ଏମିତି ଦୁଃଖ ଯାହାକୁ ବୟାନ କରି ହେବ ନାହିଁ, ଦିଲ୍ଲୀ ରେ ବାହା ହୋଇ ଆସିଥିଲେ କିନ୍ତୁ ଓଡିଶାରେ ଚଉଠି ହେବା ପୂର୍ବରୁ ଆୟୁଷର ଶେଷ ହୋଇଗଲା

ନୂଆ ଦିଲ୍ଲୀ ରେ ପଞ୍ଜାବୀ ପଞ୍ଜାବ ସହ ଖୁବ ଧୂମ ଧାମରେ ବିବାହ ଘର ହୋଇଥିଲା, ଅଂଶୁମାନ କନ୍ୟାକୁ ଧରି ଭୁବନେଶ୍ଵର ବିମାନ ବନ୍ଦର ରେ ଆସି ପହଞ୍ଚିଥିଲେ । ସେଇଠି ନବ ଦମ୍ପତିଙ୍କୁ ପଞ୍ଜାବୀ ବାଜାର ତାଳେ ତାଳେ ତାଙ୍କୁ ସ୍ଵାଗତ କରା ଯାଇଥିଲା । ପରିବାର ଲୋକବି ବେଶ ନାଚ ଗୀତରେ ନବବଧୂଙ୍କ ସହ ହସ ଖୁସିରେ ନାଚ ଗୀତ କରୁଥିଲେ ।

କାଲି ଥିଲା ଚଉଠି, ଚଉଠି ଭୋଜି ଦେବା ଅଂଶୁମାନ ତାଙ୍କ ଭାଇଙ୍କ ସହ ଡେଲ୍ଟା ଛକ ନିକଟକୁ ବାହାରି ଗଲେ, କିନ୍ତୁ କିଏ ଜାଣିଥିଲା ରାସ୍ତାରେ ଜଗି ବସିଥିଲା ମୃତ୍ୟୁ । ରାଜଧାନୀ ରାଜରାସ୍ତା ରେ ପ୍ରତି ଦିନ ଘଟୁଥିବା ଦୁର୍ଘଟଣା ରେ ଅଂଶୁମାନଙ୍କ ନାମ ଯୋଡି ହୋଇଗଲା । ବସିବା ପୂର୍ବରୁ ଉଜୁଡିଗଲା ସଂସାର, କିଛି କ୍ଷଣ ଭିତରେ ଦୁଇ ଦୁଇଟା ପରିବାର ଉଚ୍ଛନ୍ନ ହୋଇଗଲା ।

ଶୋକ ସାଗରରେ ଡୁବିଗଲା ପୁରା ପରିବାର । ଏମିତି କଷ୍ଟ ଯାହାକୁ ଶବ୍ଦରେ ଲେଖି ହେବ ନାହିଁ, ନବ ବିବାହିତ କନ୍ୟା ଟି ଆଖି ଆଗରେ ସବୁକିଛି ଅନ୍ଧାର ଥିଲା । ନୂଆ ଦିଲ୍ଲୀ । ନୂଆ ଦିଲ୍ଲୀ ରୁ ତାଙ୍କୁ ଭୁବନେଶ୍ଵର ଆଣିଥିବା ଅଂଶୁମାନ ତାଙ୍କୁ ଏମିତି ଏକା ଛାଡି ଚାଲି ଯାଇଥିବେ ବୋଲି ସେ ବିଶ୍ଵାସ କରି ପାରୁ ନାହାନ୍ତି । ମନେ ମନେ ଭାବୁଥିଲେ ଏଇ ଘଟଣା କଣ ସତ ?

Leave a Comment