ଏମିତି ନୂଆ ତାରିକାରେ ରାଜଧାନୀରେ ଚାଲିଛି ଦେ-ହ ବେପାର, ରାତିକୁ ନେଉଛନ୍ତି ୬ହଜାର

ଏମିତି ଭାବେ ରାଜଧାନୀରେ ଚାଲିଛି ଦେହ ବେପାର । ଏସକର୍ଟ ସର୍ଭିସ ଆଳରେ ଗ୍ରାହକଙ୍କୁ ଯୋଗାଇ ଦିଆ ଯାଉଛି ଝିଅ । ଗୋଟିଏ ରାତି ପାଇଁ ନେଉଛନ୍ତି ୬୦୦୦ ଟଙ୍କା । ଜଣେ ଥିଲେ ୪୦୦୦ । ଏକାଧିକ ଏସକର୍ଟ ସର୍ଭିସ ବାପୁଜୀ ନଗରରେ ଚାଲିଛି । ଝିଅକୁ ଛାଡିବା ଓ ନେବା ଦାୟିତ୍ଵ ମଧ୍ୟ ତାଙ୍କର । ୨୫% ଅର୍ଥ ଆଗୁଆ ଦେବା ପାଇଁ ପଡିବ ।

କ୍ୟୁ-ଆର କୋଡ ସ୍କାନ କରି ନେଉଛନ୍ତି ଟଙ୍କା । ଏହା ଦ୍ଵାରା ଲୁଟର ଶିକାର ମଧ୍ୟ ହୋଇ ପାରନ୍ତି । ରାଜଧାନୀରେ ଦେହ ବେପାରର ତାରିକା ବଦଳି ଗଲାଣି । ପୋଲିସ ଡାଳେ ଡାଳେ ଗଲେ ଦେହଜୀବୀ ଓ ଦଲାଲ ପତ୍ରେ ପତ୍ରେ ଯାଉଛନ୍ତି । ପୂର୍ବ ପରି ବିୟୁଟି ପାର୍ଲର ଓ ମସାଜ ସେଣ୍ଟର ତାରିକା ଛାଡି ଏବେ ଅନଲାଇନରେ ହେଉଛି ଦେହ ବେପାର ।

ଗୁଗୁଲରେ ଏସକର୍ଟ ସର୍ଭିସ ଭୁବନେଶ୍ବର ମାରି ଦେଲେ ଆପଣଙ୍କ ପାଖକୁ ଦଲାଲଙ୍କ ନମ୍ବର ଓ ଝିଅଙ୍କ ଫଟୋ ଚାଲି ଆସିବ । ଆପଣ ମାନେ ସେହି ନମ୍ବରରେ ଯୋଗାଯୋଗ କରି ସେମାନେ ଆପଣଙ୍କୁ ସବୁ ବୁଝାଇ ଦେବେ। ରିପୋର୍ଟ ମୁତାବକ ରବିବାର ଦିନ ଏହି ଏସକର୍ଟ ସର୍ଭିସରେ ବହୁତ ଭିଡ ଲାଗୁଛି । ଏକ ଗଣମାଧ୍ୟମର ରଇପୋର୍ଟ ଅନୁଯାଇ ଗୁଗୁଲରେ ଏସକର୍ଟ ସର୍ଭିସ ଭୁବନେଶ୍ବର ମାରିବା ମାତ୍ରେ ଆସି ଯାଇଥିଲା ସମସ୍ତ ଦଲାଲ ନମ୍ବର ଓ ଝିଅଙ୍କ ଫଟୋ ।

ସେଥି ମଧ୍ୟରୁ କିଛି ନମ୍ବରକୁ ଗଣମାଧ୍ୟମର ପ୍ରତିନିଧି ମାନେ ସତ୍ୟତା ଜାଣିବା ପାଇଁ ଯୋଗାଯୋଗ କରିଥିଲେ । ସେମାନେ ଗଣମାଧ୍ୟମର ପ୍ରତିନିଧିଙ୍କ ସହ କଥା ହୋଇ ଝିଅର ଫଟୋ ମଧ୍ୟ ପଠାଇଥିଲେ । ନିଜର ପରିଚୟକୁ ଗୋପନ ରଖିବା ପାଇଁ ସେମାନେ ଗଣମାଧ୍ୟମର ଟିମ ସହ ହିନ୍ଦୀରେ କଥା ହୋଇଥିଲେ ।

ଆପଣ ଉପରେ ଦିଆ ଯାଇଥିବା ଭିଡିଓରେ ଗଣମାଧ୍ୟମର ଟିମ ସହ କିପରି ଦଲାଲ ଜଣଙ୍କ ଡିଲ କରୁଛି ପୁରା ଘଟଣା ସମ୍ବନ୍ଧରେ ଜାଣି ପାରିବେ ।

Leave a Comment