Skip to content
ସେନାରେ ଯୋଗ ଦେବେ ଶହୀଦ ସରୋଜଙ୍କ ପତ୍ନୀ, ପିନ୍ଧିବେ ଯବାନ ପୋଷାକ ଲଢିବେ ଦେଶର ଶତ୍ରୁଙ୍କ ସହ । ସ୍ଵାମୀଙ୍କ ପରି ସେ ଶତ୍ରୁଙ୍କୁ ଦମନ କରିବେ । ସରିଗଲା ଶହୀଦଙ୍କ ଶେଷ କୃତ୍ୟ। ସେନା ବାହିନୀରେ ଯୋଗ ଦେବା ପାଇଁ ସଜେଇ ହେଉଛନ୍ତି ଶହୀଦଙ୍କ ପତ୍ନୀ ଲୋପାମୁଦ୍ରା । ମନରେ ସାହାସ ହୋଇ ରହିଛନ୍ତି ସରୋଜ ତାଙ୍କ ପାଖରେ ପ୍ରତି ମୂହୁର୍ତ୍ତରେ ରହିଛନ୍ତି । ଯବାନଙ୍କ ରକ୍ତ ବୋହୁଛି ତାଙ୍କ ଶରୀରରେ ।
ଘରର ଏରୁଣ୍ଡି ଡେଇଁ ଦେଶର ସୀମା ଜଗିବେ ଲୋପା। ସ୍ଵାମୀ ସରୋଜଙ୍କ ଅଧୁରା ସ୍ଵପ୍ନଙ୍କୁ ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଲୋପାମୁଦ୍ରା । ସ୍ଵାମୀ ସିନା ଦେଶ ପାଇଁ ଶହୀଦ ହୋଇ ଅଫେରା ରାଇଜକୁ ଚାଲିଗଲେ କିନ୍ତୁ ତାଙ୍କର ବଳିଦାନଙ୍କୁ ଏମିତି ବ୍ୟର୍ଥ ହେବାକୁ ଦେବେ ନାହିଁ ସ୍ତ୍ରୀ ଲୋପାମୁଦ୍ରା । ସ୍ତ୍ରୀ ଭାବେ ସ୍ଵାମୀଙ୍କର ସବୁ ଇଚ୍ଛାକୁ ପୂରଣ କରିବେ । ଇତିହାସରେ ସ୍ଵର୍ଣାକ୍ଷରରେ ଲେଖା ହେବ ସରୋଜ ଓ ଲୋପାଙ୍କ କାହାଣୀ।
ବିଶ୍ଵରେ ବୀର ମାଟିର ମାନ୍ୟତା ପାଇବ କେନ୍ଦୁଡିପ । ଏହି ସୌଭାଗ୍ୟ ସରୋଜଙ୍କ ପରେ ତାଙ୍କ ସ୍ତ୍ରୀ ଲୋପା ଆଣିଦେବେ ତାଙ୍କ ମାଟି ମା ପାଇଁ । କୋମଳ ମନ କୁ ଟାଣ କରି ଶରୀରରେ ସତ ସିଂହର ବଳ ରଖୀ ଦେଶ ସୀମାକୁ ଆଗେଇ ଯିବେ ଲୋପା । ମନର କୋହକୁ ମନେରେ ରଖି ମନେ ପ୍ରତିଶୋଧର ବର୍ହ୍ନି ଜାଳି ଶତ୍ରୁ ବିପକ୍ଷରେ ଲଢିବେ । ମହାନ ସେ ମା ଯେ ଏପରି ଜଣେ ବୀରାଙ୍ଗନାଙ୍କୁ ଗର୍ଭରେ ଧରିଥିଲେ ।
ସରୋଜଙ୍କ ପରି ଜ୍ଵାଇଁ ଓ ଲୋପାମୁଦ୍ରାଙ୍କ ପରି ଝିଅ ପାଇ ସେ ମା ଆଜି ଧନ୍ୟ । କେବଳ ମା ନୁହନ୍ତି ଗର୍ବ ଓ ଗୌରବ ରେ ଫାଟି ପଡିବ ଶାଶୂ ଶଶୁରଙ୍କ ଛାତି । ଜଣେ ବୀର ପୁଅକୁ ଜନ୍ମ ଦେଇ ସେଯେତିକି ମହାନ ଲୋପାଙ୍କ ପରି ପୁତ୍ର ବଧୂ ପାଇ ସେ ସେତିକି ନମଶ୍ୟ। ଗଣମାଧ୍ୟମକୁ ସୂଚନା ଦେଇ ଲୋପା କହିଛନ୍ତି ଯଦି ତାଙ୍କୁ ଆଗକୁ କେବେ ସୁଯୋଗ ମିଳେ ସେ ମଧ୍ୟ ସେନାରେ ଯୋଗ ଦେବେ ଓ ଦେଶ ମାତୃକାର ସେବା କରିବେ ।