ଏବେ ରାନୀ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧିବା ପାଇଁ ମନ କରିଛନ୍ତି, ରାନୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହିପରି ଭାବେ ପଠାନ୍ତୁ ନିଜର ଫଟୋ ବାୟୋଡାଟା

ବାହା ହେବା ପାଇଁ ମନ ବଳାଇଛନ୍ତି ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ।  ରାନୀ ପୂର୍ବରୁ କହୁଥିଲେ କି ସେ ଜୀବନରେ କେବେ ବିବାହ କରିବେ ନାହିଁ କିନ୍ତୁ ତାଙ୍କର ମନ ପରିବର୍ତ୍ତନ ହୋଇଛି ସେ ଜୀବନର ନୂଆ ଇନିଙ୍ଗ୍ସ ଆରମ୍ଭ କରିବା ପାଇଁ ଇଚ୍ଛା ରଖିଛନ୍ତି । ରାନୀ ନିଜ ପାଇଁ ଏକ ଯୋଗ୍ୟ ବର ସନ୍ଧାନ ରେ ଅଛନ୍ତି ସେ ନିଜ ସୋସିଆଲ ମିଡିଆରେ ଭିଡିଓ ଜାରି କରି କହିଛନ୍ତି ।

ସେ ଭିଡିଓ ଜାରି କହିଛନ୍ତି ” ସେ ଏବେ ମାନସିକ ସ୍ତରରେ ବିବାହ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ସେ ବିବାହ କରିବା ପାଇଁ ନିଷ୍ପତି ମଧ୍ୟ ନେଇ ସାରିଛନ୍ତି । ତାଙ୍କୁ ଗୋଟିଏ ସୁନ୍ଦର ଜୀବନ ସାଥି ଟିଏ ଦରକାର ଯିଏ କି ତାଙ୍କୁ ହୃଦୟରୁ ଭଲ ପାଇ ପାରୁଥିବ, ସ୍ନେହ ଶ୍ରଦ୍ଧା ଦେଉଥିବ, ସମ୍ମାନ ଦେଉଥିବ, ତାଙ୍କ ମେଣ୍ଟାଲିଟି କୁ ବୁଝି ପାରୁଥିବ, ହୃଦୟକୁ ଚିହ୍ନି ପାରୁଥିବ, ରାନୀ ପଣ୍ଡା ଭାଷା କହୁଛି ବୋଲି ତାକୁ ଆଖି ଆଗରେ ନରଖି, ରାନୀ ପଣ୍ଡା ଗୋଟେ ସୁନ୍ଦର ମଣିଷ ଟେ ସେକଥା ଭାବୁଥିବ, ଯିଏ ରାନୀ ପଣ୍ଡାକୁ ସମାଜ ସେବା କରିବାକୁ ଅନୁମତି ଦେଉଥିବ, ରାନୀ ପଣ୍ଡାକୁ କାମ କରିବାକୁ ଅନୁମତି ଦେଉଥିବ । ସେମିତି ଏକ ଜୀବନ ସାଥି ଦରକାର “।

 ଯଦି ସେମିତି କେହି  ବ୍ରାହ୍ମଣ ଘର ବାଡୁଅ ପୁଅ ଓଡିଶା କିମ୍ବା ଓଡିଶା ବାହାରେ ହେଉ ତାଙ୍କର ଯଦି ଯୋଗ୍ୟତା ଥିବ, ଇନଷ୍ଟାଗ୍ରାମ ରେ ରାନୀ ପଣ୍ଡା ଫ୍ୟାନ କ୍ଲବରେ ନିଜର ଫଟୋ ସହ ବାୟୋଡାଟା ଫଟାନ୍ତୁ । ରାନୀଙ୍କ ମନ ପସନ୍ଦ ହେଲା ବାପା ମାଙ୍କ ଅନୁମତି ନେଇ ଓଡିଆ ଘର ର ରୀତି ନୀତି ରେ ବିବାହ ଘର ହେବ । ଏଥର ରାନୀ ବି ଅନ୍ୟ ଓଡ଼ିଆ ଘର ର ବୋହୂ ପରି ମଥା ରେ ସିନ୍ଦୁର ନାଇ ବେ ସାବିତ୍ର ବ୍ରତ କରିବେ ।

Leave a Comment