଭାଗ ପାଖରେ  ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ପାରି ନାହିଁ । କୁମ୍ଭୀର କବଳ ରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି ନଦୀ କୂଳିଆ ଲୋକେ ।

Leave a Comment